ଝାରପଡ଼ା ଜେଲ୍‌ ଗଲେ ଆଇଏଏସ୍‌ ଅଫିସର ବିଜୟ କେତନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଲ୍ ଗଲେ ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ। ରିମାଣ୍ଡ ଅବଧି ସରିବା ପରେ ବିଜୟ କେତନଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଏକ ବିଲ୍‌ ପାସ୍‌ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଦ୍ୟାନକୃଷି ନିର୍ଦ୍ଦେଶକ ବିଜୟ କେତନ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହାପରେ ଜାନୁଆରୀ ୧ ତାରିଖରେ ଭିଜିଲାନ୍ସ ବିଭାଗ ତାଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଥିଲା। ଲାଞ୍ଚ ନେଇ ଗିରଫ ହେବା […]

IAS

Jyoshna Pradhan
  • Published: Sunday, 05 January 2020
  • , Updated: 05 January 2020, 03:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଲ୍ ଗଲେ ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ। ରିମାଣ୍ଡ ଅବଧି ସରିବା ପରେ ବିଜୟ କେତନଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଏକ ବିଲ୍‌ ପାସ୍‌ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଦ୍ୟାନକୃଷି ନିର୍ଦ୍ଦେଶକ ବିଜୟ କେତନ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହାପରେ ଜାନୁଆରୀ ୧ ତାରିଖରେ ଭିଜିଲାନ୍ସ ବିଭାଗ ତାଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଥିଲା।

ଲାଞ୍ଚ ନେଇ ଗିରଫ ହେବା ପରେ ୨୦୦୯ ବ୍ୟାଚ୍‌ର ଏହି ଆଇଏଏସ୍ ଅଫିସରଙ୍କୁ ସରକାର ଚାକିରିରୁ ନିଲମ୍ବନ କରିଥିଲେ।

Related story