‘ଫୋନି’: କେଉଁ ଦିନ କେଉଁ ଜିଲ୍ଲାରେ କେଉଁ ଆଲର୍ଟ ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତା ୨ ତାରିଖଠାରୁ ରାଜ୍ୟରେ ବାତ୍ୟା ‘ଫୋନି’ର ପ୍ରଭାବ ଦେଖିବାକୁ ମିଳିବ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଓ ରେଡ୍‌ ଆଲର୍ଟ ଜାରି କରିଛି। ସେହିପରି ଅନୁସାରେ କେଉଁ ଦିନ କେଉଁଠି କେଉଁ ଆଲର୍ଟ ଜାରି ହେବ ଜାଣନ୍ତୁ। ୨ ତାରିଖ: ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ରାୟଗଡ଼ା ଓ କନ୍ଧମାଳରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ଏସବୁ ସ୍ଥାନରେ କୁଆ ପଥର ବର୍ଷାର ଆଶଙ୍କା ରହିଛି। ୩ […]

yut

Hemant Lenka
  • Published: Tuesday, 30 April 2019
  • , Updated: 30 April 2019, 08:53 PM IST

ଭୁବନେଶ୍ୱର: ଆସନ୍ତା ୨ ତାରିଖଠାରୁ ରାଜ୍ୟରେ ବାତ୍ୟା ‘ଫୋନି’ର ପ୍ରଭାବ ଦେଖିବାକୁ ମିଳିବ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଓ ରେଡ୍‌ ଆଲର୍ଟ ଜାରି କରିଛି। ସେହିପରି ଅନୁସାରେ କେଉଁ ଦିନ କେଉଁଠି କେଉଁ ଆଲର୍ଟ ଜାରି ହେବ ଜାଣନ୍ତୁ।

୨ ତାରିଖ: ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ରାୟଗଡ଼ା ଓ କନ୍ଧମାଳରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ଏସବୁ ସ୍ଥାନରେ କୁଆ ପଥର ବର୍ଷାର ଆଶଙ୍କା ରହିଛି।

୩ ତାରିଖ: ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ରେର୍ଡ ଆଲଟ୍‌ ଜାରି କରାଯାଇଛି। ଏସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

୩ ତାରିଖ: ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ରେ ହଳଦିଆ ୱାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ ପାଗ ମେଘୁଆ ରହିବା ସହ କାଭାଁ ବର୍ଷା ହୋଇପାରେ।

୪ ତାରିଖ: ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ରେର୍ଡ ଆଲର୍ଟ ଜାରି କରାଯାଇଛି। ଅର୍ଥାତ ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

୪ ତାରିଖ: କଟକ, ଢେଙ୍କାନାଳ ଓ ଅନୁଗୁଳରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏଠାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

Related story