ରେଢାଖୋଲ(ରମାନନ୍ଦ ମହାକୁଡ): ବାଟରେ ଜଗି ବସିଥିଲା ମୃତ୍ୟୁ। ସବୁ ଦିନ ପରି ଡ୍ୟୁଟି ସାରି ବିଳମ୍ବିତ ରାତିରେ ଘରକୁ ଫେରିବା ବାଟରେ ଘଟିଗଲା ଅଘଟଣ। ଏକ ବାଇକ୍ ପିଟିଦେବାରୁ ଘଟଣାସ୍ଥଳରେ ହିଁ ଆଖି ବୁଜିଲେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନାର ହୋମଗାର୍ଡ ସୁମିଦ ସେଠ ।
ସୂଚନା ଅନୁଯାୟୀ, ଡ୍ୟୁଟି ସାରି ଗତ ରାତିରେ ହୋମଗାର୍ଡ ସୁମିଦ ସେଠ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ମାତ୍ର ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମୁରା ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଅନ୍ୟ ଏକ ବାଇକ୍ ଆସୁଥିଲା। ଏହି ସମୟରେ ଉକ୍ତ ବାଇକ୍ଟି ସୁମିଦଙ୍କ ବାଇକ୍କୁ ଧକ୍କା ଦେବାରୁ ସେ ଛିଟିକି ପଡ଼ିଥିଲେ।
ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଯୁଯୁମୁରା ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସୁମିଦଙ୍କୁ ଯୁଯୁମୁରା ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକଙ୍କ ସମ୍ପର୍କରେ କିଛି ପତ୍ତା ମିଳିପାରିନି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଜଳିଗଲା ଗ୍ରୋସରୀ ଦୋକାନ; ଥାନାରେ ଅଭିଯୋଗ
ଦୁର୍ବୃତ୍ତମାନେ ସଟରକାଟି ନିଆଁ ଲଗାଇଦେଇଥିବା ମାଲିକ ଅଭିଯୋଗ କରିଛନ୍ତି।
Miscellaneous
ଆଜି ଭୁବନେଶ୍ୱରରେ ହାଫ୍ ଡେ' ସ୍କୁଲ୍
ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।
Miscellaneous
ଡିଜିପି ସମ୍ମିଳନୀ ପାଇଁ ଟ୍ରାଫିକ କଟକଣା; ମୋ ବସ ଚଳାଚଳ ବାଧାପ୍ରାପ୍ତ
୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି।
Miscellaneous
ଆଜିଠୁ ଭୁବନେଶ୍ୱରରେ ସର୍ବଭାରତୀୟ ଡିଜିପି ସମ୍ମିଳନୀ
ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ ପାଇଁ ସୁରକ୍ଷା ବ୍ଲାଙ୍କେଟରେ ରାଜଧାନୀ।