୭୦ ହଜାର ଟଙ୍କାରେ ବନ୍ଧୁକ କିଣି କଟକରେ ବେପାର କରୁଥିଲା ସୁଧୀର !

କଟକ:(ଓଡ଼ିଶା ରିପୋର୍ଟର): କଟକରେ ଚାଲିଥିବା ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ୍ କରିଛି ପୁଲିସ। ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସହ ଅନ୍ୟ ତିନି ଜଣଙ୍କୁ ଗିରଫ କରିଛି ଚାଉଳିଆଗଞ୍ଚ ପୁଲିସ। ମୁଖ୍ୟ ଅଭିଯୁକ୍ତ ସୁଧୀର ସ୍ୱାଇଁକୁ ଗିରଫ କରିବା ସହ ତାର ୩ ଜଣ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଏହାସହ ୫ଟି ବନ୍ଧୁକ ସହ ୫୦ ରାଉଣ୍ଡ ଗୁଳି ସମେତ ଅନେକ ମୋବାଇଲ ଜବତ ହୋଇଛି। ସୂଚନା ଯୋଗ୍ୟ ଯେ, ଆଖପାଖ ଅଞ୍ଚଳର ଅପରାଧୀ ୭୦ ହଜାର […]

5gnm

Tapas Behera
  • Published: Wednesday, 14 October 2020
  • , Updated: 14 October 2020, 06:41 PM IST

କଟକ:(ଓଡ଼ିଶା ରିପୋର୍ଟର): କଟକରେ ଚାଲିଥିବା ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ୍ କରିଛି ପୁଲିସ। ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସହ ଅନ୍ୟ ତିନି ଜଣଙ୍କୁ ଗିରଫ କରିଛି ଚାଉଳିଆଗଞ୍ଚ ପୁଲିସ। ମୁଖ୍ୟ ଅଭିଯୁକ୍ତ ସୁଧୀର ସ୍ୱାଇଁକୁ ଗିରଫ କରିବା ସହ ତାର ୩ ଜଣ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଏହାସହ ୫ଟି ବନ୍ଧୁକ ସହ ୫୦ ରାଉଣ୍ଡ ଗୁଳି ସମେତ ଅନେକ ମୋବାଇଲ ଜବତ ହୋଇଛି।

ସୂଚନା ଯୋଗ୍ୟ ଯେ, ଆଖପାଖ ଅଞ୍ଚଳର ଅପରାଧୀ ୭୦ ହଜାର ଟଙ୍କାରେ ଏହି ବନ୍ଧୁକ ସୁଧୀର ଠାରୁ କିଣୁଥିଲେ। ସୁଧୀରକୁ ଧରିବା ପାଇଁ ପୋଲିସ୍ ଆଗରୁ ଯୋଜନା କରିଥିଲା। ବିଦ୍ୟାଧରପୁର ନିକଟରେ ତାକୁ ପୋଲିସ୍ କାବୁ କରିଥିଲା।

ସୁଧୀରକୁ ପଚରାଉଚୁରା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ୍ ହାତରେ ଲାଗିଛି। ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି କଟକ ଓ ଏହାର ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲା।  ତେବେ ଏତେ ସଂଖକ ଗୁଳି କେଉଁଠୁ ଆସିଲା ସେ ନେଇ ଖୋଳତାଡ଼ କରୁଛି ପୋଲିସ୍।

Related story