କେମିତି ଚାଲିବ ଯାତ୍ରା : ସଂଘ ଜାରି କଲା ସର୍ତ୍ତ, ପଢନ୍ତୁ ଏଣିକି ପାର୍ଟିରେ କେତେ ପୁଅ-ଝିଅ ରହିବେ

ଭୁବନେଶ୍ୱର: ଓଡ଼ିଶାରେ ଯାତ୍ରା ଜଗତ କ୍ଷତିରେ ଚାଲୁଥିବାରୁ ଯାତ୍ରାପାର୍ଟିର ମାଲିକମାନେ ଯାତ୍ରା ବନ୍ଦ କରିଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ଯାତ୍ରା ମାଲିକ ସଙ୍ଘର ଏପରି ନିଷ୍ପତ୍ତିକୁ ସହଜରେ ବିଶ୍ୱାସ କରିପାରି ନ ଥିଲେ ଯାତ୍ରା କଳାକାର। ପରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହାର କିଛି ସମାଧାନର ସୂତ୍ର ବାହାର କରି ପୁଣି ଯାତ୍ରା ପ୍ରଦର୍ଶନ ଜାରି ରହିବ ବୋଲି ସଂଘ ନିଷ୍ପତ୍ତି ନେଇଛି।  ଏଥିପାଇଁ  ଓଡ଼ିଶା ଯାତ୍ରା ମାଲିକ ସଙ୍ଘ ପକ୍ଷରୁ କଳାକାର ଓ […]

jatra-1

Rakesh Mallick
  • Published: Saturday, 02 June 2018
  • , Updated: 17 August 2018, 04:19 AM IST

ଭୁବନେଶ୍ୱର: ଓଡ଼ିଶାରେ ଯାତ୍ରା ଜଗତ କ୍ଷତିରେ ଚାଲୁଥିବାରୁ ଯାତ୍ରାପାର୍ଟିର ମାଲିକମାନେ ଯାତ୍ରା ବନ୍ଦ କରିଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ଯାତ୍ରା ମାଲିକ ସଙ୍ଘର ଏପରି ନିଷ୍ପତ୍ତିକୁ ସହଜରେ ବିଶ୍ୱାସ କରିପାରି ନ ଥିଲେ ଯାତ୍ରା କଳାକାର। ପରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହାର କିଛି ସମାଧାନର ସୂତ୍ର ବାହାର କରି ପୁଣି ଯାତ୍ରା ପ୍ରଦର୍ଶନ ଜାରି ରହିବ ବୋଲି ସଂଘ ନିଷ୍ପତ୍ତି ନେଇଛି।  ଏଥିପାଇଁ  ଓଡ଼ିଶା ଯାତ୍ରା ମାଲିକ ସଙ୍ଘ ପକ୍ଷରୁ କଳାକାର ଓ ଯାତ୍ରା କର୍ମଚାରୀମାନଙ୍କ ପାଇଁ ଏକ ନିୟମାବଳି ପ୍ରସ୍ତୁତ କରାଯାଇଛି।  ସଂଘର ସଭାପତି ସୌମ୍ୟ ପଟ୍ଟନାୟକଙ୍କ ଦସ୍ତଖତ ଥାଇ ଏକ ନିୟମାବଳି ପ୍ରସ୍ତୁତ କରାଯାଇଛି। କେଉଁ ଆଧାରରେ ଯାତ୍ରା ଚାଲିପାରିବ ଏଥିପାଇଁ କିଛି ନୀତିନୟମ ପ୍ରସ୍ତୁତ କରାଯାଇଛି। ଯାହାକୁ ଯାତ୍ରାପାର୍ଟି ମାଲିକ ଏବଂ କଳାକାରମାନେ ଅନୁସରଣ କରିବେ।  ନିଷ୍ପତ୍ତି ଅନୁସାସାରେ କେତେକ କାମରେ ଖର୍ଚ୍ଚ କାଟ କରାଯିବ। ଯାତ୍ରା ପରିବେଷଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଯାତ୍ରାରେ ଚାକଚାକ୍ୟ ଓ କଳାକାରଙ୍କୁ ଦିଆଯାଉଥିବା କିଛି ସୁବିଧାକୁ ବନ୍ଦ କରାଯିବ। ଚାକଚକ୍ୟକୁ ପ୍ରାଧାନ୍ୟ ନଦେଇ ଭଲ କାହାଣୀକୁ ନେଇ ନାଟକ ପରିବେଷଣ କରାଯିବ। ତେବେ ଆଉ କଣ ସବୁ ପ୍ରମୁଖ ନୀୟାମବଳି ରହିଛି ଆସନ୍ତୁ ଜାଣିବା।

