ବିଜେଡି ଓ ବିଜେପି କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ: କୋଭିଡ୍ ନିୟମକୁ ଅଣଦେଖା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୭୪ତମ ସ୍ୱାଧୀନତା ଦିବସ ଅବସରରେ ଆଜି ଉଭୟ ବିଜେଡି ଓ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଓ ରାଜ୍ୟରେ ମହାମାରୀ ଆଇନ ବଳବତ୍ତର ଥିବା ସତ୍ତ୍ୱେ ବିଜେଡି କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱ ନିୟମ ପାଳନକୁ ଅଣଦେଖା କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ବିଜେଡି ମୁଖ୍ୟ କାର୍ଯ୍ୟାଳୟଠାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବିଜେଡି ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଦଳୀୟ କାର୍ଯ୍ୟାଳୟରେ ପତାକା […]

bjd

bjd

Manoranjan Sial
  • Published: Saturday, 15 August 2020
  • Updated: 15 August 2020, 09:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୭୪ତମ ସ୍ୱାଧୀନତା ଦିବସ ଅବସରରେ ଆଜି ଉଭୟ ବିଜେଡି ଓ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଓ ରାଜ୍ୟରେ ମହାମାରୀ ଆଇନ ବଳବତ୍ତର ଥିବା ସତ୍ତ୍ୱେ ବିଜେଡି କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱ ନିୟମ ପାଳନକୁ ଅଣଦେଖା କରାଯାଇଥିବା ଜଣାପଡ଼ିଛି।

ରାଜ୍ୟ ବିଜେଡି ମୁଖ୍ୟ କାର୍ଯ୍ୟାଳୟଠାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବିଜେଡି ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିବାବେଳେ ଦଳର ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ଅନନ୍ତ ନାରାୟଣ ଜେନା,ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ, ଦଳର ମହିଳା, ବିଜୁ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ତେବେ ସ୍ୱାଧୀନତା ଦିବସ ପାଳନ ଅବସରରେ ଦଳର କର୍ମୀ ଓ ନେତାମାନେ ସାମାଜିକ ଦୂରତ୍ୱ ପାଳନ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରିଥିଲେ। ଲୋକଙ୍କୁ ଗୋଟିଏ ସ୍ଥାନରେ ଭିଡ଼ ନକରିବା ଓ ସାମାଜିକ ଦୂରତ୍ୱ ନିୟମକୁ ପାଳନ ନିମନ୍ତେ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ୍ କରାଯାଉଥିଲେ ମଧ୍ୟ ବିଜେଡି ନେତାମାନେ ସେଥିପ୍ରତି ଧ୍ୟାନ ଦେଇନଥିବା ଜଣାପଡ଼ିଛି।

ସେହିପରି ବିଜେପି କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେପକାଇଥିଲେ। କରୋନା ସଙ୍କଟ ସମୟରେ ରାଜ୍ୟବାସୀ ନିଜର ଧୈର୍ଯ୍ୟ ପ୍ରଦର୍ଶନ କରିଥିବାରୁ ରାଜ୍ୟବାସୀଙ୍କୁ ଶ୍ରୀ ମହାନ୍ତି ସାଧୁବାଦ ଦେବା ସହ ସ୍ୱାଧୀନତା ସଂଗ୍ରାମର ବୀର ସେନାନୀ ସ୍ମରଣ କରିଥିଲେ। ଭାରତକୁ ଏକ ବିକଶିତ ଦେଶ ଭାବେ ଗଢ଼ି ତୋଳିବାକୁ ହେଲେ ଭ୍ରଷ୍ଟାଚାର, ଆତଙ୍କବାଦ,ଦାରିଦ୍ର‌୍ୟ, ଜାତିବାଦ ଏବଂ ଆବର୍ଜନା ମୁକ୍ତ ଭାରତର ନିର୍ମାଣ ନିହାତି ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ଦେଶର ସମସ୍ତ ଯୁବଶକ୍ତି ଏକତ୍ରିତ ହୋଇ ରାଷ୍ଟ୍ର ନିର୍ମାଣ ସହ ନୂତନ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପ ନିଅନ୍ତୁ ବୋଲି ସେ କହିଥିଲେ।

ଏହି ଅବସରରେ ବିଧାୟିକା କୁସୁମ ଟେଟେ, ଦଳର ନେତ୍ରୀ ପ୍ରଭାତୀ ପରିଡା, ମାନସ ମହାନ୍ତି, ପ୍ରସନ୍ନ ପଟ୍ଟନାୟକ, ମହେଶ ମହାନ୍ତି, ସୁଦୀପ୍ତ ରାୟ, ବିରଂଚି ନାରାୟଣ ତ୍ରିପାଠୀ, ଉମାକାନ୍ତ ପଟ୍ଟନାୟକ, ଦିଲୀପ ମଲ୍ଲିକ, ଶାରଦା ଶତପଥୀ, ସୁରଥ ବିଶ୍ୱାଳ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ବହୁ କର୍ମକର୍ତ୍ତର୍ା ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story