ନୀଳଗିରି(ଓଡ଼ିଶା ରିପୋର୍ଟର):ପାରବାରିକ କଳହକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଥାନା କଳାକାଦ ଗାଁର ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯୁବକଙ୍କ ନାମ ମୁକ୍ତିକାନ୍ତ ସ। ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ତାଙ୍କର ଏପରି ଅବସ୍ଥା ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଗତକାଲି କଳାକାଦ ଗାଁର ମୁକ୍ତିକାନ୍ତ ଘରେ ଥିବାବେଳେ ହଠାତ୍ ତାଙ୍କ ଶ୍ୱଶୁର ଘର ଲୋକ ଏବଂ ପତ୍ନୀ ପହଞ୍ଚି ଥିଲେ। ସମସ୍ତେ ମିଶି ତାଙ୍କୁ ନିସ୍ତୁକ ପିଟିଥିଲେ। ଆହତ ମୁକ୍ତିକାନ୍ତଙ୍କୁ ପ୍ରଥମେ ନୀଳଗିରି ଏବଂ ପରେ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଏନେଇ ବରହମପୁର ଥାନାରେ ଅଭିଯୋଗ ପରେ ଶ୍ୱଶୁର, ଶାଶୂ, ଶଳା ଓ ସ୍ତ୍ରୀଙ୍କୁ ବରହମପୁର ପୋଲିସ ଅଟକ ରଖି ପଚରା ଉଚରା କରୁଛି । ପାରିବାରିକ କଳହ କାରଣରୁ ଏପରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଚାଷୀଙ୍କୁ ସରକାରଙ୍କ ପରାମର୍ଶ: ବୀମା ସହାୟତା ପାଇଁ ହେଲପଲାଇନକୁ ଜଣାଅ
ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ଦେବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିୟମ ଅନୁସାରେ ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତି ପାଇଁ ମଧ୍ୟ ବୀମା ସହାୟତା ପ୍ରଦାନ କରାଯିବ ।
Politics
ଏଣିକି ମନ୍ତ୍ରୀ ବୁଝିବେ ଜିଲ୍ଲା କଥା: ମୁଖ୍ୟମନ୍ତ୍ରୀ ବାଂଟିଲେ ‘ଜିଲ୍ଲା ପ୍ରଭାରୀ ମନ୍ତ୍ରୀ’ ଦାୟିତ୍ୱ
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବାବେଳେ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଦାୟିତ୍ୱ ମିଳିଛି ।
Politics
ମୁରବୀବିହୀନ ବିଜେଡି: ଶଙ୍ଖଭବନରେ ୨ ମହିଳା ପଦାଧିକାରୀ ଧସ୍ତାଧସ୍ତି,ମାରପିଟ୍
ଆଜିର ଏହି ଘଟଣାରୁ ଦଳ ଭିତରେ ନେତା ଓ ପଦାଧିକାରୀଙ୍କ ଉପରେ ନବୀନ ନିଜର ଲଗାମ ଓ ନିୟନ୍ତ୍ରଣ ହରାଇ ବସିଥିବାର ପ୍ରମାଣ ମିଳିଛି ।
Politics
ବିଜେଡି ପ୍ରତିଷ୍ଠା ଦିବସରେ ଦଳ ଛାଡ଼ିଲେ ୨ ବ୍ଲକ୍ ଅଧ୍ୟକ୍ଷ, ବିଜେପିରେ ମିଶିଲେ
ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ଏବଂ କୁଲାଡ଼, ବାରୁଡ଼ା, ବଡ଼ କୋଦଣ୍ଡା ଆଦି ପଞ୍ଚାୟତର ସମିତିସଭ୍ୟ ଓ ସଭ୍ୟା ବିଜେପିରେ ସାମିଲ ହୋଇଛନ୍ତି।