‘ମୋର ଟେମ୍ପର ଟିକେ ଲୁଜ୍ ହୋଇଗଲା’

ଭୁବନେଶ୍ୱର/ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ଚନ୍ଦ୍ରଶେଖର ଶକ୍ତ ଚାପୁଡ଼ାକୁ ନେଇ ହଇଚଇ।  ମଂଚ ଉପରେ କଂଗ୍ରେସରୁ ଆସି ନୂଆ କରି ଶଙ୍ଖ ଧରିଥିବା ଜଣେ କର୍ମୀଙ୍କୁ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ଶକ୍ତ ଚାପୁଡ଼ା ମାରିବା ଭିଡିଓ ପଦାକୁ ଆସିବା ପରେ ଆଜି ଦିନତମାମ ସରଗରମ୍ ହୋଇଥିଲା ରାଜନୀତି।  ତେବେ ପ୍ରଥମେ ଏଇ ଘଟଣାରେ ମୁହଁ ଖୋଲିନଥିବା ସାଂସଦ ପରବର୍ତ୍ତୀ ସମୟରେ ଏନେଇ କ୍ଷମା ମାଗିଛନ୍ତି । କହିଛନ୍ତି ମୋର ଏଭଳି ଟେମ୍ପର ଲୁଜ୍ କରିବାର ନଥିଲା। […]

211

Tapas Behera
  • Published: Wednesday, 25 September 2019
  • , Updated: 25 September 2019, 08:51 PM IST

ଭୁବନେଶ୍ୱର/ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ଚନ୍ଦ୍ରଶେଖର ଶକ୍ତ ଚାପୁଡ଼ାକୁ ନେଇ ହଇଚଇ।  ମଂଚ ଉପରେ କଂଗ୍ରେସରୁ ଆସି ନୂଆ କରି ଶଙ୍ଖ ଧରିଥିବା ଜଣେ କର୍ମୀଙ୍କୁ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ଶକ୍ତ ଚାପୁଡ଼ା ମାରିବା ଭିଡିଓ ପଦାକୁ ଆସିବା ପରେ ଆଜି ଦିନତମାମ ସରଗରମ୍ ହୋଇଥିଲା ରାଜନୀତି।  ତେବେ ପ୍ରଥମେ ଏଇ ଘଟଣାରେ ମୁହଁ ଖୋଲିନଥିବା ସାଂସଦ ପରବର୍ତ୍ତୀ ସମୟରେ ଏନେଇ କ୍ଷମା ମାଗିଛନ୍ତି । କହିଛନ୍ତି ମୋର ଏଭଳି ଟେମ୍ପର ଲୁଜ୍ କରିବାର ନଥିଲା। ହଠାତ୍ ରାଗି ଏମିତି କରିଦେଲି। ତେବେ ଘଟଣାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ।

ଚାପୁଡ଼ା ଖାଇଥିବା ବ୍ୟକ୍ତି ଜଣକ ହେଲେ ସଂଗ୍ରାମ ସାହୁ । ଗଜପତି ଜିଲ୍ଲା ଯୁବ କଂଗ୍ରେସ ସଭାପତି ପଦରେ ଥିଲେ। ହାତ ଛାଡ଼ି ଗତକାଲି ବିଜେଡିରେ ମିଶିବାକୁ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ବିଜେଡିର ପରିବର୍ଦ୍ଧିତ କାଯର୍ୟକାରିଣୀ ବୈଠକକୁ ଆସିଥିଲେ। ସଭାରେ ସମ୍ବର୍ଦ୍ଧନା ବଦଳରେ ଚାପୁଡ଼ା ଖାଇଲେ। ହେଲେ ସଂଗ୍ରାମଙ୍କ କହିବା କଥା ମଂଚରେ ତାଙ୍କୁ ଗଜପତି ଜିଲ୍ଲା ପ୍ରଭାରୀ ଥିବା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବିଜେଡି ଉତ୍ତରୀୟ ଦେଉଥିଲେ, କିନ୍ତୁ ସେ ଚାହୁଁଥିଲେ ସାଂସଦ ଚନ୍ଦ୍ରଶେଖର ତାଙ୍କୁ ଉତ୍ତରୀୟ ଦିଅନ୍ତୁ। ଏନେଇ ଉଦ୍ୟମ ବେଳେ ସାଂସଦ କୁଆଡ଼େ ଏମିତି ତାଙ୍କ ଗାଲ ଛୁଇଁଦେଲେ।

ହେଲେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏନେଇ କିଛି କହିବାକୁ ମନା କରିଥିବା ସାଂସଦ ଚନ୍ଦ୍ରଶେଖର କିନ୍ତୁ ପରେ ପଲିଟିଥିଲେ। ଆଉ ଘଟଣା ପାଇଁ କ୍ଷମା ମାଗିଥିଲେ। କୁହାଯାଉଛି ଘଟଣାକୁ ନେଇ ଅଡୁଆରେ ପଡ଼ିଥିବା ବିଜେଡି ସୁପ୍ରିମୋଙ୍କ ତାଗିଦ ପରେ ପଲଟିଥିଲେ ଚନ୍ଦ୍ରଶେଖର। ତେବେ ଭରି ସଭାରେ ନିଜ ଦଳର କର୍ମୀଙ୍କୁ ଜଣେ ବରିଷ୍ଠ ସାଂସଦଙ୍କ ଏଭଳି ବ୍ୟବହାରକୁ ବିରୋଧୀ  ନିନ୍ଦା କରିଛନ୍ତି ।

ବିଜେଡି ନେତାଙ୍କ ଆଚରଣକୁ ନେଇ ଏ ଚର୍ଚ୍ଚା ନୂଆ ନୁହେଁ ଜଣେ ସରକାରୀ ଅଧିକାରୀଙ୍କୁ ସର୍ବସମ୍ମୁଖରେ ପାଟଣାଗଡ଼ର ବିଧାୟକ ସରୋଜ ମେହେର ଉଠବସ୍ କରି ଜେଲ୍ ଯିବା ଘଟଣା ହେଉ କି ପୂର୍ବ ସରକାର ଅମଳରେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିଭିନ୍ନ ସମୟରେ ଦବଙ୍ଗଗିରି ଅବା ବର୍ଷକ ତଳେ ଭାଇରାଲ୍ ହୋଇଥିବା ଜଣେ ବୃଦ୍ଧାଙ୍କ ପ୍ରତି ଆୟୁବ ଖାନ୍‌ଙ୍କ ଔଦ୍ଧତ୍ୟର ଚିତ୍ର ବେଶ ଚର୍ଚ୍ଚା ହୋଇଥିଲା।

ହେଲେ କିଛି ଦିନ ତଳେ ବିଧାୟକଙ୍କୁ ବ୍ୟବହାର ଓ ଆଚରଣ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ତାଲିମ, ଗାନ୍ଧିଙ୍କ ଅହିଂସା ନୀତିକୁ ସମ୍ବିଧାନର ମୁଖବନ୍ଧରେ ସାମିଲ ପାଇଁ ଦଳର ଦାବି ସତ୍ତ୍ୱେ ନିଜ ଦଳୀୟ ସାଂସଦଙ୍କ ଏଭଳି ବ୍ୟବହାରକୁ ନେଇ ଏବେ ଚର୍ଚ୍ଚା।

Related story