ସୁରଟରୁ ଜାରି ରହିଛି ଓଡ଼ିଆଙ୍କ ଘର ବାହୁଡ଼ା, ଆଜି ସେକେଣ୍ଡ ବ୍ୟାଚ୍

ବ୍ରହ୍ମପୁର/ଭଦ୍ରକ/ସୁରଟ(ଓଡ଼ିଶା ରିପୋର୍ଟର): ସୁରତରୁ ଆଜି ପୁଣି ୪ଟି ବସ୍‌ରେ ଓଡ଼ିଶା ଅଭିମୁଖେ ବାହାରିଛନ୍ତି ୨ଶହରୁ ଅଧିକ ଲୋକ । ତେବେ ଏଥର କେବଳ ଗଂଜାମ ନୁହେଁ ଭଦ୍ରକ ଓ ନୟାଗଡ଼ ଜିଲ୍ଲାର ବି ଲୋକ ଥିବା ଜଣା ପଡିଛି । ଆଗକୁ ଆହୁରି ୨୫ଟି ବସ୍‌ରେ ଲୋକ ଆସିବାକୁ ବ୍ୟବସ୍ଥା ହୋଇଛି । ତେଣେ ଗଂଜାମ ଜିଲ୍ଲାକୁ ଫେରିବାକୁ ୨ଲକ୍ଷରୁ ଅଧିକ ଲୋକ ନାଁ ରେଜିଷ୍ଟ୍ରେସନ କରିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଥିବାବେଳେ ଭଦ୍ରକ ଜିଲ୍ଲା ପ୍ରଶାସନ […]

6nm

6nm

Tapas Behera
  • Published: Thursday, 30 April 2020
  • Updated: 30 April 2020, 08:29 PM IST

Sports

Latest News

ବ୍ରହ୍ମପୁର/ଭଦ୍ରକ/ସୁରଟ(ଓଡ଼ିଶା ରିପୋର୍ଟର): ସୁରତରୁ ଆଜି ପୁଣି ୪ଟି ବସ୍‌ରେ ଓଡ଼ିଶା ଅଭିମୁଖେ ବାହାରିଛନ୍ତି ୨ଶହରୁ ଅଧିକ ଲୋକ । ତେବେ ଏଥର କେବଳ ଗଂଜାମ ନୁହେଁ ଭଦ୍ରକ ଓ ନୟାଗଡ଼ ଜିଲ୍ଲାର ବି ଲୋକ ଥିବା ଜଣା ପଡିଛି । ଆଗକୁ ଆହୁରି ୨୫ଟି ବସ୍‌ରେ ଲୋକ ଆସିବାକୁ ବ୍ୟବସ୍ଥା ହୋଇଛି । ତେଣେ ଗଂଜାମ ଜିଲ୍ଲାକୁ ଫେରିବାକୁ ୨ଲକ୍ଷରୁ ଅଧିକ ଲୋକ ନାଁ ରେଜିଷ୍ଟ୍ରେସନ କରିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଥିବାବେଳେ ଭଦ୍ରକ ଜିଲ୍ଲା ପ୍ରଶାସନ କିନ୍ତୁ କେତେ ଲୋକ ଫେରିବେ ସେ ନେଇ ଦ୍ୱନ୍ଦ୍ୱ ଭିତରେ ରହିଛି। କାରଣ ସେଠି ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ତ୍ରୁଟି ଥିବା କହିଛନ୍ତି ନିଜେ ଜିଲ୍ଲାପାଳ।

ସୁରତରୁ ଜାରି ରହିଛି ଓଡ଼ିଆଙ୍କ ଘର ବାହୁଡ଼ା ଆଜି ସେକେଣ୍ଡ ବ୍ୟାଚ୍।  ପୁଣି ୪ଟି ବସ୍ ସମ୍ପୂର୍ଣ୍ଣ ସାନିଟାଇଜ୍ ପରେ ସୁରତ ପାଣ୍ଡ୍ୟାସରା ଅଞ୍ଚଳରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ବାହାରି ସାରିଛି ଏସବୁ ଗାଡ଼ି । ହେଲେ ଏଥର କେବଳ ଗଞ୍ଜାମ ଜିଲ୍ଲା ନୁହେଁ ଭଦ୍ରକ ଓ ନୟାଗଡ଼ ଅଞ୍ଚଳର ଲୋକ ବି ଆସୁଛନ୍ତି । ଅନେକ ତ ପିଲାଛୁଆ ଧରି ଘର ମୁହାଁ ହୋଇଛନ୍ତି ଲକ୍‌ଡାଉନ୍ ଯୋଗୁଁ ଦୀର୍ଘ ଦେଢ଼ ମାସ ଧରି ଦୁର୍ଦ୍ଦଶାରେ ଫସିବା ପରେ ଶେଷରେ ଗାଁକୁ ଫେରିବା ହିଁ ଉଚିତ୍ ନିଷ୍ପତ୍ତି ଥିଲା ବୋଲି ଅନେକ କହିଛନ୍ତି।  ଆଉ ସେମାନଙ୍କ ଫେରିବା ଲାଗି ଏସବୁ ଗାଡ଼ିର ବ୍ୟବସ୍ଥା କରିଛନ୍ତି ସେଠାକାର ପ୍ରବାସୀ ଓଡ଼ିଆ ସଂଗଠନ । ଯେଉଁଥିରେ ଓଡିଶା ସରକାର ଓ ଗୁଜରାଟ ସରକାରଙ୍କ ଅନୁମତି ରହିଛି । ତେବେ ଆଗକୁ ସୁରତରୁ ଆହୁରି ୨୫ଟି ବସ୍‌ରେ ଶ୍ରମିକମାନେ ଓଡ଼ିଶା ଫେରିବାର ବି ବନ୍ଦୋବସ୍ତ ହୋଇଛି।

