ଆଇଆଇଏମ ପ୍ରତିଷ୍ଠା ପ୍ରସଙ୍ଗ: ସମ୍ବଲପୁର ଗଲେ କେନ୍ଦ୍ରୀୟ ଦଳ

ଭୁବନେଶ୍ୱର: ସମ୍ୱଲପୁରରେ ଆଇଆଇଏମ ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପସ୍ ପ୍ରତିଷ୍ଠା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଶନିବାର ଓଡିଶାରେ ପହଞ୍ଚିଛନ୍ତି । ସକାଳେ କେନ୍ଦ୍ରୀୟ ଦଳ ଭୁବନେଶ୍ୱରରେ ପହଞ୍ଚିବା ପରେ ସମ୍ୱଲପୁର ଗସ୍ତ କରିଛନ୍ତି । କେନ୍ଦ୍ରରୁ ଆସିଥିବା ଏହି ଦଳରେ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟର ଡିରେକଟର ଅଫ ମ୍ୟାନେଜମେଣ୍ଟ ଶୈଳେନ୍ଦ୍ର କୁମାର ଏବଂ ଆଇଆଇଏମ୍ ଇନ୍ଦୋରର ନିଦ୍ଦେର୍ଶକ ରିଷିକେଷ ପି. କ୍ରିଷନ୍ ରହିଛନ୍ତି । ଏମାନଙ୍କ ସହ ଓଡ଼ିଶାର […]

iim

Rakesh Mallick
  • Published: Saturday, 20 June 2015
  • , Updated: 20 June 2015, 03:52 AM IST

ଭୁବନେଶ୍ୱର: ସମ୍ୱଲପୁରରେ ଆଇଆଇଏମ ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପସ୍ ପ୍ରତିଷ୍ଠା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଶନିବାର ଓଡିଶାରେ ପହଞ୍ଚିଛନ୍ତି । ସକାଳେ କେନ୍ଦ୍ରୀୟ ଦଳ ଭୁବନେଶ୍ୱରରେ ପହଞ୍ଚିବା ପରେ ସମ୍ୱଲପୁର ଗସ୍ତ କରିଛନ୍ତି । କେନ୍ଦ୍ରରୁ ଆସିଥିବା ଏହି ଦଳରେ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟର ଡିରେକଟର ଅଫ ମ୍ୟାନେଜମେଣ୍ଟ ଶୈଳେନ୍ଦ୍ର କୁମାର ଏବଂ ଆଇଆଇଏମ୍ ଇନ୍ଦୋରର ନିଦ୍ଦେର୍ଶକ ରିଷିକେଷ ପି. କ୍ରିଷନ୍ ରହିଛନ୍ତି । ଏମାନଙ୍କ ସହ ଓଡ଼ିଶାର ଦୁଇଜଣ ସଦସ୍ୟ ସିପିଡବ୍ଲୁଡି ମୁଖ୍ୟଯନ୍ତ୍ରୀ ଉମେଶ ମିଶ୍ର ଏବଂ ନିଯୁକ୍ତି ଓ ବୈଷୟିକ ସଚିବ ଅସିତ୍ ତ୍ରିପାଠୀ ମଧ୍ୟ ସମ୍ୱଲପୁର ଯାଇଛନ୍ତି । ଏହି ୪ ଜଣିଆ ଅନୁଧ୍ୟାନକାରୀ ଦଳ ରାଜ୍ୟ ସରକାର ସମ୍ୱଲପୁରରେ ଚିହ୍ନଟ କରିଥିବା ସ୍ଥାନରେ ଆବଶ୍ୟକ ଭିତ୍ତିଭୂମି ଅଛି କି ନାହିଁ ତାହାର ତଦାରଖ କରିବେ । ଭିତ୍ତିଭୂମି ଅନୁଧ୍ୟାନ ପରେ ଟିମ୍ କେନ୍ଦ୍ରକୁ ରିପୋର୍ଟ ଦେବ । ଏହାପରେ କ୍ୟାମ୍ପସ୍ ପ୍ରତିଷ୍ଠା ସମ୍ପର୍କରେ କେନ୍ଦ୍ର ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବ ।

Related story