ମାନବିକତା ଦେଖାଇଲେ ପ୍ରାର୍ଥୀ: ଭୋଟ୍‌ ପ୍ରଚାର ଛାଡ଼ି ପ୍ରସୂତିଙ୍କୁ କଲେ ସାହାଯ୍ୟ

ଫୁଲବାଣୀ(ତ୍ରିନାଥ ସାହୁ): ମାନବିକତାର ପରିଚୟ ଦେଇଛନ୍ତି କନ୍ଧମାଳ ଲୋକସଭା ଆସନର ବିଏସ୍‌ପି ପ୍ରାର୍ଥୀ ଅମୀର ନାୟକ। ନିଜ ଭୋଟ୍‌ ପ୍ରଚାର ଛାଡ଼ି ଜଣେ ଗୁରୁତର ଥିବା ପ୍ରସୂତି ମହିଳାଙ୍କୁ ନିଜ ଗାଡ଼ିରେ ମେଡିକାଲ୍‌ ଆଣିଥିଲେ। ସୂଚନା ଅନୁସାରେ, ବାଲିଗୁଡ଼ା ବଡ଼ ଗାଁର ଦୀପକ କୁମାର ଦିଗାଲଙ୍କ ପତ୍ନୀ ରେଣୁକା ଦିଗାଲ ଗତକାଲି ସକାଳେ ବାଲିଗୁଡ଼ା ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଫୁଲବାଣୀ ମେଡିକାଲ୍‌କୁ ରେଫର କରିଥିଲେ। ଏଥିପାଇଁ ଦୀପକ ୧୦୮ ଆମ୍ବୁଲାନ୍ସକୁ କଲ୍‌ କରିଥିଲେ। […]

yio

Tapas Behera
  • Published: Tuesday, 09 April 2019
  • , Updated: 09 April 2019, 03:16 PM IST

ଫୁଲବାଣୀ(ତ୍ରିନାଥ ସାହୁ): ମାନବିକତାର ପରିଚୟ ଦେଇଛନ୍ତି କନ୍ଧମାଳ ଲୋକସଭା ଆସନର ବିଏସ୍‌ପି ପ୍ରାର୍ଥୀ ଅମୀର ନାୟକ। ନିଜ ଭୋଟ୍‌ ପ୍ରଚାର ଛାଡ଼ି ଜଣେ ଗୁରୁତର ଥିବା ପ୍ରସୂତି ମହିଳାଙ୍କୁ ନିଜ ଗାଡ଼ିରେ ମେଡିକାଲ୍‌ ଆଣିଥିଲେ।

ସୂଚନା ଅନୁସାରେ, ବାଲିଗୁଡ଼ା ବଡ଼ ଗାଁର ଦୀପକ କୁମାର ଦିଗାଲଙ୍କ ପତ୍ନୀ ରେଣୁକା ଦିଗାଲ ଗତକାଲି ସକାଳେ ବାଲିଗୁଡ଼ା ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଫୁଲବାଣୀ ମେଡିକାଲ୍‌କୁ ରେଫର କରିଥିଲେ। ଏଥିପାଇଁ ଦୀପକ ୧୦୮ ଆମ୍ବୁଲାନ୍ସକୁ କଲ୍‌ କରିଥିଲେ। ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। ଯାହାକୁ ନେଇ ସେ ଚିନ୍ତାରେ ଥିଲେ।

ଏହି ସମୟରେ ନିର୍ବାଚନ ପ୍ରଚାର କରୁଥିବା ଅମୀର ପ୍ରଚାର କାର୍ଯ୍ୟ ଛାଡ଼ି ବାଲିଗୁଡ଼ା ମେଡିକାଲ୍‌ରେ ପହଞ୍ଚିଥିଲେ।  ସେଠାରେ ଘଟଣା ବାବଦରେ ଜାଣିବା ପରେ ସେ ସାହାଯ୍ୟର ହାତ ବଢ଼ାଇଥିଲେ। ଏହି ଘଟଣାକୁ ନେଇ ଅମୀର କହିଛନ୍ତି, ପ୍ରଚାର କାର୍ଯ୍ୟରେ ଯାଉଥିବା ବେଳେ ବାଲିଗୁଡ଼ା ମେଡିକାଲ୍‌ରେ ଦୀପକ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସାକୁ ନେଇ ଚିନ୍ତାରେ ଥିଲେ। ଏନେଇ ସେ ଜାଣିବା ପରେ ହସ୍ପିଟାଲ୍‌ରେ ଡାକ୍ତର ନଥିବାରୁ ନର୍ସଙ୍କୁ ତାଙ୍କର ଚିକିତ୍ସା କରିବାକୁ କହିଥିଲେ। ହେଲେ ରେଣୁକାଙ୍କ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ବା ବିକଳ୍ପ କରାଯାଇନଥିଲା। ପରେ ତାଙ୍କୁ ଫୁଲବାଣୀ ମେଡିକାଲ୍‌କୁ ରେଫର କରାଯାଇଥିବା ସେ ଜାଣିବାକୁ ପାଇଥିଲେ। ପରେ ପ୍ରସୂତି ମହିଳାଙ୍କୁ ନିଜ ବୋଲେରୋ ଗାଡ଼ିରେ ବାଲିଗୁଡା ମେଡିକାଲରୁ ସେ ଫୁଲବାଣୀ ମେଡିକାଲ କୁ ଆଣିଥିଲେ। ଏବେ ସମ୍ପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି।

Related story