ନିଆଁରେ ଜଳି ଗଲା ୨୦ବଖରା ଘର

କଟକ: କଟକ ଜିଲ୍ଲା ନିଆଳି ବ୍ଲକ ଅର୍ନ୍ତଗତ କିନିସିପୁର ପଞ୍ଚାୟତର ବଢେଇପାଟଣା ଗାଁରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୨୦ବଖରାରୁ ଅଧିକ ଘର ପୋଡ଼ିଯାଇଛି।  ଏହା ସହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଗୃହସାମଗ୍ରୀ ନଷ୍ଟ ହୋଇଯାଇଛି। ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଦମକଳ ଗାଡ଼ି ପହଞ୍ଚି ନିଁଆକୁ ଆୟତ କରିଥିଲା।