ଥାନା ଭିତରେ ଗିଲାସ ଭାଙ୍ଗିଲେ ପିକୁ ଭାଇ, କାହିଁକି ? ଦେଖନ୍ତୁ ଭିଡିଓ

Ordigital Desk
  • Published: Tuesday, 26 December 2017
  • , Updated: 26 December 2017, 08:49 PM IST
<p>ପୁରୀ(ଓଡିଶା ରିପୋର୍ଟର): ପୁରୀରେ ଆଜି ଥିଲା&nbsp; ବିଜେଡିର ପ୍ରତିଷ୍ଠା ଦିବସ ସମାରୋହ। ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାଜ୍ୟ ମୁଖିଆଙ୍କ ଶ୍ରୀକ୍ଷେତ୍ର ଗସ୍ତକୁ ନେଇ ପୋଲିସ ଏଭଳି ଛାନିଆ ହୋଇପଡିଥିଲା ଯେ, ବିରୋଧ ଭୟରେ ଅନ୍ୟଦଳୀୟ ନେତାଙ୍କୁ ଥାନାରେ ପୁରାଇବାକୁ ଲାଗିଥିଲା। ଯାହାକୁ ନେଇ ଆଜି ପୁରୀର ଏକ ଥାନାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁରୀର ଆଇନ୍&zwnj;ଜୀବୀ ତଥା ଜଗନ୍ନାଥ ସେନା ଆବାହକ କଂଗ୍ରେସ ନେତା ପ୍ରିୟଦର୍ଶୀ ପଟ୍ଟନାୟକ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିଲେ।</p> <p>ବିନା କାରଣରେ କେବଳ ବିରୋଧ ଭୟରେ ପ୍ରିୟଦର୍ଶୀଙ୍କୁ ପୋଲିସ୍&zwnj; ଧରି ନେଇ ଥାନାରେ ଅଟକ ରଖିଥିଲା। ଯାହକୁ ନେଇ ଆଇନ୍&zwnj;ଜୀବୀ ପଟ୍ଟନାୟକ ଥାନାର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଥାନା ବାବୁଙ୍କ ଚେୟାର ଉପରେ ରହିଥିବା ଗ୍ଲାସ ଭାଙ୍ଗି ସେ ହାତ କାଟିବାକୁ ବସିଥିବା ବେଳେ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇବାର ଏକ ଭିଡିଓ ଫେସବୁକ୍&zwnj;ରେ ଏବେ ଭାଇରାଲ ହେବାରେ ଲାଗିଛି।</p> <p>&amp;nbsp;</p>

Related story