ଶ୍ରୀମନ୍ଦିର ଜଗମୋହନ ସହ କୋଣାର୍କ ମନ୍ଦିରର ସ୍ଥିତି ଯାଞ୍ଚ ପାଇଁ ନିର୍ଦ୍ଦେଶ

କଟକ(ଓଡ଼ିଶା ରିପୋର୍ଟର): ‘ଶ୍ରୀମନ୍ଦିର ଜଗମୋହନ ସହ କୋଣାର୍କ ସୂର୍ଯ୍ୟ ମନ୍ଦିରର ବି ସ୍ଥିତି ଅନୁଧ୍ୟାନ କର । ଏହି ୨ ମନ୍ଦିରର ମରାମତି ନିମନ୍ତେ କ’ଣ ଆବଶ୍ୟକ ସତ୍ୟପାଠରେ ତାହା ଉଲ୍ଲେଖ କର । ଆସନ୍ତା ଅକ୍ଟୋବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ’ ଗତକାଲି ଉଭୟ ମାମଲାର ଏକାକାଳୀନ ଶୁଣାଣି କରି ଆମିକସ କ୍ୟୁରୀଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଦୀର୍ଘ ୨ ବର୍ଷରୁ ଅଧିକ ସମୟ ପରେ ଏହି ମାମଲା ଦୁଇଟିର […]

Orissa High court

Orissa High court

Niharika Rout
  • Published: Wednesday, 24 August 2022
  • Updated: 24 August 2022, 12:17 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ‘ଶ୍ରୀମନ୍ଦିର ଜଗମୋହନ ସହ କୋଣାର୍କ ସୂର୍ଯ୍ୟ ମନ୍ଦିରର ବି ସ୍ଥିତି ଅନୁଧ୍ୟାନ କର । ଏହି ୨ ମନ୍ଦିରର ମରାମତି ନିମନ୍ତେ କ’ଣ ଆବଶ୍ୟକ ସତ୍ୟପାଠରେ ତାହା ଉଲ୍ଲେଖ କର । ଆସନ୍ତା ଅକ୍ଟୋବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ’ ଗତକାଲି ଉଭୟ ମାମଲାର ଏକାକାଳୀନ ଶୁଣାଣି କରି ଆମିକସ କ୍ୟୁରୀଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଦୀର୍ଘ ୨ ବର୍ଷରୁ ଅଧିକ ସମୟ ପରେ ଏହି ମାମଲା ଦୁଇଟିର ଶୁଣାଣି ହୋଇଥିଲା ।  ଆମିକସ କ୍ୟୁରୀ ଏନ.କେ. ମହାନ୍ତି ଶ୍ରୀମନ୍ଦିର ଜଗମୋହନ ଏବଂ ସୂର୍ଯ୍ୟ ମନ୍ଦିର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଉଭୟର ମରାମତି ଆବଶ୍ୟକ ଥିବା ନେଇ ସେ କୋର୍ଟଙ୍କୁ ଅବଗତ କରାଇଥିଲେ  ।

ଏହା ଶୁଣିବା ପରେ ଉଭୟ ଶ୍ରୀମନ୍ଦିର ଜଗମୋହନ ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ସ୍ଥିତି ଅନୁଧ୍ୟାନ କରିବାକୁ ହାଇକୋର୍ଟ ଆମିକସ କ୍ୟୁରୀଙ୍କୁ ନିର୍ଦେଶ ଦେଇଥିଲେ । ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କରି  ଆବଶ୍ୟକୀୟ ମରାମତି ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରିବାକୁ ଖଣ୍ଡପୀଠ କହିଛନ୍ତି । ୨ ମାସ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos