ଲକ୍‌ଡାଉନ୍‌ରେ ବି ମଦ କାରବାର କରୁଥିଲେ, ୨୮ ଲକ୍ଷ ଟଙ୍କା ଜବତ

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ରେ ନକଲି ମଦ କାରବାର ଅଭିଯୋଗରେ ୨ଜଣଙ୍କୁ ଗିରଫ କଲା ବରଗଡ଼ ପୁଲିସ। ସେମାନଙ୍କଠାରୁ ମଦ, ସରକାରୀ ଷ୍ଟିକର୍, ଠିପି ସହ ନଗଦ ୨୮ ଲକ୍ଷ ଟଙ୍କା ଜବତ କରାଯାଇଛି। ଏନେଇ ବରଗଡ଼ ଏସପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବିହାର ରାଜ୍ୟର ଅବିନାଶ ଗୁପ୍ତା ଏବଂ ଝାରଖଣ୍ଡର ଶତ୍ରୁଘ୍ନ ଗୁପ୍ତା । ଅବିନାଶ ବରଗଡ଼ ସହର ଉପକଣ୍ଠ ମାତୃ ବିହାର ନିକଟରେ ରହି ଏହି ନକଲି ମଦ […]

700

Tapas Behera
  • Published: Monday, 06 April 2020
  • , Updated: 06 April 2020, 06:14 PM IST

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ରେ ନକଲି ମଦ କାରବାର ଅଭିଯୋଗରେ ୨ଜଣଙ୍କୁ ଗିରଫ କଲା ବରଗଡ଼ ପୁଲିସ। ସେମାନଙ୍କଠାରୁ ମଦ, ସରକାରୀ ଷ୍ଟିକର୍, ଠିପି ସହ ନଗଦ ୨୮ ଲକ୍ଷ ଟଙ୍କା ଜବତ କରାଯାଇଛି। ଏନେଇ ବରଗଡ଼ ଏସପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବିହାର ରାଜ୍ୟର ଅବିନାଶ ଗୁପ୍ତା ଏବଂ ଝାରଖଣ୍ଡର ଶତ୍ରୁଘ୍ନ ଗୁପ୍ତା । ଅବିନାଶ ବରଗଡ଼ ସହର ଉପକଣ୍ଠ ମାତୃ ବିହାର ନିକଟରେ ରହି ଏହି ନକଲି ମଦ କାରବାର ଚଳାଇ ଆସୁଥିଲା ବୋଲି ପୁଲିସ ସୂଚନା ଦେଇଛି।

ଦୀର୍ଘ ଦିନ ହେଲା, ମଦ ବୋତଲ ଗୁଡ଼ିକରେ ନକଲି ମଦ ଭର୍ତ୍ତି କରି ସେଥିରେ ଠିପି ସହ ସିଲ୍ କରି ସରକାରୀ ଷ୍ଟିକର୍ ଲଗାଇ ଏମାନେ ବିକ୍ରି କରି ଆସୁଥିଲେ । ପୁଲିସ ଉଭୟଙ୍କୁ ଗିରଫ କରି ଟାଉନ ଥାନାରେ ମାମଲା ରୁଜୁ କରିଥିବା ଏସପି ସୂଚନା ଦେଇଛନ୍ତି ।

Related story