ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲ ୨୦୨୦ ପାଇଁ ଫିଲ୍ମ ଆହ୍ୱାନ ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମଗ୍ର ଦେଶ ଚଳିତ ବର୍ଷ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରୁଛି। ଏହାକୁ ଆଖି ଆଗରେ ରଖି ପ୍ରତିବର୍ଷ ଆୟୋଜିତ ହେଉଥିବା ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲରେ ୨୦୨୦ ବର୍ଷ ପାଇଁ ଗାନ୍ଧିଙ୍କୁ ହିଁ ଥିମ୍‌ ରୂପେ ବଛାଯାଇଛି। ଏହି ଫେଷ୍ଟିଭାଲ ପାଇଁ ଗାନ୍ଧିଙ୍କର ଜୀବନ ଦର୍ଶନ, ଆଦର୍ଶ, ବ୍ୟକ୍ତିତ୍ୱ ଓ ଚିନ୍ତାଧାରା ଆଧାରିତ ଏକ ଫିଲ୍ମ ଇଗ୍ନାଇଟ୍ ଫିଲ୍ମ ଫେଷ୍ଟିଭାଲ ପାଇଁ ପଠାଇବାକୁ ଆହ୍ୱାନ କରାଯାଇଛି। […]

ignite

Subrat Kumar Nayak
  • Published: Saturday, 02 November 2019
  • , Updated: 02 November 2019, 09:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମଗ୍ର ଦେଶ ଚଳିତ ବର୍ଷ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରୁଛି। ଏହାକୁ ଆଖି ଆଗରେ ରଖି ପ୍ରତିବର୍ଷ ଆୟୋଜିତ ହେଉଥିବା ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲରେ ୨୦୨୦ ବର୍ଷ ପାଇଁ ଗାନ୍ଧିଙ୍କୁ ହିଁ ଥିମ୍‌ ରୂପେ ବଛାଯାଇଛି। ଏହି ଫେଷ୍ଟିଭାଲ ପାଇଁ ଗାନ୍ଧିଙ୍କର ଜୀବନ ଦର୍ଶନ, ଆଦର୍ଶ, ବ୍ୟକ୍ତିତ୍ୱ ଓ ଚିନ୍ତାଧାରା ଆଧାରିତ ଏକ ଫିଲ୍ମ ଇଗ୍ନାଇଟ୍ ଫିଲ୍ମ ଫେଷ୍ଟିଭାଲ ପାଇଁ ପଠାଇବାକୁ ଆହ୍ୱାନ କରାଯାଇଛି। ଫିଲ୍ମ ନିର୍ମାତାମାନେ ୨୦୦୬ ମସିହାର ହିନ୍ଦୀ ଫିଲ୍ମ ‘ଲଗେ ରହୋ ମୁନ୍ନା ଭାଇ’ ଭଳି ‘ଗାନ୍ଧି ଇନ୍ ଲାଇଫ୍‌’ ବିଷୟ ଉପରେ ଆଧାରିତ ଶର୍ଟ ଫିଲ୍ମ ଓ ଡକ୍ୟୁମେଣ୍ଟାରୀ ଫିଲ୍ମ ଇଗ୍ନାଇଟ୍ ଫିଲ୍ମ ଫେଷ୍ଟିଭାଲକୁ ପଠାଇପାରିବେ।

ଆୟୋଜକଙ୍କ ପକ୍ଷରୁ କୁହାଯାଇଛି, “ଗାନ୍ଧି ତାଙ୍କ ସାରା ଜୀବନକୁ ଦେଶର ହିତ ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କ ଆଦର୍ଶ ଓ ନୀତି ପରବର୍ତ୍ତୀ ସମୟରେ ଏକ ଶାନ୍ତ ଓ ପ୍ରଗତିଶୀଳ ଭାରତ ଗଠନରେ ସହାୟକ ହୋଇଆସୁଛି। ସତ୍ୟ, ଅହିଂସା, ନମ୍ରତା, ଆତ୍ମ ବିଶ୍ୱାସ ଏବଂ ନେତୃତ୍ୱ ଆମକୁ ପ୍ରେରଣା ଦିଏ। ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଆଗାମୀ ପିଢ଼ି ତାଙ୍କ ନୀତି ଆଦର୍ଶକୁ ଅନୁକରଣ କଲେ ଜଣେ ନିଜେ ଆଦର୍ଶ ବ୍ୟକ୍ତିତ୍ୱର ଅଧିକାରୀ ହେବା ସହ ଏକ ସମୃଦ୍ଧ ସମାଜ ଗଠନ ହୋଇପାରବ। ଫିଲ୍ମ ନିର୍ମାତାମାନେ ମହାତ୍ମା ଗାନ୍ଧିଙ୍କର ଆଦର୍ଶ କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲ ପକ୍ଷରୁ ସ୍ୱାଗତ କରୁଛୁ। ଏହା ସମାଜକୁ ସଚେତନ କରିବା ସହ ନିଜ ନିଜ ଭିତରେ ଗାନ୍ଧୀଙ୍କର ଆଦର୍ଶକୁ ଜୀବିତ ରଖିବାରେ ସହାୟକ ହେବ।”

ଆୟୋଜକ ସ୍ପର୍ଶ ପଡକ୍ସନ୍ ହାଉସ୍ ପକ୍ଷରୁ କୁହାଯାଇଛି, ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଏବଂ କ୍ରିଏଟିଭ୍‌ ବ୍ୟକ୍ତି ବିଶେଷ ମାନଙ୍କୁ ଉତ୍ସାହିତ କରିବା। ଇଗ୍ନାଇଟ୍‌ ଫିଲ୍ମ ପ୍ରତିବର୍ଷ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଏହା ଆୟୋଜିତ ହେଇ ଆସୁଛି। ଏଥିରେ ଭାଗନେଉଥିବା ପ୍ରତିଟି ଫିଲ୍ମ ଦିଆଯାଇଥିବା ପ୍ରସଙ୍ଗ ଉପରେ ଆଧାରିତ ହୋଇଥିବା ଆବଶ୍ୟକ । ଫାଇନାଲିଷ୍ଟ ମାନଙ୍କର ଚୟନ ଓ ବିଜେତା ର ନିର୍ଣ୍ଣୟ ଚିନ୍ତାଧାରାର ମୌଳିକତା, କାହାଣୀର ବ୍ୟାଖ୍ୟାନ ଓ ପ୍ରସ୍ତୁତିକରଣ ଆଧାରରେ ହେବ ବୋଲି ସୂଚନା ଦିଆଯାଇଛି ।

ଏପରିକି ବିଜେତାଙ୍କୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନ କରାଯିବ ବୋଲି କୁହାଯାଇଛି। ପ୍ରତିଯୋଗୀମାନେ ignitefilmfestival@gmail.com ରେ ଫିଲ୍ମ ପଠାଇପାରିବେ। ଏଥିପାଇଁ ଶେଷ ତାରିଖ ୩୦ ନଭେମ୍ବର ୨୦୧୯ ରହିଛି। https://www.facebook.com/igniteff ଭିଜିଟ୍‌ କରି ଏହି ଫିଲ୍ମ ଫେଷ୍ଟିଭାଲର ନିୟମ ଓ ବ୍ୟବସ୍ଥା ବାବଦରେ ଅଧିକ ଜାଣିହେବ ବୋଲି ମଧ୍ୟ ଏହି ଅବସରରେ ସୂଚନା ଦିଆଯାଇଛି।

Related story