ଭେଜାଲ କୀଟନାଶକ ପାଇଁ ଦାୟୀ ବ୍ୟବସାୟୀ ଓ ଅଧିକାରୀ ଗିରଫ ହେବା ଉଚିତ: ପ୍ରଦୀପ ମହାରଥୀ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭେଜାଲ କୀଟନାଶକ ବିକ୍ରି କରୁଥିବା ବ୍ୟବସାୟୀ ଓ ଏଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ବିକ୍ରି ହେଉଥିବା କୀଟନାଶକ ନକଲି ପ୍ରମାଣିତ ହେଲେ ଦୋକାନୀ ଓ ଦାୟୀ ଅଧିକାରୀଙ୍କୁ ଗିରଫ କରାଯାଉ।&nbsp; ଖାଲି ସେତିକି ନୁହେଁ, ଗିରଫ ପୂର୍ବରୁ ସେମାନଙ୍କୁ ରାସ୍ତାରେ ଚଲାଇ ଚଲାଇ ନିଆଯିବା ଉଚିତ। ଏପରି ଭାଷାରେ ଆଜି ଭେଜାଲ କୀଟନାଶକ ବ୍ୟବସାୟୀ ଓ ସେମାନଙ୍କୁ ସହଯୋଗ କରୁଥିବା ସରକାରୀ ଅଧିକାରୀଙ୍କ ପ୍ରତି ଚେତାବନୀ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ।</p> <p>ଚକଡ଼ା ପୋକ ଲାଗି ରାଜ୍ୟରେ ବ୍ୟାପକ ଧାନ ଫସଲ ନଷ୍ଟ ହେବା ପରେ କୀଟନାଶକର ମାନ ନେଇ ପ୍ରଶ୍ନ ଉଠିଥିଲା। ଏପରିକି ଅନେକ ସ୍ଥାନରେ ଭେଜାଲ୍ କୀଟନାଶକ ବିକ୍ରି ହେଉଥିବା ଚାଷୀମାନେ ଅଭିଯୋଗ କରିଥିଲେ। ପରେ ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ ଚଢ଼ଉ କରାଯାଇ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା।</p>

Ordigital Desk
  • Published: Thursday, 09 November 2017
  • Updated: 09 November 2017, 05:22 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭେଜାଲ କୀଟନାଶକ ବିକ୍ରି କରୁଥିବା ବ୍ୟବସାୟୀ ଓ ଏଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ବିକ୍ରି ହେଉଥିବା କୀଟନାଶକ ନକଲି ପ୍ରମାଣିତ ହେଲେ ଦୋକାନୀ ଓ ଦାୟୀ ଅଧିକାରୀଙ୍କୁ ଗିରଫ କରାଯାଉ।&nbsp; ଖାଲି ସେତିକି ନୁହେଁ, ଗିରଫ ପୂର୍ବରୁ ସେମାନଙ୍କୁ ରାସ୍ତାରେ ଚଲାଇ ଚଲାଇ ନିଆଯିବା ଉଚିତ। ଏପରି ଭାଷାରେ ଆଜି ଭେଜାଲ କୀଟନାଶକ ବ୍ୟବସାୟୀ ଓ ସେମାନଙ୍କୁ ସହଯୋଗ କରୁଥିବା ସରକାରୀ ଅଧିକାରୀଙ୍କ ପ୍ରତି ଚେତାବନୀ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ।</p><p>ଚକଡ଼ା ପୋକ ଲାଗି ରାଜ୍ୟରେ ବ୍ୟାପକ ଧାନ ଫସଲ ନଷ୍ଟ ହେବା ପରେ କୀଟନାଶକର ମାନ ନେଇ ପ୍ରଶ୍ନ ଉଠିଥିଲା। ଏପରିକି ଅନେକ ସ୍ଥାନରେ ଭେଜାଲ୍ କୀଟନାଶକ ବିକ୍ରି ହେଉଥିବା ଚାଷୀମାନେ ଅଭିଯୋଗ କରିଥିଲେ। ପରେ ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ ଚଢ଼ଉ କରାଯାଇ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos