ହୋଟେଲ ଟ୍ରାଇଡେଣ୍ଟ ଜିଏମଙ୍କୁ ଜେରା

ଭୁବନେଶ୍ୱର: ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ପି. କେ. ଆୟାର ଭୁବନେଶ୍ୱର ସ୍ଥିତ ହୋଟେଲ ଟ୍ରାଇଡେଣ୍ଟରେ ଛଦ୍ମ ନାମରେ ଲୁଚିବା ମାମଲାରେ ହୋଟେଲର ଜେନେରାଲ ମ୍ୟାନେଜର (ଜିଏମ) ଅଭିମନ୍ୟୁ ଲୋଧାଙ୍କୁ କମିଶନରେଟ୍ ପୋଲିସ ଜେରା କରିଛି । ନୟାପଲ୍ଲୀ ପୋଲିସ ଥାନାରେ ଲୋଧା ବୁଧବାର ହାଜର ହେବ ପରେ ତାଙ୍କୁ ପ୍ରାୟ ଏକ ଘଣ୍ଟା ଧରି ଜେରା କରାଯାଇଥିଲା । ଜେରା ପରେ ଲୋଧା ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି । ସେହିପରି ଆୟାର ସିବିଆଇ ଦ୍ୱାରା […]

trident

trident

Rakesh Mallick
  • Published: Wednesday, 17 June 2015
  • Updated: 17 June 2015, 08:45 AM IST

ଭୁବନେଶ୍ୱର: ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ପି. କେ. ଆୟାର ଭୁବନେଶ୍ୱର ସ୍ଥିତ ହୋଟେଲ ଟ୍ରାଇଡେଣ୍ଟରେ ଛଦ୍ମ ନାମରେ ଲୁଚିବା ମାମଲାରେ ହୋଟେଲର ଜେନେରାଲ ମ୍ୟାନେଜର (ଜିଏମ) ଅଭିମନ୍ୟୁ ଲୋଧାଙ୍କୁ କମିଶନରେଟ୍ ପୋଲିସ ଜେରା କରିଛି । ନୟାପଲ୍ଲୀ ପୋଲିସ ଥାନାରେ ଲୋଧା ବୁଧବାର ହାଜର ହେବ ପରେ ତାଙ୍କୁ ପ୍ରାୟ ଏକ ଘଣ୍ଟା ଧରି ଜେରା କରାଯାଇଥିଲା । ଜେରା ପରେ ଲୋଧା ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି । ସେହିପରି ଆୟାର ସିବିଆଇ ଦ୍ୱାରା ୱାଣ୍ଟେଡ ଥିଲେ ବୋଲି ସେ ଜାଣି ନ ଥିବା ପ୍ରକାଶ କରିଛନ୍ତି । ସେପଟେ ଆବଶ୍ୟକ ପଡ଼ିଲେ ତାଙ୍କୁ ପୁଣି ଥରେ ଜେରା କରାଯିବ ବୋଲି ପୋଲିସ କହିଛି । ଲୋଧାଙ୍କୁ ପୂର୍ବରୁ ପୋଲିସ ସମନ ଜାରି କରିଥିଲା । ପତ୍ନୀ ଅସୁସ୍ଥ ଥିବା କାରଣ ଦର୍ଶାଇ ସେ ହାଜର ହୋଇପାରି ନ ଥିଲେ ।  ଫେବୃଆରୀ ୧୪ରେ ଜେନେରାଲ ମ୍ୟାନେଜର ଲୋଧାଙ୍କ ରୁମ ବୁକ ହୋଇଥିଲା । ଯେଉଁଥିରେ ଆୟାର ଓ ଚିତ୍ରା ଆଥୱାନୀ ରହୁଥିଲେ ବୋଲି ଘଟଣାର ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇତିଲା । ଏହି ମାମଲାରେ ପୂର୍ବରୁ ହୋଟେଲର ଅନ୍ୟ ତିନି ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ପୋଲିସ ଜେରା କରି ସାରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos