ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ନୂଆ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ଖୁସିର ବର୍ଷ ହେଉ। ୨୦୨୦ର କୋଭିଡ୍ ପରିସ୍ଥିତି ଆଉ ନ ଆସୁ। ସାମଗ୍ରିକ ଭାବେ ସବୁ ବର୍ଗର ଲୋକଙ୍କ ଉନ୍ନତି ହେଉ। ସବୁ ସେକ୍ଟରର ଉନ୍ନତି ପାଇଁ କାମ ଚାଲିଛି। କାମର ମନିଟର କରୁଛୁ। କିଭଳି ସାଧାରଣ ଲୋକେ ଶୀଘ୍ର ସୁଫଳ ପାଇବେ, ତାହା ଉପରେ ଉଦ୍ୟମ ହେବ।” ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇବା ପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଅବସରରେ ସୁରେଶ ମହାପାତ୍ର ଏହା କହିଛନ୍ତି।
୩ଟି ମେଜର ପ୍ରୋଜେକ୍ଟ ନେଇ ସେ କହିଛନ୍ତି-“ପୁରୀ, ଲିଙ୍ଗରାଜ କରିଡର ଓ SCB ସମ୍ପ୍ରସାରଣ କରାଯିବ। କାମ କେମିତି ଶୀଘ୍ର ସରିବ, ତାହା ଉପରେ ବିଶେଷ ଧ୍ୟାନ ଦିଆଯିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମ ରାଜ୍ୟରେ ଭଲ ବିକାଶ ହୋଇଛି।”
ସେ ଆହୁରି କହିଛନ୍ତି-“କରୋନାର ନୂଆ ଷ୍ଟ୍ରେନ୍ର ମୁକାବିଲା ପାଇଁ ସମସ୍ତେ ଗାଇଡ୍ଲାଇନ ମାନନ୍ତୁ। ମାସ୍କ ପିନ୍ଧନ୍ତୁ ଓ ଡିଷ୍ଟାନ୍ସ ମେଣ୍ଟେନ କରନ୍ତୁ। ଏହି ନିୟମ ମାନିଲେ କରୋନାକୁ ରୋକିପାରିବା। ପୁରୀରେ ମହାପ୍ରଭୁଙ୍କ ଦର୍ଶନ ନେଇ ସୁବ୍ୟବସ୍ଥା ହୋଇଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Guest Column
ବୁଦ୍ଧି ନଦିଶଇ ଘରକୁ: ଏଇଠି ଅଛି ଉତ୍କର୍ଷ ଓଡ଼ିଶା ପାଇଁ ପୁଞ୍ଜି
ପୁଞ୍ଜି ସଂଗ୍ରହ ପାଇଁ ନିଜସ୍ୱ ବ୍ୟବସ୍ଥା ଭିତରେ ଥିବା ସମସ୍ତ ଅଚଳନ୍ତି ସ୍ଥାବର ଓ ଅସ୍ଥାବର ସଂପତ୍ତି ବିକ୍ରି କରି ସରକାର ଗୋଟିଏ ବର୍ଷ ଭିତରେ ଅନେକ ପୁଞ୍ଜି ସଂଗ୍ରହ କରପାରିବେ। ପୁଞ୍ଜି ପାଇଁ ବାହାର ରାଜ୍ୟର ବା ବାହାର ପୁଞ୍ଜିପତିମାନଙ୍କ ଦ୍ୱାରସ୍ଥ ହେବା କମିଯିବ। ସରାକରୀ ପୁଞ୍ଜିରେ ଅନେକ ଉତ୍କର୍ଷତା ଉପଲବ୍ଧ ହେବ।
Events & Festivals
ଆସନ୍ତାକାଲିଠୁ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ: ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି, ୫ଲକ୍ଷ କୋଟି ଟଙ୍କାର ନିବେଶ ସଂଗ୍ରହ ଲକ୍ଷ୍ୟ
ଭୁବନେଶ୍ୱରର ଜନତା ମଇଦାନଠାରେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିନ ୧୧ଟାରେ ଆନୁଷ୍ଠାନିକ ଉଦଘାଟନ କରିବେ।
Miscellaneous
କିଏ ସେ ଆଇଏଏସ୍ ଯିଏ ମାପୁଛନ୍ତି ମନ୍ତ୍ରୀଙ୍କ ସୀମା, କାର୍ଯ୍ୟାନୁଷ୍ଠାନ କେବେ?
କିଏ ସେ ଆଇଏଏସ୍ ଯିଏକି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ତାଙ୍କ ବିଭାଗର କାର୍ଯ୍ୟରେ ହସ୍ତକ୍ଷେପ ନକରିବାକୁ କହୁଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
Miscellaneous
ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା, ମଧୁ ପାଢ଼ୀ ରାଜ୍ୟ ନିର୍ବାଚନ ଆୟୁକ୍ତ
ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ପ୍ରଥମ ବ୍ୟକ୍ତି ଯିଏ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶଦାତା ହେବେ।
Miscellaneous
ସବୁ ସୋମବାର କାହିଁକି ଖୋଲୁନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ?
ଡିସେମ୍ବର ୩୦ ତାରିଖରେ ଶେଷ ଥର ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ଆମେ ଏହା ଭିତରେ ପ୍ରାୟ ୩୦ ହଜାରରୁ ଅଧିକ ଅଭିଯୋଗ ପାଇଛୁ।