୧୮ଦିନ ପରେ ଇମ୍ଫାରୁ ହଟିଲା ଅଚଳାବସ୍ଥା :ଫିଟିଲା ସମାଧାନର ବାଟ, ଆଜି ପ୍ରତ୍ୟାହୃତ ହେବ ଆନ୍ଦୋଳନ

ରାୟଗଡ଼ା,(ମନୋଜ ପାତ୍ର):୧୮ଦିନ ପରେ ଥେରୁବାଲି ଇମ୍ଫା ସମ୍ମୁଖରେ ଚାଲିଥିବା ଆନ୍ଦୋଳନର ସମାଧାନର ବାଟ ଫିଟିଛି। ଗତକାଲି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଳ୍ଲା ପ୍ରଶାସନ, ଇମ୍ପା କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ପ୍ରାୟ ୪ଘଣ୍ଟା ଧରି ହୋଇଥିବା ଏହି ବୈଠକରେ ଆନ୍ଦୋଳନକାରୀଙ୍କ ୧୪ଦଫା ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଗୁହା ପୁନମ୍ ତାପସ କୁମାର, ଏସ.ପି. ରାହୁଲ ପି.ଆର.ଙ୍କ ସହ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ଥେରୁବାଲି ଇମ୍ଫାର ସିନିୟର […]

impha

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 06:30 AM IST

ରାୟଗଡ଼ା,(ମନୋଜ ପାତ୍ର):୧୮ଦିନ ପରେ ଥେରୁବାଲି ଇମ୍ଫା ସମ୍ମୁଖରେ ଚାଲିଥିବା ଆନ୍ଦୋଳନର ସମାଧାନର ବାଟ ଫିଟିଛି। ଗତକାଲି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଳ୍ଲା ପ୍ରଶାସନ, ଇମ୍ପା କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ପ୍ରାୟ ୪ଘଣ୍ଟା ଧରି ହୋଇଥିବା ଏହି ବୈଠକରେ ଆନ୍ଦୋଳନକାରୀଙ୍କ ୧୪ଦଫା ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଗୁହା ପୁନମ୍ ତାପସ କୁମାର, ଏସ.ପି. ରାହୁଲ ପି.ଆର.ଙ୍କ ସହ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ଥେରୁବାଲି ଇମ୍ଫାର ସିନିୟର ଜେନେରାଲ ମ୍ୟାନେଜର କେ.ଭି.ରାଓ, ଡିଜିଏମ୍ ଅଜୟ କୁମାର ବେଉରା ଓ ଲୋକ ସମ୍ପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ଯୋଗ ଦେଇଥିଲୋ

ଆନ୍ଦୋଳନକାରୀଙ୍କ ପକ୍ଷରୁ ୨୫ଜଣ ପ୍ରତିନିଧି ଯୋଗ ଦେଇଥିଲେ। ବୈଠକ ପରେ ଶୁକ୍ରବାର ସକାଳ ୧୦ଟାରେ କମ୍ପାନୀ ମୁଖ୍ୟ ଗେଟ ଖୋଲାଯାଇ ଆନ୍ଦୋଳନ ପ୍ରତ୍ୟାହୃତ ହେବ ବୋଲି  ଅନ୍ଦୋଳନର ନେତୃତ୍ୱ ନେଉଥିବା ଜିତୁ ଜାକାସିକା କହିଥିଲେ।   ଅନ୍ୟପକ୍ଷରେ ବୈଠକରେ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ଥେରୁବାଲି ଇମ୍ଫା କମ୍ପାନୀର ସିନିୟର ଜି.ଏମ୍ କେ.ଭି. ରାଓ କହିଛନ୍ତି।  ପାରିପାର୍ଶିକ ଉନ୍ନତି ଓ ସ୍ଥାନୀୟ ନିଯୁକ୍ତିକୁ କମ୍ପାନୀ ଗୁରୁତ୍ୱ ଦେବ।  ଏଥିସହ ସମସ୍ୟା ବୁଝିବାପାଇଁ ତହସିଲଦାର, ବିଡିଓ  ଓ ୮ଟି ପଞ୍ଚାୟତ ପ୍ରତିନିଧି ଓ କମ୍ପାନୀର ପ୍ରତିନିଧିଙ୍କୁ ନେଇ ଏକ ଡେଭଲପମେଣ୍ଟ କମିଟି ଗଠିତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

Related story