ଆନ୍ତର୍ଜାତିକ ବାଲୁକା ଶିଳ୍ପୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ୱର୍ଦ୍ଧନା

ଭୁବନେଶ୍ୱର: ଆନ୍ତର୍ଜାତିକ ବାଲୁକା ଶିଳ୍ପୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧନା  ଜଣାଇଛନ୍ତି। କୋଣାର୍କରେ ଶେଷ ହୋଇଥିବା ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ପାଇଁ ବାଲୁକା ଶିଳ୍ପୀମାନେ ଓଡ଼ିଶା ଆସିଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶାରେ ନିଜ ଅଭିଜ୍ଞତା ସଂପର୍କରେ ଜଣାଇଥିଲେ। ଓଡ଼ିଶାର କଳା ସଂସ୍କୃତି ଓ ଆତିଥ୍ୟକୁ ବାଲୁକା ଶିଳ୍ପୀମାନେ ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ଜଣ ଆନ୍ତର୍ଜାତିକ ବାଲୁକା ଶିଳ୍ପୀଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ […]

a

Rakesh Mallick
  • Published: Sunday, 06 December 2015
  • , Updated: 06 December 2015, 04:36 AM IST

ଭୁବନେଶ୍ୱର: ଆନ୍ତର୍ଜାତିକ ବାଲୁକା ଶିଳ୍ପୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧନା  ଜଣାଇଛନ୍ତି। କୋଣାର୍କରେ ଶେଷ ହୋଇଥିବା ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ପାଇଁ ବାଲୁକା ଶିଳ୍ପୀମାନେ ଓଡ଼ିଶା ଆସିଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶାରେ ନିଜ ଅଭିଜ୍ଞତା ସଂପର୍କରେ ଜଣାଇଥିଲେ। ଓଡ଼ିଶାର କଳା ସଂସ୍କୃତି ଓ ଆତିଥ୍ୟକୁ ବାଲୁକା ଶିଳ୍ପୀମାନେ ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ଜଣ ଆନ୍ତର୍ଜାତିକ ବାଲୁକା ଶିଳ୍ପୀଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଗଗନବିହାରୀ ଧଳ ଏବଂ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ଥିଲେ।

Related story