‘ମୋ ସ୍ତ୍ରୀ ଆଉ କାହାର ହୋଇପାରିବନି, ସେ ଫେରିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସ୍ତ୍ରୀକୁ ଦେଖା କରିବାକୁ ଆସି ହଟହଟା ହେଲେ ସ୍ୱାମୀ। ନୟାପଲ୍ଲୀ ଥାନାରେ ଅଣ୍ଡରଟେକିଂ ଲେଖି ସେ ଥାନାରୁ ମୁକୁଳିଛନ୍ତି।  ଆଉ ଝିଅଘର ପାଖକୁ  ଆସିବେ ନାହିଁ ବୋଲି କହିବା ସହ, ଏଣିକି ସ୍ତ୍ରୀକୁ ପାଇବା ପାଇଁ କୋର୍ଟରେ ଦେଖା ହେବ ବୋଲି ସ୍ୱାମୀ ରାକେଶ ବାରିକ କହିଛନ୍ତି। କୋର୍ଟ ମ୍ୟାରେଜ ସତ୍ତ୍ୱେ ସ୍ତ୍ରୀକୁ ତା’ର ବାପ ଘର ଲୋକ ଅନ୍ୟତ୍ର ବିବାହ କରାଉଥିବା ଜାଣି ମେହେନ୍ଦି ଦିନ ନୟାପଲ୍ଲୀ ସ୍ଥିତ ସ୍ତ୍ରୀ ଘରକୁ ଆସି ଥିଲେ […]

43210

Tapas Behera
  • Published: Tuesday, 03 December 2019
  • , Updated: 03 December 2019, 07:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସ୍ତ୍ରୀକୁ ଦେଖା କରିବାକୁ ଆସି ହଟହଟା ହେଲେ ସ୍ୱାମୀ। ନୟାପଲ୍ଲୀ ଥାନାରେ ଅଣ୍ଡରଟେକିଂ ଲେଖି ସେ ଥାନାରୁ ମୁକୁଳିଛନ୍ତି।  ଆଉ ଝିଅଘର ପାଖକୁ  ଆସିବେ ନାହିଁ ବୋଲି କହିବା ସହ, ଏଣିକି ସ୍ତ୍ରୀକୁ ପାଇବା ପାଇଁ କୋର୍ଟରେ ଦେଖା ହେବ ବୋଲି ସ୍ୱାମୀ ରାକେଶ ବାରିକ କହିଛନ୍ତି।

କୋର୍ଟ ମ୍ୟାରେଜ ସତ୍ତ୍ୱେ ସ୍ତ୍ରୀକୁ ତା’ର ବାପ ଘର ଲୋକ ଅନ୍ୟତ୍ର ବିବାହ କରାଉଥିବା ଜାଣି ମେହେନ୍ଦି ଦିନ ନୟାପଲ୍ଲୀ ସ୍ଥିତ ସ୍ତ୍ରୀ ଘରକୁ ଆସି ଥିଲେ ସ୍ୱାମୀ ରାକେଶ ବାରିକ। ପରିସ୍ଥିତି ଏମିତି ହେଲା ଯେ, ସ୍ତ୍ରୀ ବିବାହ ଭାଙ୍ଗି ଯାଇଥିଲା।

ଆଜି ପୁଣି ଥରେ ରାକେଶ ବାରିକ, ସ୍ତ୍ରୀକୁ ଦେଖା କରିବାକୁ ଆସି ତାଙ୍କ ଘର ପାଖକୁ ଯାଇଥିଲେ। ରାକେଶ କହିଛନ୍ତି ଯେ, ମୋ ସ୍ତ୍ରୀ ମତେ ବହୁତ ଭଲପାଏ। ସେ ନିଶ୍ଚିତ ମୋ ପାଖକୁ ଫେରି ଆସିବ। ଅନ୍ୟପଟେ ରାକେଶ ଆକ୍ରମଣ ପାଇଁ ଧମକ ଦେଉଥିବା ନୟାପଲ୍ଲୀ ଥାନାରେ ଝିଅର ପରିବାର ଲୋକେ ଅଭିଯୋଗ କରିଥିଲେ । ଯାହାକୁ ନେଇ ନୟାପଲ୍ଲୀ ପୁଲିସ ରାକେଶକୁ ଥାନାକୁ ଧରି ଆଣିଥିଲା।  ତେବେ ଏହି ଘଟଣାରେ ଝିଅର ପରିବାର ଲୋକଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ  ।

Related story