ତେବେ ବାହାର ରାଜ୍ୟରୁ ଭଦ୍ରକ ଜିଲ୍ଲାକୁ ଫେରୁଛନ୍ତି କେତେ ଲୋକ ? ସେ ନେଇ ସଠିକ୍ ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେନାହିଁ ।  ଯଦିଓ ତିହିଡ଼ି, ଧାମନଗର ଓ ଚାନ୍ଦବାଲି ଅଞ୍ଚଳର ୨୧ଜଣ ଶ୍ରମିକ ଆସୁଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଛି । ହେଲେ ସେମାନେ ପ୍ରକୃତରେ କିଏ ତାହା ଅସ୍ପଷ୍ଟ କାରଣ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଆଗୁଆ ନାମ ପଞ୍ଜିକରଣ କରି ନାହାନ୍ତି।

ଏମିତିକି ଜଣ ଜଣଙ୍କର ନାଁ ତିନି ତିନି ଥର ବି ରେଜିଷ୍ଟ୍ରେସନ ହୋଇଥିବାରୁ ସଂଖ୍ୟା ସଠିକ୍ ଜଣା ପଡୁନଥିବା ନିଜେ ଜିଲ୍ଲାପାଳ ସ୍ୱୀକାର କରିଛନ୍ତି। ତେବେ ନୋଡାଲ ଅଫିସରଙ୍କୁ ଏହାର ତଦାରଖ ନିର୍ଦ୍ଦେଶ ହୋଇଥିବା ସେ କହିଛନ୍ତି । ସେହିପରି ନୟାଗଡ଼ ଜିଲ୍ଲା ସୁନାମୁହିଁ ଅଞ୍ଚଳର ୨୦ଜଣ ଦାଦନ ଶ୍ରମିକ ମଧ୍ୟ ଘରକୁ ଫେରୁଥିବା ଜିଲ୍ଲା ପ୍ରଶାସନ ଖବର ପାଇଥିଲେ ବି କେଉଁ ସମୟରେ ପହଞ୍ଚିବେ ତାହା ସ୍ପଷ୍ଟ ହୋଇନି। ତେବେ ସେମାନଙ୍କ ସହ ଯୋଗାଯୋଗ ଚାଲିଛି, ପହଞ୍ଚିବା ମାତ୍ରେ ସମସ୍ତଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯିବ ବୋଲି କହିଛନ୍ତି ନୟାଗଡ଼ ଉପ ଜିଲ୍ଲାପାଳ।

ସେପଟେ ପ୍ରଥମ ପର୍ଯ୍ୟାୟରେ ସୁରତରୁ ୪ଟି ବସ୍‌ରେ ଗଞ୍ଜାମ ଜିଲ୍ଲାକୁ ଫେରିଥିବା ୨୧୭ଜଣ ଲୋକଙ୍କୁ ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ସମସ୍ତଙ୍କ ପ୍ରାଥମିକ ହେଲଥ ସ୍କ୍ରିନିଂ କରାଯାଇଛି ଓ କାହାରିକୁ ପରିବାର ଲୋକଙ୍କୁ ଭେଟିବାକୁ ଦିଆଯାଉ ନାହିଁ । ତେବେ ଯିଏ ନିୟମ ଉଲ୍ଲଂଘନ କରିବ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ତା’ସହ ୨ଲକ୍ଷ ଲୋକ ଫେରିବାକୁ ନାଁ ରେଜିଷ୍ଟ୍ରେସନ କରିଥିବାରୁ ସେମାନେ ଫେରିଲେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story