ଶ୍ରେୟାକୁ ମିଳିଲା ଆଶ୍ରୟ, ଆପଣେଇଲେ ଇଞ୍ଜିନିୟର ଦମ୍ପତି

କୋରାପୁଟ(ଓଡ଼ିଶା ରିପୋର୍ଟର): ଶ୍ରେୟାକୁ ମିଳିବ ନୂଆ ପରିଚୟ। ଅନାଥ ଆଶ୍ରମ ନୁହେଁ, ବରଂ ବାପା ମା’ଙ୍କ କୋଳରେ ବଢ଼ିବ ଶ୍ରେୟା। ହାଇଦ୍ରାବାଦର ଇଞ୍ଜିନିୟର ଦମ୍ପତି ତାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଆଜି କୋରାପୁଟ୍‌ ଜିଲ୍ଲା ଜଜ୍‌ କୋର୍ଟଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ, ଶ୍ରେୟାଙ୍କୁ ଇଞ୍ଜିନିୟର ଦମ୍ପତିକୁ ହସ୍ତାନ୍ତର କରିଛନ୍ତି। କୋଲକାତାର ଇଞ୍ଜିନିୟର ଦମ୍ପତି ହାଇଦ୍ରାବାଦରେ କାର୍ଯ୍ୟରତ ଅଛନ୍ତି। ବୟସ ୫୦ ପାଖାପାଖି ହେବ। ସେମାନଙ୍କୁ ପିଲା ପିଲି ନଥିଲେ। ତେଣୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ […]

shreya

Rakesh Mallick
  • Published: Friday, 12 January 2018
  • , Updated: 12 January 2018, 05:54 PM IST

କୋରାପୁଟ(ଓଡ଼ିଶା ରିପୋର୍ଟର): ଶ୍ରେୟାକୁ ମିଳିବ ନୂଆ ପରିଚୟ। ଅନାଥ ଆଶ୍ରମ ନୁହେଁ, ବରଂ ବାପା ମା’ଙ୍କ କୋଳରେ ବଢ଼ିବ ଶ୍ରେୟା। ହାଇଦ୍ରାବାଦର ଇଞ୍ଜିନିୟର ଦମ୍ପତି ତାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଆଜି କୋରାପୁଟ୍‌ ଜିଲ୍ଲା ଜଜ୍‌ କୋର୍ଟଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ, ଶ୍ରେୟାଙ୍କୁ ଇଞ୍ଜିନିୟର ଦମ୍ପତିକୁ ହସ୍ତାନ୍ତର କରିଛନ୍ତି।

କୋଲକାତାର ଇଞ୍ଜିନିୟର ଦମ୍ପତି ହାଇଦ୍ରାବାଦରେ କାର୍ଯ୍ୟରତ ଅଛନ୍ତି। ବୟସ ୫୦ ପାଖାପାଖି ହେବ। ସେମାନଙ୍କୁ ପିଲା ପିଲି ନଥିଲେ। ତେଣୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଥିଲେ। ଏହା ଭିତରେ ସେଣ୍ଟ୍ରାଲ ଆଡପ୍ସନ ରିସୋର୍ସଏଜେନ୍ସି(କାରା) ୱେବସାଇଟ୍‌ରୁ ଶ୍ରେୟା ସମ୍ପର୍କରେ ଖବର ପାଇଁ ଇଞ୍ଜିନିୟର ଦମ୍ପତି କୋରାପୁଟ ଜିଲ୍ଲା ଦଶମନ୍ତପୁର ଆସିଥିଲେ। ସେମାନେ ପ୍ରଥମେ ଶିଶୁ ପରିଚର୍ଯ୍ୟ କେନ୍ଦ୍ର ଆଦର୍ଶ ଗୁରୁକୁଳକୁ ଯାଇ ଶ୍ରେୟାକୁ ଦେଖିଥିଲେ। ଶ୍ରେୟା ସେମାନଙ୍କ ସହିତ ବହୁ ଖସିରେ ଥିଲା। ଇଞ୍ଜିନିୟର ଦମ୍ପତି ଶ୍ରେୟା ସହିତ କିଛି ଦିନ ବିତେଇ ଥିଲେ।

ଆଜି ପୋଷ୍ୟସନ୍ତାନ ଭାବେ ଶ୍ରେୟାକୁ ଇଞ୍ଜିନିୟର ଦମ୍ପତି ଗ୍ରହଣ କରିଛନ୍ତି। ଜିଲ୍ଲାଜଜଙ୍କ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କୋରାପୁଟ ଉପଜିଲ୍ଲାପାଳ ଶ୍ରେୟାଙ୍କୁ ହସ୍ତାନ୍ତର କରିଛନ୍ତି। ଦୁଇ ମାସ ପରେ ଫାଇନାଲ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

ଗତବର୍ଷ ଜୁଲାଇ ୧୭ ତାରିଖ ସକାଳେ। ବୋରିଗୁମ୍ମା-କୋରାପୁଟ ରାସ୍ତା କଡ଼ କୁମ୍ଭାରୀପୁଟ୍‌ ଜଙ୍ଗଲରୁ ଭାସି ଆସୁଥିଲା ଜଣେ କଅଁଳା ଶିଶୁର କାନ୍ଦ ଶବ୍ଦ। ପ୍ରଥମେ ସେହି ଜଙ୍ଗଲ ଦେଇ ଯାଉଥିବା ଲୋକେ ଭୟଭୀତ ହୋଇପଡ଼ିଥିଲେ। ପରେ ଏକତ୍ର ହୋଇ ଜଙ୍ଗଲରେ ଖୋଜିଥିଲେ। ଶେଷରେ ସେମାନେ ଯାହା ଦେଖିଥିଲେ ତାହା ସହଜରେ ବିଶ୍ୱାସ କରି ପାରିଲେ ନ ଥିଲେ। ସତରେ କଣ ଏ ଦୁନିଆ ଏତେ ନିଷ୍ଠୁର। ମଲା ମା’ ପାଖରେ ଶିଶୁକୁ ଛାଡ଼ିଦେଲା। ଜଙ୍ଗଲରେ ମା’ର ମଲାଦେହ ମାଟିରେ ପଡ଼ିଛି। ପାଟିରୁ ରକ୍ତ ବାହାରୁଛି। ବେକରେ ତଉଲିଆ ଗୋଡା ହେବାର ଦାଗ ରହିଛି। ପାଖରେ ରାହା ଧରି କାନ୍ଦୁଛି କୁନି ଛୁଆ। ଭାବୁଛି ମା’ ତାର ଉଠିବ, କୋଳେଇ ନେଇ ଗେଲ କରିବ। କିନ୍ତୁ ମା’ ଉଠୁନି। କୁନି ଛୁଆର କାନ ଓ ମୁହଁରେ କ୍ଷତ ଚିହ୍ନ ହୋଇଛି। ଏ ସମ୍ପର୍କରେ ଖବର ପାଇ ପୋଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର ଚିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Related story