ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ଦୂରନ୍ତ ଏକ୍ସପ୍ରେସ୍‌

ଜଳେଶ୍ୱର(ଅଜିତ ଦାସ): ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ‘ଦୂରନ୍ତ ଏକ୍ସପ୍ରେସ୍‌’। ଫଳରେ ଶତାଧିକ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ଆଜି ଦିନ ୨ଟାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରେନ୍‌ଟି ବାଲେଶ୍ୱର ଜିଲ୍ଲା ରୂପ୍‌ସା ଷ୍ଟେସନ୍‌ରେ ଅଟକି ରହିଛି। ମିଳିଥିବା ସୂଚନା ମୁତାବକ, ନିର୍ଦ୍ଧାରିତ ସମୟରେ ହାୱାଡ଼ାରୁ ଯଶୋବନ୍ତପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ‘ଦୂରନ୍ତ ଏକ୍ସପ୍ରେସ’। ରୂପ୍‌ସା ଷ୍ଟେସନ୍‌ ନିକଟରେ ସିଗ୍‌ନାଲ ଦେଇ ଟ୍ରାକ୍‌ ମରାମତି କାମ ଚାଲିଥିଲା। ମାତ୍ର ଡ୍ରାଇଭର ଜାଣିପାରିନଥିଲା। ତେବେ ଡ୍ରାଇଭର […]

train-in-balasore

Manoranjan Sial
  • Published: Friday, 22 November 2019
  • , Updated: 22 November 2019, 05:04 PM IST

ଜଳେଶ୍ୱର(ଅଜିତ ଦାସ): ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ‘ଦୂରନ୍ତ ଏକ୍ସପ୍ରେସ୍‌’। ଫଳରେ ଶତାଧିକ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ଆଜି ଦିନ ୨ଟାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରେନ୍‌ଟି ବାଲେଶ୍ୱର ଜିଲ୍ଲା ରୂପ୍‌ସା ଷ୍ଟେସନ୍‌ରେ ଅଟକି ରହିଛି।

ମିଳିଥିବା ସୂଚନା ମୁତାବକ, ନିର୍ଦ୍ଧାରିତ ସମୟରେ ହାୱାଡ଼ାରୁ ଯଶୋବନ୍ତପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ‘ଦୂରନ୍ତ ଏକ୍ସପ୍ରେସ’। ରୂପ୍‌ସା ଷ୍ଟେସନ୍‌ ନିକଟରେ ସିଗ୍‌ନାଲ ଦେଇ ଟ୍ରାକ୍‌ ମରାମତି କାମ ଚାଲିଥିଲା। ମାତ୍ର ଡ୍ରାଇଭର ଜାଣିପାରିନଥିଲା। ତେବେ ଡ୍ରାଇଭର ଜାଣିଲା ବେଳକୁ ଗାଡ଼ି ଟ୍ରାକ୍‌ ଚେଞ୍ଜ କରିସାରିଥିଲା। ପରେ ବାଧ୍ୟ ହୋଇ ହଠାତ୍‌ ଟ୍ରେନ୍‌ର ବ୍ରେକ୍‌ ମାରିଥିଲେ। ଯାହାଫଳରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଦୂରନ୍ତ ଏକ୍ସପ୍ରେସ୍‌। ବର୍ତ୍ତମାନ ସୁଦ୍ଧା ରୂପ୍‌ସାରେ ଟ୍ରେନ୍‌ଟି ଅଟକି ରହିଛି। ଟ୍ରେନ୍‌ ଛାଡ଼ିବାରେ ବିଳମ୍ୱ ହେଉଥିବା ଦେଖି ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଟ୍ରେନର ବ୍ରେକ୍‌ ସୋ’ ଓ ଭେକ୍ୟୁମ୍‌ ଗୁଡ଼ିକ ଭାଙ୍ଗି ଯାଇଛି। ହାୱାଡ଼ାରୁ ଟେକ୍ନିସିଆନ୍‌ମାନେ ଆସି ଇଞ୍ଜିନ ଓ ବଗିର ଗୁଡ଼ିକୁ ଯାଞ୍ଚ କରୁଛନ୍ତି। ମରାମତି କାମ ସରିବା ପରେ ଟ୍ରେନ୍‌ ଆଗକୁ ଗଢ଼ିବ ବୋଲି ଜଣାପଡ଼ିଛି। ମାତ୍ର କେତେବେଳେ ଟ୍ରାକ୍‌ ମରାମତି କାମ ସରିବ, ସେନେଇ ରେଳ ବିଭାଗ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ଦିଆଯାଇନାହିଁ।

Related story