ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ

ତେଲକୋଇ( ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ରୁଗୁଡ଼ିସାହି ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ବନିତା ମହାକୁଡ଼। ତାଙ୍କ ସ୍ୱାମୀଙ୍କ ନାଁ ଯଦୁ ମହାକୁଡ଼। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଯଦୁ ମହାକୁଡ଼କୁ ପୁଲିସ୍‌ ଗିରଫ କରିଛି। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଯଦୁ ଓ ତାଙ୍କ ସ୍ତ୍ରୀ ବନିତାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା।  ଏଥିରେ ଉତ୍‌କ୍ଷିପ୍ତ […]

deadbody

Tapaswini Nayak
  • Published: Saturday, 24 October 2020
  • , Updated: 24 October 2020, 02:40 PM IST

ତେଲକୋଇ( ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ରୁଗୁଡ଼ିସାହି ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତ ମହିଳାଙ୍କ ନାଁ ବନିତା ମହାକୁଡ଼। ତାଙ୍କ ସ୍ୱାମୀଙ୍କ ନାଁ ଯଦୁ ମହାକୁଡ଼। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଯଦୁ ମହାକୁଡ଼କୁ ପୁଲିସ୍‌ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଯଦୁ ଓ ତାଙ୍କ ସ୍ତ୍ରୀ ବନିତାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା।  ଏଥିରେ ଉତ୍‌କ୍ଷିପ୍ତ ହୋଇ ଯଦୁ ଏକ ଟାଙ୍ଗିଆରେ ତାଙ୍କୁ ହାଣି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ପୁଲିସ୍‌ ଖବର ପାଇ ରୁଗୁଡ଼ି ସାହି ରେ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 

Related story