ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଠକ ସୌମ୍ୟଜିତ ତ୍ରିପାଠୀଙ୍କ ଜାଲ ପଡ଼ିଛନ୍ତି ସର୍ବଭାରତୀୟ କରାଟେ ଖେଳାଳି ଭାଲିନା ଭାଲେଣ୍ଟିନା। ୭୨ ହଜାର ଟଙ୍କା ଫୋନ୍କୁ ୧୦ ହଜାର ଟଙ୍କା କମ୍ରେ କିଣି ସେ ହଟହଟା ହୋଇଛନ୍ତି। ମହାଠକଙ୍କ ଜାଲରେ କେବଳ ଭେଲେଣ୍ଟାନା ନୁହନ୍ତି, ବହୁ ସରକାରୀ କର୍ମଚାରୀ ଓ ବ୍ୟବସାୟୀ ପଡ଼ିଥିବା ଜଣାପଡ଼ିଛି।
ମହାଠକ ସୌମ୍ୟଜିତ ତ୍ରିପାଠୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ମେକାନିକାଲ ଇଂଜିନିୟର। ହେଲେ ପେଶା ତାଙ୍କର ଠକିବା। ସେ କେତେବେଳେ ନିଜକୁ ଗୁଗୁଲ୍ର ଓଡ଼ିଶା ଇନ୍ଚାର୍ଯ୍ୟ କହୁଥିଲେ ତ ଆଉ କେତେବେଳେ ଡିଆର୍ଡିଓ ଅଧିକାରୀ। ପୁଣି କେତେବେଳେ କମର୍ସିଆଲ୍ ସେଲ୍ଟାକ୍ସ ଅଧିକାରୀ କହୁଥିଲା ସୌମ୍ୟଜିତ। ଏବେ ଧରାପଡ଼ିବା ପରେ ମହା ଠକେଇର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ସାମ୍ନାକୁ ଆସିଛି।
ସୌମ୍ୟଜିତ ନିଜ ଫୋନ୍ର ଟ୍ରୁକଲରେ ବାପାଙ୍କ ନା ବ୍ୟବହାର କରିବା ସହ ନିଜକୁ କମର୍ସିଆଲ୍ ଟାକ୍ସ ଅଫିସର ପରିଚୟ ଦେଉଥିଲେ। ନିଜେ ଫୋନ୍ କରି ଦାମୀଦାମୀ ମୋବାଇଲ୍, ଲାପଟପ୍ ବୁକ୍ କରିବା ପରେ ସେ ହିଁ ଅଫିସ ଷ୍ଟାଫ୍ କହି ଜନିଷ ଆଣୁଥିଲେ। ଏହାପରେ ହୋଇଯାଉଥିଲେ ଗାୟବ। ଘଟଣା ପରେ ପୁଲିସ ତାଙ୍କଠାରୁ ୧୦ ଲକ୍ଷ ଟଙ୍କାର ଦାମୀ ଫୋନ, ଲାପ୍ଟପ୍ ଜବତ କରିଛି। ଏହାସହ ବିଭିନ୍ନ ଥାନାରେ ତାଙ୍କ ନାଁରେ ତିନିଟି ମାମଲା ଥିବା ଜଣାପଡ଼ିଛି।