ଇଜିପ୍ଟ ପିଆଜରୁ ମୁହଁ ଫେରାଉଛନ୍ତି ଲୋକେ, ଚିନ୍ତାରେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶୀ ପିଆଜ ପରି ସୁଆଦିଆ ନୁହେଁ ଇଜିପ୍ଟରୁ ଆସିଥିବା ପିଆଜ। ତେଣୁ ୨ ମାସ ହେବ ବିକ୍ରି ହୋଇ ନ ପାରି ପଡ଼ି ରହିଛି। ଏହା କ୍ରମଶଃ ପଚିବାକୁ ବସିଥିବା ବେଳେ ଅଧା ଦାମ୍‌ରେ ବିକ୍ରି କରିବାକୁ  ଯୋଜନା କରୁଛନ୍ତି ସରକାର। ଏହା ଫଳପ୍ରଦ ହେଲେ ବି ସରକାରଙ୍କୁ ସହିବାକୁ ପଡ଼ିବ କ୍ଷତି। ଗତ ନଭେମ୍ବର ଓ ଡିସେମ୍ବର ମାସରେ ରାଜ୍ୟରେ ପିଆଜ ସଙ୍କଟ ଦେଖାଦେଇଥିବା ବେଳେ ତୁର୍କୀ ଓ ଇଜିପ୍ଟରୁ ଏହି ପିଆଜ […]

onion-1

Niharika Rout
  • Published: Saturday, 18 January 2020
  • , Updated: 18 January 2020, 02:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶୀ ପିଆଜ ପରି ସୁଆଦିଆ ନୁହେଁ ଇଜିପ୍ଟରୁ ଆସିଥିବା ପିଆଜ। ତେଣୁ ୨ ମାସ ହେବ ବିକ୍ରି ହୋଇ ନ ପାରି ପଡ଼ି ରହିଛି। ଏହା କ୍ରମଶଃ ପଚିବାକୁ ବସିଥିବା ବେଳେ ଅଧା ଦାମ୍‌ରେ ବିକ୍ରି କରିବାକୁ  ଯୋଜନା କରୁଛନ୍ତି ସରକାର। ଏହା ଫଳପ୍ରଦ ହେଲେ ବି ସରକାରଙ୍କୁ ସହିବାକୁ ପଡ଼ିବ କ୍ଷତି।

ଗତ ନଭେମ୍ବର ଓ ଡିସେମ୍ବର ମାସରେ ରାଜ୍ୟରେ ପିଆଜ ସଙ୍କଟ ଦେଖାଦେଇଥିବା ବେଳେ ତୁର୍କୀ ଓ ଇଜିପ୍ଟରୁ ଏହି ପିଆଜ ମଗାଯାଇଥିଲା । କିନ୍ତୁ ୨ ମାସ ମଧ୍ୟରେ ମାତ୍ର ୨ ହଜାର ଟନ୍ ପିଆଜ ବିକ୍ରି ହୋଇପାରିଛି । ଆହୁରି ୩୪ ହଜାର ଟନ୍ ଇଜିପ୍ଟ ପିଆଜ ବିକ୍ରି ନ ହୋଇ ପଡ଼ି ରହିଛି। ଏହି ପିଆଜ ବଡ଼ ଓ ସ୍ୱାଦହୀନ ହୋଇଥିବାରୁ କିଣିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ଗ୍ରାହକ।

କିଲୋ ପ୍ରତି ୫୫ ଟଙ୍କାରେ ଏହାକୁ ବିକ୍ରି କରିବାକୁ ଯୋଜନା କରାଯାଇଥିଲା । ହେଲେ କେହି କିଣୁନଥିବାରୁ ଏବେ ୨୫ ଟଙ୍କାରେ ବିକିବାକୁ ସରକାର ଚିନ୍ତା କରୁଛନ୍ତି।

ଅଧା ଦାମରେ ବିକ୍ରି କରାଗଲେ ସରକାର ଅଧାରୁ ଅଧିକ କ୍ଷତି ସହିବେ । କିନ୍ତୁ ଅଧିକ ଦିନ ରଖାଯିବା ଅସମ୍ଭବ ହେଉଥିବାରୁ ସରକାର ଏହାକୁ ତୁରନ୍ତ ବିକ୍ରି କରିବା ଲାଗି ଯୋଜନା କରୁଛନ୍ତି । ତଥାପି ଏହାକୁ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉ ନାହିଁ। ଆମ ରାଜ୍ୟରେ ବିକ୍ରି ନ ହେଲେ ପଡ଼ୋଶୀ ଦେଶ ବାଂଲାଦେଶ, ଶ୍ରୀଲଙ୍କା, ନେପାଳ ଓ ମାଲଦ୍ୱୀପକୁ ପଠାଇବାକୁ ମଧ୍ୟ ସରକାର ଯୋଜନା କରୁଥିବା ସୂଚନା ମିଳିଛି ।

Related story