ପ୍ରଦୀପ ସାହୁ ନା ଦେବେନ୍ଦ୍ର ଚୌଧୁରୀ; ପୁଲିସ୍‌ ହେପାଜତରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଦୀପ ସାହୁ ନା ଦେବେନ୍ଦ୍ର ଚୌଧୁରୀ। ଭୁବନେଶ୍ୱର ବଡ଼ଗଡ଼ ଥାନା ପୁଲିସ୍‌ ହେପାଜତରେ ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ପରିଚୟକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ମୃତକ ଜଣଙ୍କ ପ୍ରଦୀପ ସାହୁ ବୋଲି ପୁଲିସ୍‌ କହୁଥିବା ବେଳେ ପରିବାର ଲୋକେ କିନ୍ତୁ ତାଙ୍କ ନାଁ ଦେବେନ୍ଦ୍ର ଚୌଧୁରୀ ବୋଲି କହୁଛନ୍ତି। ମୃତକଙ୍କ ପରିବାର ଲୋକେ ତାଙ୍କ ଆଧାର କାର୍ଡ ଦେଖାଇଛନ୍ତି। ସେଥିରୁ ଜଣାପଡ଼ୁଛି ତାଙ୍କ […]

Image

Image

Niharika Rout
  • Published: Monday, 18 April 2022
  • Updated: 18 April 2022, 02:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଦୀପ ସାହୁ ନା ଦେବେନ୍ଦ୍ର ଚୌଧୁରୀ। ଭୁବନେଶ୍ୱର ବଡ଼ଗଡ଼ ଥାନା ପୁଲିସ୍‌ ହେପାଜତରେ ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ପରିଚୟକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ମୃତକ ଜଣଙ୍କ ପ୍ରଦୀପ ସାହୁ ବୋଲି ପୁଲିସ୍‌ କହୁଥିବା ବେଳେ ପରିବାର ଲୋକେ କିନ୍ତୁ ତାଙ୍କ ନାଁ ଦେବେନ୍ଦ୍ର ଚୌଧୁରୀ ବୋଲି କହୁଛନ୍ତି।

ମୃତକଙ୍କ ପରିବାର ଲୋକେ ତାଙ୍କ ଆଧାର କାର୍ଡ ଦେଖାଇଛନ୍ତି। ସେଥିରୁ ଜଣାପଡ଼ୁଛି ତାଙ୍କ ନାଁ ଦେବେନ୍ଦ୍ର ଚୌଧୁରୀ। ହେଲେ ପୁଲିସ୍‌ କେଉଁ ଆଧାରରେ ମୃତକ ପ୍ରଦୀପ ସାହୁ ବୋଲି କହୁଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ଦେଇନି।

ମୃତ ପ୍ରଦୀପ ସାହୁ ନାଁରେ ଏକାଧିକ ଚୋରି ମାମଲା ଥିବା ପୁଲିସ୍‌ କହୁଥିବା ବେଳେ ପରିବାର ଲୋକେ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ମୃତକ କୌଣସି ଚୋରି ଘଟଣାରେ ସାମିଲ ନ ଥିବା ବେଳେ କେବେ ଜେଲ୍‌ ଯାଇ ନଥିବା ସେମାନେ କହିଛନ୍ତି। ପୁଲିସ୍‌ ତାଙ୍କୁ ପିଟି ପିଟି ମାରି ଦେଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ପୂର୍ବରୁ ଅଭିଯୁକ୍ତଙ୍କ ନାଁରେ ମାମଲା ଥିବା ବେଳେ ଚୋରି କେସ୍‌ରେ ଫରୱାର୍ଡ ହୋଇଥିଲେ। ଗତକାଲି ପାଟ୍ରୋଲିଂ ବେଳେ ସେ ଧରା ପଡ଼ିଥିଲେ। ଦୌଡ଼ି ପଳାଉଥିବା ବେଳେ ସେ ପଡ଼ି ଯାଇଥିଲେ। ତେବେ ତାଙ୍କୁ ଧରି ଥାନାକୁ ନିଆଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ବୋଲି ପୁଲିସ୍‌ କହୁଥିବା ସୂଚନା ମିଳିଛି।

ଅପରପକ୍ଷେ ପରିବାର ଲୋକେ କହିଛନ୍ତି ଯେ ଅପରେସନ ହୋଇଥିବାରୁ ସେ ଦୌଡ଼ି ପାରନ୍ତି ନାହିଁ। ପୁଣି ସନ୍ଧ୍ୟା ୭ଟାରେ ଯଦି ପୁଲିସ୍‌ ତାଙ୍କୁ ଧରିଥିଲା, ତା’ହେଲେ ରାତି ଗୋଟାଏରେ କାହିଁକି ସେମାନଙ୍କୁ ଜଣାଇଲା? ପୂର୍ବରୁ କାହିଁକି ଜଣାଇଲେ ନାହିଁ? ତାଙ୍କୁ ପିଟି ପିଟି ହତ୍ୟା କରାଯାଇଛି।

ମୃତକଙ୍କ ପତ୍ନୀ କହିଛନ୍ତି, ମୋ’ ସ୍ୱାମୀ ହେଉଛନ୍ତି ଦେବେନ୍ଦ୍ର ଚୌଧୁରୀ । ପୁଲିସ୍‌ କହୁଥିବା ପ୍ରଦୀପ ସାହୁକୁ ଆମେ ଜାଣିନୁ।  ଗତକାଲି ରାତି ୧୧ଟାରେ ପୁଲିସ୍‌ ଘରକୁ ଆସିଥିଲା । ଘର ମାଲିକଙ୍କୁ ଗୋଟିଏ ଫଟୋ ଦେଖାଇ ଚାଲିଯାଇଥିଲା । ଏହାପରେ ରାତି ଗୋଟାଏରେ ପୁଣି ଆସି କ୍ୟାପିଟାଲ ହସ୍ପିଟାଲ ଯିବାକୁ କହିଥିଲା।  ହେଲେ ସେଠାରେ ସ୍ୱାମୀଙ୍କୁ ପାଇ ନଥିଲି। ପୁଲିସ୍ କହିଲା ସେ ଆଇସିୟୁରେ ଅଛନ୍ତି। ଏହାପରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇଥିଲୁ।

ଏହି ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଥିବା ବେଳେ ଥାନା ସିସିଟିଭି ରେକର୍ଡ ଦେଖାଇବାକୁ ପ୍ରଥମେ ରାଜି ଥିବା ପୁଲିସ୍‌ ପରେ ମନା କରିଦେଇଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ବାବୁ ସିଂହ। ସେ କହିଛନ୍ତି, ସିସିଟିଭି ଦେଖାଇବାକୁ ଉପରୁ ଅର୍ଡର ମିଳି ନ ଥିବା ଆଇଆଇସି କହିଛନ୍ତି। ପୁଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ  ହାଜତରେ ମାରିଛି। ଏହାକୁ ଘଣ୍ଟ ଘୋଡ଼ାଇବାକୁ ଭିନ୍ନ ନାଟକ କରୁଛି। ତୁରନ୍ତ ଏହାର ତଦନ୍ତ କରି ସତ ପଦାକୁ ନ ଆସିଲେ ଥାନା ସହ ଡିସିପି ଅଫିସ  ଘେରାଉ କରାଯିବ।

ନିଜ ଉପରେ ଲାଗିଥିବା ହାଜତ ମୃତ୍ୟୁର ଦାଗକୁ ସଫା କରିବାକୁ କମିଶନରେଟ ପୁଲିସ୍‌ କ’ଣ ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story