‘ତିତ୍‌ଲି’ ପାଇଁ ବିମାନ ବାତିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତ୍‌ଲି’ ପାଇଁ ବିମାନସେବା ବି ପ୍ରଭାବିତ ହୋଇଛି। ଇଣ୍ଡିଗୋ ପକ୍ଷରୁ ଆଜି ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୫ଟି ବିମାନକୁ ବାତିଲ୍‌ କରି ଦିଆଯାଇଛି। ଭୁବନେଶ୍ୱରରୁ ଦିଲ୍ଲୀ, କୋଲକତା, ବେଙ୍ଗଲୁରୁ ଏବଂ ମୁମ୍ବାଇ ଉଡ଼ାଣକୁ ବାତିଲ୍‌ କରାଯାଇଛି।

ଆଜି ରାତିରେ ଇଣ୍ଡିଗୋର କୌଣସି ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ପାର୍କିଂ କରିବନି ବୋଲି ସୂଚନା ମିଳିଛି।