ଅଲୋଡ଼ା ଶିଶୁ କନ୍ୟା: ପୋଖରୀ ହୁଡ଼ାରୁ ଉଦ୍ଧାର

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ପୋଖରୀ ହୁଡ଼ାରେ ଫିଙ୍ଗିଦେଲେ ଆତ୍ମିୟସ୍ୱଜନ। ମାତ୍ର ଶିଶୁ କନ୍ୟାର ପରିଚୟ ଜଣାପଡ଼ି ନାହିଁ। ଏପରି ହୃଦୟହୀନ ଘଟଣା ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଞ୍ଜାମରେ ଘଟିଛି। ବେଗୁନିଆପଡ଼ା ବ୍ଲକ ଗୁରୁଝରି ଗାଁ ପୋଖରୀ ହୁଡ଼ାରେ ଶିଶୁ କନ୍ୟାଟି ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ତାକୁ ଉଦ୍ଧାର କରି ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶିଶୁଟି ସୁସ୍ଥ ଥିବା […]

Rakesh Mallick
  • Published: Saturday, 02 September 2017
  • , Updated: 02 September 2017, 06:00 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ପୋଖରୀ ହୁଡ଼ାରେ ଫିଙ୍ଗିଦେଲେ ଆତ୍ମିୟସ୍ୱଜନ। ମାତ୍ର ଶିଶୁ କନ୍ୟାର ପରିଚୟ ଜଣାପଡ଼ି ନାହିଁ। ଏପରି ହୃଦୟହୀନ ଘଟଣା ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଞ୍ଜାମରେ ଘଟିଛି।
ବେଗୁନିଆପଡ଼ା ବ୍ଲକ ଗୁରୁଝରି ଗାଁ ପୋଖରୀ ହୁଡ଼ାରେ ଶିଶୁ କନ୍ୟାଟି ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ତାକୁ ଉଦ୍ଧାର କରି ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଶିଶୁକନ୍ୟାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି।

Related story