୧. ବାର୍ଷିକ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଦରମା ପାଉଥିବା କଳାକାରଙ୍କ ୧୦ ଲକ୍ଷରେ ହିଁ ସୀମିତ ରଖାଯିବ।

୨. ବାର୍ଷିକ ୧୦ ଲକ୍ଷରୁ କମ୍‌ ଦରମା ପାଉଥିବା କଳାକାରଙ୍କୁ ୨୫ ପ୍ରତିଶତ କମ୍‌ ଦରମାରେ ରଖାଯିବ।

୩. ଜଳଖିଆ ଖର୍ଚ୍ଚ ବନ୍ଦ କରାଗଲା

୪. ଡ୍ୟାନ୍ସରେ ସମୁଦାୟ ପୁଅ ୧୦ଜଣ ଓ ଝିଅ ୧୦ଜଣ ରହିବେ। ସେମାନଙ୍କୁ ୮୦ ହଜାରରରୁ ଅଧିକ ଦରମା ଦିଆଯିବନି। ଡିସେମ୍ବର ଛୁଟି ଦିଆଯିବ ନାହିଁ। ଜୁନ୍‌ ୧ରୁ ମାସ ଶେଷ ଯାଏଁ ଛୁଟି ମିଳିବ। ଆଖଡ଼ା ଛୁଟି ଦିଆଯିବ ନାହିଁ।

୫. ନିର୍ଦ୍ଦେଶକ ନାଟକରେ ଯେଉଁ ଚରିତ୍ର ଦେବେ ତାହା କରିବାକୁ ବାଧ୍ୟ।

୬ ଯାତ୍ରା ସମୟରେ କର୍ମରେ ଅବହେଳା କଲେ କିମ୍ବା ନାଟକ ଫେଲ୍‌ କଲେ ଅର୍ଥ ଦଣ୍ଡରେ ଦଣ୍ଡିତ ହେବେ।

୭. ପାର୍ଟି ବଦଳାଇବାକୁ ଚାହିଁଲେ ନିଜ ଅନୁଷ୍ଠାନର ପ୍ରଯୋଜକଙ୍କ ଅନୁମତି ନେବା ପାଇଁ ବାଧ୍ୟ।

୮. ରେକର୍ଡ ଡ୍ୟାନ୍ସରୁ ଷ୍ଟଣ୍ଟ ଡ୍ୟାନ୍ସକୁ ବାଦ୍‌ ଦିଆଗଲା।

୯. ଯାତ୍ରାଅନୁଷ୍ଠାନ ନିଜର ପ୍ରୋଗ୍ରାମ ପାଇଁ କୌଣସି ସେଲିବ୍ରେଟିଙ୍କୁ ଡାକିପାରିବେ ନାହିଁ କି ଅନୁମତି ଦେବେ ନାହିଁ।

୧୦. କଳାକାରମାନଙ୍କୁ କେୟାର ଟେକର ଦିଆଯିବ ନାହିଁ।

୧୧. ବିବାହିତଙ୍କ ଛଡ଼ା ଅନ୍ୟମାନଙ୍କୁ ସିଙ୍ଗଲ ରୁମ୍‌ ଦାଆଯିବ ନାହିଁ।

ଅଧିକ ଜାଣିବା ପାଇଁ ସମ୍ପୂର୍ଣ୍ଣ ତାଲିକା ପଢନ୍ତୁ।

Related story