ମୋ ବଡ଼ ଭଉଣୀ ଚାଲିଗଲା: ବିଦୁସ୍ମିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆଜି ମୁଁ ମୋ ବଡ଼ ଭଉଣୀଙ୍କୁ ହରାଇଲି। ଦୀପା ଦିଦିଙ୍କ ସହିତ ମୁଁ ବହୁ ଅନ୍ତରଙ୍ଗ ମୁହୂର୍ତ୍ତ କାଟିଛି। ମୋ ମା’ ତାଙ୍କୁ ଝିଅ କରିଥିଲେ। ମୁଁ ତାଙ୍କ ଘରେ ଓ ସେ ମୋ ଘରେ ବହୁ ସମୟ ରହିଛି। ଆମେ ଦୁହେଁ ଏକାଠି ବହୁ ସମୟ ବିତାଇଛୁ। ଦୀପା ଦିଦି ଅସୁସ୍ଥ ବେଳେ ମୁଁ ତା ପାଖେ ପାଖେ ରହିଥିଲି। ଯେଉଁଠି ଥିଲେ ବି ସୁଟିଂ ସାରି ତା’ ପାଖକୁ ଦୌଡ଼ି ଯାଉଥିଲି। […]

deepa

Manoranjan Sial
  • Published: Monday, 27 July 2020
  • , Updated: 27 July 2020, 06:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆଜି ମୁଁ ମୋ ବଡ଼ ଭଉଣୀଙ୍କୁ ହରାଇଲି। ଦୀପା ଦିଦିଙ୍କ ସହିତ ମୁଁ ବହୁ ଅନ୍ତରଙ୍ଗ ମୁହୂର୍ତ୍ତ କାଟିଛି। ମୋ ମା’ ତାଙ୍କୁ ଝିଅ କରିଥିଲେ। ମୁଁ ତାଙ୍କ ଘରେ ଓ ସେ ମୋ ଘରେ ବହୁ ସମୟ ରହିଛି। ଆମେ ଦୁହେଁ ଏକାଠି ବହୁ ସମୟ ବିତାଇଛୁ। ଦୀପା ଦିଦି ଅସୁସ୍ଥ ବେଳେ ମୁଁ ତା ପାଖେ ପାଖେ ରହିଥିଲି। ଯେଉଁଠି ଥିଲେ ବି ସୁଟିଂ ସାରି ତା’ ପାଖକୁ ଦୌଡ଼ି ଯାଉଥିଲି। ତା’ ସହିତ କଥା ହୁଏ। ମନେ ମନେ ଭାବୁଥିଲି ସେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତାନି। କିନ୍ତୁ ଭାବନା ମୋର ମନ ଭିତରେ ରହିଗଲା। ସେ ଜଣେ କଳାକାର ନୁହେଁ, ମୁଁ ଆଜି ଜଣେ ବଡ଼ ଭଉଣୀଙ୍କୁ ହରାଇଲି ବୋଲି ଓଲିଉଡ୍‌ ଅଭିନେତ୍ରୀ ବିଦୁସ୍ମିତା କହିଛନ୍ତି।

ଦୀପାଙ୍କ ଅବେଳର ଦେହାନ୍ତରେ ଏକଦମ୍‌ ଭାଙ୍ଗି ପଡ଼ିଛନ୍ତି ବିଦୁସ୍ମିତା। ଏ ଖବର ପାଇଁ ପରେ ସେ ଧାଇଁ ଆସିଥିଲେ ମେଡିକାଲ୍‌। ଆଉ କାନ୍ଦି ପକାଇଥିଲେ।

ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ଦୀପା ଆଲ୍‌ବମ୍‌ ଇଣ୍ଡଷ୍ଟ୍ରୀରେ ବେଶ୍‌ ପରିଚିତ ଥିଲେ। ତାଙ୍କ ଅଭିନିତ 'ମସ୍ତ ମସ୍ତ ଚାଲି', 'ତୋ ଟଣା ଟଣା ଆଖି', 'ଦେବୁ ଯଦି ଗୋରୀ ତୁ ଦିଲ ଦେଇଯା', 'ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ', 'ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା' ଆଦି ଗୀତ ଖୁବ୍‌ ସୁପରହିଟ ହୋଇଥିଲା। ରାତିରାତି ଅତି ପରିଚିତ ହୋଇଥିଲେ ଦୀପା। ଖାଲି ଆଲବମ୍‌ ନୁହେଁ ବହୁ ଓଡ଼ିଆ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ନାରୀ ଆଖିରେ ନିଆଁ, ସୁନା ଚଢ଼େଇ ମୋ ରୂପା ଚଢ଼େଇ ଓ କଲେଜ ଟାଇମରେ ସେ ଅଭିନୟ କରିଛନ୍ତି।

Related story