ଗୃହ ମନ୍ତ୍ରଣାଳୟ ଟାର୍ଗେଟରେ ନକ୍ସଲ ନେତାଙ୍କ ସମ୍ପତ୍ତି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗୃହ ମନ୍ତ୍ରଣାଳୟ ଟାର୍ଗେଟ୍‌ରେ ନକ୍ସଲ ନେତାଙ୍କ ବେଆଇନ୍ ପାଣ୍ଠି ଉତ୍ସ ଓ ଖର୍ଚ୍ଚ। ଦୁଇଟି ଯାକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବାକୁ ଗଠନ ହୋଇଛି ବହୁମୁଖୀ ଗୋଷ୍ଠୀ ।ଯେଉଁଥିରେ ଅଛନ୍ତି ଇଡି, ସିବିଆଇ, ସିଆଇଡି ଭଳି ସଂସ୍ଥା । ଏମିତିକି ଏହାର କାର୍ଯ୍ୟକାରିତା ନେଇ ୨ଥର ଦିଲ୍ଲୀରେ ବୈଠକ ମଧ୍ୟ ସରିଲାଣି ।୨୦୧୭ରେ ବିହାର ଓ ଝାଡ଼ଖଣ୍ଡର କିଛି ବିତ୍ତଶାଳୀ ମାଓ ନେତାଙ୍କ ସମ୍ପତ୍ତି ଜଣାପଡିବା ପରେ ଏବେ ଓଡ଼ିଶା କ୍ୟାଡର ନେତାଙ୍କ […]

maio

Rakesh Mallick
  • Published: Sunday, 13 May 2018
  • , Updated: 14 May 2018, 07:24 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗୃହ ମନ୍ତ୍ରଣାଳୟ ଟାର୍ଗେଟ୍‌ରେ ନକ୍ସଲ ନେତାଙ୍କ ବେଆଇନ୍ ପାଣ୍ଠି ଉତ୍ସ ଓ ଖର୍ଚ୍ଚ। ଦୁଇଟି ଯାକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବାକୁ ଗଠନ ହୋଇଛି ବହୁମୁଖୀ ଗୋଷ୍ଠୀ ।ଯେଉଁଥିରେ ଅଛନ୍ତି ଇଡି, ସିବିଆଇ, ସିଆଇଡି ଭଳି ସଂସ୍ଥା । ଏମିତିକି ଏହାର କାର୍ଯ୍ୟକାରିତା ନେଇ ୨ଥର ଦିଲ୍ଲୀରେ ବୈଠକ ମଧ୍ୟ ସରିଲାଣି ।୨୦୧୭ରେ ବିହାର ଓ ଝାଡ଼ଖଣ୍ଡର କିଛି ବିତ୍ତଶାଳୀ ମାଓ ନେତାଙ୍କ ସମ୍ପତ୍ତି ଜଣାପଡିବା ପରେ ଏବେ ଓଡ଼ିଶା କ୍ୟାଡର ନେତାଙ୍କ ଉପରେ ଆଖି।

ମାଓବାଦୀମାନେ ସଂଗଠନ ନାଁରେ କେଉଁଠୁ ଆଣୁଛନ୍ତି ଚାନ୍ଦା ? କେତେ ଟଙ୍କାର ହେଲେଣି ମାଲିକ ? କେଉଁଠି ପଢୁଛନ୍ତି ସେମାନଙ୍କ ପିଲା ? ଏସବୁର ଟିକିନିଖି ତଥ୍ୟ ହାସଲ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନେଇଛି କଡ଼ା ପଦକ୍ଷେପ ।ବାମପନ୍ଥୀ ଉଗ୍ରବାଦୀ ଆନ୍ଦୋଳନର ଆର୍ଥିକ ଜୀବନରେଖାକୁ ବନ୍ଦ କରିବା ଓ ମାଓ ନେତାଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି ଲକ୍ଷ୍ୟରେ କେନ୍ଦ୍ରୀୟ ଏଜେନ୍ସି ଏବଂ ବିଭିନ୍ନ ରାଜ୍ୟର ପୋଲିସ ମଧ୍ୟରେ ଚାଲିଛି ଗୁପ୍ତ ଆଲୋଚନା ।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଏନଆଇଏ, ସିବିଆଇ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ, ରାଜ୍ୟ ଗୁଇନ୍ଦା ବିଭାଗ ଓ ସିଆଇଡିକୁ ନେଇ ଗଠନ ହୋଇଛି ବହୁମୁଖୀ ଗୋଷ୍ଠୀ ।ଏନେଇ ଦିଲ୍ଲୀରେ ଦୁଇ ଥର ବୈଠକ ମଧ୍ୟ ଅନୁଷ୍ଠିତ ହୋଇସାରିଛି।

ସୂଚନା ଅନୁସାରେ ନକ୍ସଲ ନେତାମାନେ ବିଭିନ୍ନ ସମୟରେ ଠିକାଦାର, ଖଣି ମାଲିକ, ପରିବହନକାରୀ ସଂସ୍ଥା ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପସଂସ୍ଥାଙ୍କୁ ନାଲି ଆଖି ଦେଖାଇ ଚାନ୍ଦା ଆଦାୟ କରୁଛନ୍ତି ।ଆଉ ସେ ସଂଗୃହୀତ ଅର୍ଥରୁ ସିଂହ ଭାଗ ବାଟମାରଣା କରି ନିଜର ବ୍ୟକ୍ତିଗତ ସମ୍ପତ୍ତି ବୃଦ୍ଧି କରିବା ସହ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ।ଏହି କ୍ରମରେ ଓଡ଼ିଶାରେ ବିଭିନ୍ନ ମାଓ ସଂଗଠନ ଦାୟିତ୍ୱରେ ଥିବା ନେତାଙ୍କ ଉପରେ ଇଡିର ଆଖି । ସ୍କାନରରେ ଅଛନ୍ତି ସିପିଆଇଏମ୍ ମାଲକାନଗିରି ଡିଭିଜନ୍ ସମ୍ପାଦକ ଉଦୟ, କୋରାପୁଟ-ଶ୍ରୀକାକୁଲମ ଡିଭିଜନ୍ ମୁଖ୍ୟ ଅରୁଣା, କାଲିମେଳାଦଳମ୍ ନେତା ଅର୍ଜୁନ୍, କଡୁମୁଲୁଗୁମ୍ମା କମିଟି ସମ୍ପାଦକ ସୁଧୀର। କେଉଁଠୁ ଓ କେଉଁ ଉତ୍ସରୁ ଏମାନଙ୍କ ପାଖକୁ ଆସୁଛି ଅର୍ଥ ଏବଂ କେମିତି ଖର୍ଚ୍ଚ ହେଉଛି ତାର ତଥ୍ୟ ସହ ତାଲିକା ହେବା ଦରକାର ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜିପି।

ନକ୍ସଲ ନେତା ବିତ୍ତଶାଳୀ ହେବାର ପ୍ରତ୍ୟକ୍ଷ ପ୍ରମାଣ ମିଳିଥିଲା ୨୦୧୭ ମସିହାରେ। ବିହାର-ଝାଡ଼ଖଣ୍ଡ ସ୍ୱତନ୍ତ୍ର ଏରିଆ କମିଟି ସଦସ୍ୟ ପ୍ରଦ୍ୟୁମ୍ନ ଶର୍ମା ଏକ ଘରୋଇ କଲେଜରେ ନିଜ ଭାଣିଜୀର ନାଁ ଲେଖାଇବାକୁ ଖର୍ଚ୍ଚ କରିଥିଲେ ୨୨ଲକ୍ଷ ଟଙ୍କା ।ସେହିପରି ବିମୁଦ୍ରାକରଣ ସମୟରେ ସେଇ ସଂଗଠନର ଅନ୍ୟ ଜଣେ ସଦସ୍ୟ ସନ୍ଦୀପ ଯାଦବ ବଦଳାଇଥିଲେ ପ୍ରାୟ ୧୫ଲକ୍ଷ ଟଙ୍କାର ପୁରୁଣା ନୋଟ୍ ।ଆଉ ଟପ୍ ମାଓ ନେତା ଅରବିନ୍ଦ ଯାଦବ ଏକ ଘରୋଇ କଲେଜରେ ନିଜ ଭାଇକୁ ପଢାଇବାକୁ ଦେଇଛନ୍ତି ୧୨ଲକ୍ଷ ଟଙ୍କାର ଫି। ପ୍ରମାଣ ମିଳିବା ପରେ ଏମାନଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ରୁଜୁ କରିବା ସହ ପ୍ରାୟ ଦେଢ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଜବତ କରିଛି।

https://www.youtube.com/watch?v=qeG7W3yZVjI

Related story