ବନ୍ଧୁଙ୍କ ସାଙ୍ଗେ ଶିକାର କରିବାକୁ ଯାଇ ଫସିଗଲେ

ନୂଆପଡ଼ା (ମାୟାଧର ସରାଫ): ସାଙ୍ଗମାନଙ୍କ ସହ ଦୋକୋ ମାଝୀ ଶିକାର କରିବାକୁ ଯାଇଥିଲେ। ଏପରିକି ଗୋଟିଏ କୁଟୁରା ଶିକାର କରି ଘରକୁ ଫେରୁଥିଲେ। ହଠାତ ବନ ବିଭାଗ ପକ୍ଷରୁ ଚଢ଼ଉ ହେବାରୁ ଧରାପଡ଼ିଗଲେ। ଅନ୍ୟମାନେ ଫେରାର ହୋଇଗଲେ। ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି। ନୂଆଗଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ପାଟ୍ରୋଲିଂ ସତ୍ତ୍ୱେ ଶିକାରୀମାନେ ଅବାଧ ଶିକାର କରିଚାଲିଛନ୍ତି। ହେଲେ ବନ ବିଭାଗ ସେମାନଙ୍କୁ ଧରିବାରେ ସଫଳ ହେଉନଥିଲା। ତେବେ ଗତକାଲି ସନ୍ଧ୍ୟା ବେଳେ କୌଣସି ସୂତ୍ରରୁ […]

dear

dear

Jitendra Garnayak
  • Published: Thursday, 30 August 2018
  • Updated: 30 August 2018, 12:39 PM IST

ନୂଆପଡ଼ା (ମାୟାଧର ସରାଫ): ସାଙ୍ଗମାନଙ୍କ ସହ ଦୋକୋ ମାଝୀ ଶିକାର କରିବାକୁ ଯାଇଥିଲେ। ଏପରିକି ଗୋଟିଏ କୁଟୁରା ଶିକାର କରି ଘରକୁ ଫେରୁଥିଲେ। ହଠାତ ବନ ବିଭାଗ ପକ୍ଷରୁ ଚଢ଼ଉ ହେବାରୁ ଧରାପଡ଼ିଗଲେ। ଅନ୍ୟମାନେ ଫେରାର ହୋଇଗଲେ। ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି।

ନୂଆଗଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ପାଟ୍ରୋଲିଂ ସତ୍ତ୍ୱେ ଶିକାରୀମାନେ ଅବାଧ ଶିକାର କରିଚାଲିଛନ୍ତି। ହେଲେ ବନ ବିଭାଗ ସେମାନଙ୍କୁ ଧରିବାରେ ସଫଳ ହେଉନଥିଲା। ତେବେ ଗତକାଲି ସନ୍ଧ୍ୟା ବେଳେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ୍‌ ଅଭୟାରଣ୍ୟର ପଟିଡଙ୍ଗର ଲୁହୁରାଘାଟି ଚଢ଼ଉ କରି ଦୋକୋ ମାଝି ନାମକ ଜଣେ ଶିକାରୀକୁ ଗିରଫ କରିଥିଲେ। ତାଙ୍କଠାରୁ କୁଟୁରା ମୁଣ୍ଡ ଓ କିଛି ମାଂସ ମଧ୍ୟ ଜବତ କରିଥିଲେ।

ଦୋକୋଙ୍କ ସହିତ ଯାଇଥିବା ଅନ୍ୟ ୫ ଜଣ ବନ ବିଭାଗ କର୍ମଚାରୀଙ୍କୁ ଦେଖି ଚମ୍ପଟ ମାରିଥିଲେ। ସେମାନଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos