ବିଜେପୁର ପ୍ରଚାର ସରିଲା; ଚର୍ଚ୍ଚାରେ ରହିଲା ଏହି ୧୦ ଘଟଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଶେଷ ହୋଇଯାଇଛି ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର। ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ। ୨୮ ତାରିଖରେ ଭୋଟ୍ ଗଣତି ହେବ ଓ ଫଳାଫଳ ଜଣାପଡ଼ିଯିବ। ସେତେବେଳେ ଯାଇ ଜଣାପଡ଼ିବ ପ୍ରଚାର ବେଳେ କିଏ ଭୋଟରଙ୍କୁ ପ୍ରଭାବିତ କରିପାରିଥିଲେ। ସେ ଯାହା ହେଉନା କାହିଁକି, ବିଜେପୁର ଉପ-ନିର୍ବାଚନକୁ ଲୋକେ ବହୁତ ଦିନ ପର୍ଯ୍ୟନ୍ତ ମନେ ରଖିବେ। ଘଟଣାବହୁଳ ରହିଛି ବିଜେପୁର ଉପନିର୍ବାଚନ। ସେମିତି କିଛି ଚର୍ଚ୍ଚିତ ଘଟଣା ସଂପର୍କରେ ଆମେ ଏଠାରେ […]

vote

vote

Rakesh Mallick
  • Published: Thursday, 22 February 2018
  • Updated: 22 February 2018, 07:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଶେଷ ହୋଇଯାଇଛି ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର। ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ। ୨୮ ତାରିଖରେ ଭୋଟ୍ ଗଣତି ହେବ ଓ ଫଳାଫଳ ଜଣାପଡ଼ିଯିବ। ସେତେବେଳେ ଯାଇ ଜଣାପଡ଼ିବ ପ୍ରଚାର ବେଳେ କିଏ ଭୋଟରଙ୍କୁ ପ୍ରଭାବିତ କରିପାରିଥିଲେ। ସେ ଯାହା ହେଉନା କାହିଁକି, ବିଜେପୁର ଉପ-ନିର୍ବାଚନକୁ ଲୋକେ ବହୁତ ଦିନ ପର୍ଯ୍ୟନ୍ତ ମନେ ରଖିବେ। ଘଟଣାବହୁଳ ରହିଛି ବିଜେପୁର ଉପନିର୍ବାଚନ। ସେମିତି କିଛି ଚର୍ଚ୍ଚିତ ଘଟଣା ସଂପର୍କରେ ଆମେ ଏଠାରେ ଉଲ୍ଲେଖ କରୁଛୁ ।

ଚପଲ ଫିଙ୍ଗିଲେ

ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଥିଲେ। ସେହି ଦିନ ସନ୍ଧ୍ୟାରେ ସେ ବରପାଲିର କୁମ୍ଭାରୀରେ ଏକ ସଭାକୁ ସମ୍ବୋଧିତ କରୁଥିବା ବେଳେ କାର୍ତ୍ତିକ ମେହେର ନାମକ ଜଣେ ଯୁବକ ତାଙ୍କ ଉପରକୁ ଚପଲ ଫିଙ୍ଗି ଥିଲେ। ଅବଶ୍ୟ ଚପଲ ଦୁଇଟି ତାଙ୍କ ଦେହରେ ବାଜି ନଥିଲା। ଏ ଘଟଣାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିଲେ। ବିଜେଡି ଏହି ଘଟଣା ପାଇଁ ସିଧାସଳଖ ବିଜେପିକୁ ଦାୟୀ କରିଥିବା ବେଳେ ବିଜେପି ଏହାକୁ ଖଣ୍ଡନ କରୁଛି।

ରୀତା କାନ୍ଦିଲେ

୨୦ ତାରିଖରେ ବରପାଲି ନିକଟସ୍ଥ ବଡ଼ଗାଁରେ ବିଜେଡିର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ସଭାରେ ଭାଷଣ ଦେବା ବେଳେ କାନ୍ଦି ପକାଇଥିଲେ ଦଳୀୟ ପ୍ରାର୍ଥୀ ରୀତା ସାହୁ। ସ୍ୱାମୀଙ୍କ ପାଇଁ ଭୋଟ୍ ଦେବାକୁ ବି ସେ କହିଥିଲେ।

ବିଜେପି ମଞ୍ଚ ଦବିଲା

ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସ୍ମୃତି ଇରାନୀ ଓ ରାମକ୍ରିପାଲ ଯାଦବ ପ୍ରମୁଖ ପ୍ରଚାର କରିଥିଲେ। ମନ୍ତ୍ରୀ ରାମକ୍ରିପାଲ ଯାଦବ ୨୧ ତାରିଖ ଦିନ ଗାଇସିଲାଟ ବ୍ଲକ୍‌ର ଜଗଲପାଟରେ ଦଳୀୟ କର୍ମୀଙ୍କ ଅଭିବାଦନ ଗ୍ରହଣ କରୁଥିବା ବେଳେ ମଞ୍ଚର କିଛି ଅଂଶ ଭାଙ୍ଗି ଯାଇଥିଲା। ରାମକ୍ରିପାଲ ଗଳି ପଡ଼ିଥିଲେ, କିନ୍ତୁ ପୂରା ତଳେ ପଡ଼ି ଯାଇ ନଥିଲେ। ଏ ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା।

ସ୍ମୃତି ଝୁଣ୍ଟିଲେ

୨୦ ତାରିଖ ଦିନ ବିଜେପି ପାଇଁ ପ୍ରଚାର କରିବାକୁ ଆସିଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଗାଇସିଲାଟରେ ଆୟୋଜିତ ଏକ ନିର୍ବାଚନୀ ସଭାର ମଞ୍ଚକୁ ଚଢ଼ୁଥିବା ବେଳେ ସେ ଝୁଣ୍ଟି ପଡ଼ିଥିଲେ।

ଅନୁଭବଙ୍କୁ ଘେରିଲେ

ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ଗାଇସିଲାଟରେ ବିଜେଡି ପାଇଁ ଏକ ରୋଡ୍ ଶୋ କରୁଥିବା ବେଳେ ତାଙ୍କୁ ଘେରିଯାଇଥିଲେ ବିଜେପି କର୍ମୀ। ସେମାନେ ବିଜେପି ଜିନ୍ଦାବାଦ୍‌ ଜିନ୍ଦାବାଦ୍ ନାରା ବି ଦେଇଥିଲେ।

ଶଗଡ଼ରେ କଂଗ୍ରେସର ପ୍ରଚାର

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ଗାଇସିଲାଟର ଶ୍ରଦ୍ଧାପୁରରେ  ଶଗଡ଼ରେ ପ୍ରଚାର କରିଥିଲେ। ତାଙ୍କ ସହିତ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଦଳର ରାଜ୍ୟ ସହ ପ୍ରଭାରୀ ଶୁଭଙ୍କର ସରକାର ମଧ୍ୟ ଶଗଡ଼ରେ ବସି ପ୍ରଚାର କରିଥିଲେ।

ଗରା ଧରି ପ୍ରଚାର

ଅଭିନେତ୍ରୀ ପିଙ୍କି ପ୍ରଧାନ ବିଜେପିର ଜଣେ ସକ୍ରିୟ କର୍ମୀ। ସେ ବି ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର କରିଥିଲେ। ସେ ଗୋଟିଏ ସ୍ଥାନରେ ଗରା ଧରି ପ୍ରଚାର କରିଥିଲେ। ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।

୪୦ ଲକ୍ଷ ଟଙ୍କା ଜବତ

ଗତ ୧୭ ତାରିଖରେ ପଦ୍ମପୁର  ନିକଟସ୍ଥ ମହୁଲପାଲ୍ଲୀରେ ଗୋଟିଏ କାରରୁ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଥିଲା। ଏ ଟଙ୍କାକୁ ନେଇ ଭାରି ଆଲୋଚନା ହୋଇଥିଲା। ଏହି ଟଙ୍କା ନେଇ ଭିଏଚ୍‌ପି ଉପରକୁ ଆଙ୍ଗୁଳି ଉଠିଥିଲା।

ବିଜେପି ଅଫିସ୍ ଓ ବିଜେଡି ମନ୍ତ୍ରୀଙ୍କ ଘରେ ଚଢ଼ାଉ

ରାତି ଅଧରେ ପୋଲିସ୍ ବରଗଡ଼ ସ୍ଥିତ ବିଜେପି ପାର୍ଟି ଅଫିସ୍‌ରେ ଚଢ଼ାଉ କରିବା ଘଟଣାକୁ ନେଇ ଦଳୀୟ କର୍ମୀ ଥାନା ଘେରାଉ କରିଥିଲେ। ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଘରେ ବି ଚଢ଼ାଉ ହୋଇଥିଲା।

ଷ୍ଟାରମୟ ବିଜେପୁର

ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର କରିବାକୁ ବହୁ ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା। ବିଜେଡି ପାଇଁ  ଅଭିନେତା ତଥା ଦଳୀୟ ସାଂସଦ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ବିଧାୟକ ଆକାଶ ଦାସ ମହାପାତ୍ର ପ୍ରମୁଖ ପ୍ରଚାର କରିଥିଲେ। ସେହିପରି ଅଭିନେତା ଅରିନ୍ଦମ ଓ କୁନା ତ୍ରିପାଠୀ ମଧ୍ୟ ଦଳ ପାଇଁ ପ୍ରଚାର କରିଥିଲେ। ବିଜେପି ପାଇଁ ପିଙ୍କି ପ୍ରଧାନ, କମେଡିଆ ହରି, ଅପରାଜିତା ମହାନ୍ତି, ମହାଶ୍ୱେତା ରାୟ, ଶ୍ରୀତମ ଦାସ, ମିହିର ଦାସ ଓ ଅନୁ ଚୌଧରୀ ପ୍ରମୁଖ ପ୍ରଚାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story