ଜଣେ ସାଧାରଣ ଯୁବକଙ୍କୁ କାହିଁକି ପ୍ରେମ ବିବାହ କଲେ ପ୍ରିୟଙ୍କା ଗାନ୍ଧୀ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ସବୁଠୁ ଟାଣୁଆ ରାଜନୈତିକ ପରିବାର ତଥା ଗାନ୍ଧୀ ପରିବାରରୁ ଆସିଛନ୍ତି ପ୍ରିୟଙ୍କା ଗାନ୍ଧୀ। ନିଜେ ନିର୍ବାଚନ ମଇଦାନକୁ ଓହ୍ଲାଉ ନଥିଲେ ମଧ୍ୟ ସେ ରାଜନୀତିରେ ବେଶ୍‌ ସକ୍ରିୟ ଅଛନ୍ତି। ଚଳିତ ନିର୍ବାଚନରେ କଂଗ୍ରେସ ମହାସଚିବ ପଦ ସମ୍ଭାଳିଥିବା ପ୍ରିୟଙ୍କା ଗାନ୍ଧି ଏବେ ନିର୍ବାଚନୀ ପ୍ରଚାରରେ ଜୋରସୋରରେ ଲାଗିଛନ୍ତି। ନିଜେ ଦେଶର ପ୍ରତିଷ୍ଠିତ ରାଜନୈତିକ ଗାନ୍ଧି ପରିବାରରୁ ଆସିଥିବା ସତ୍ତ୍ୱେ ପ୍ରିୟଙ୍କା କାହିଁକି ଅଣରାଜନୈତିକ ପରିବାରର ରବର୍ଟ ଭଦ୍ରାଙ୍କୁ ବିବାହ କଲେ ଜାଣିଛନ୍ତି […]

priyanka-1...

Niharika Rout
  • Published: Friday, 19 April 2019
  • , Updated: 19 April 2019, 02:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ସବୁଠୁ ଟାଣୁଆ ରାଜନୈତିକ ପରିବାର ତଥା ଗାନ୍ଧୀ ପରିବାରରୁ ଆସିଛନ୍ତି ପ୍ରିୟଙ୍କା ଗାନ୍ଧୀ। ନିଜେ ନିର୍ବାଚନ ମଇଦାନକୁ ଓହ୍ଲାଉ ନଥିଲେ ମଧ୍ୟ ସେ ରାଜନୀତିରେ ବେଶ୍‌ ସକ୍ରିୟ ଅଛନ୍ତି। ଚଳିତ ନିର୍ବାଚନରେ କଂଗ୍ରେସ ମହାସଚିବ ପଦ ସମ୍ଭାଳିଥିବା ପ୍ରିୟଙ୍କା ଗାନ୍ଧି ଏବେ ନିର୍ବାଚନୀ ପ୍ରଚାରରେ ଜୋରସୋରରେ ଲାଗିଛନ୍ତି।

ନିଜେ ଦେଶର ପ୍ରତିଷ୍ଠିତ ରାଜନୈତିକ ଗାନ୍ଧି ପରିବାରରୁ ଆସିଥିବା ସତ୍ତ୍ୱେ ପ୍ରିୟଙ୍କା କାହିଁକି ଅଣରାଜନୈତିକ ପରିବାରର ରବର୍ଟ ଭଦ୍ରାଙ୍କୁ ବିବାହ କଲେ ଜାଣିଛନ୍ତି କି? ସବୁବେଳେ ସୁରକ୍ଷା ବଳଙ୍କ ଦ୍ୱାରା ଘେରି ହୋଇ ରହିଥିବା ପ୍ରିୟଙ୍କାଙ୍କର କିପରି ଜଣେ ସାଧାରଣ ଯୁବକ ‘ରବର୍ଟ ଭଦ୍ରା’ଙ୍କ ସହ ଦେଖା ହେଲା? ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ କିପରି ବିବାହ ପର୍ଯ୍ୟନ୍ତ ପହଞ୍ଚିଲା? ଆସନ୍ତୁ ଜାଣିବା ଏ ସମ୍ପର୍କୀତ କିଛି ରୋଚକ ଖବର।

[caption id="attachment_370962" align="aligncenter" width="780"] ପ୍ରିୟଙ୍କା ଓ ରବର୍ଟଙ୍କ ବିବାହ ବେଳର ଫଟୋ। ସାଙ୍ଗରେ ଅଛନ୍ତି ସୋନିଆ ଓ ରାହୁଲ।[/caption]

ଉତ୍ତରପ୍ରଦେଶର ମୁରାଦାବାଦର ପ୍ରତିଷ୍ଠିତ ପିତଳ ବ୍ୟବସାୟୀ ରାଜେନ୍ଦ୍ର ଭଦ୍ରାଙ୍କ ପୁଅ ହେଲେ ରବର୍ଟ। ତାଙ୍କ ମାଆ ସ୍କଟଲ୍ୟାଣ୍ଡର ନିବାସୀ ଥିଲେ। ପ୍ରିୟଙ୍କା ଓ ରବର୍ଟ ଉଭୟ ଦିଲ୍ଲୀସ୍ଥିତ ପ୍ରତିଷ୍ଠିତ ବ୍ରିଟିଶ୍‌ ସ୍କୁଲରେ ପଢୁଥିଲେ। ସେଠାରେ ମାତ୍ର ୧୩ ବର୍ଷର ହୋଇଥିବା ବେଳେ ପ୍ରିୟଙ୍କାଙ୍କର ରବର୍ଟଙ୍କ ସହ ସାକ୍ଷାତ ହୋଇଥିଲା। ଉଭୟଙ୍କ ସାକ୍ଷାତ ରବର୍ଟଙ୍କ ଭଉଣୀ ‘ମିଶେଲ ଭଦ୍ରା’ଙ୍କ ଦ୍ୱାରା ହୋଇଥିଲା। ସେବେଠୁ ଉଭୟ ଭଲ ବନ୍ଧୁ ପାଲଟି ଯାଇଥିଲେ।

ପ୍ରିୟଙ୍କା ‘ଗାନ୍ଧୀ ପରିବାର’ରୁ ଆସିଥିବା ଜାଣି ମଧ୍ୟ ରବର୍ଟ ତାଙ୍କ ସହ ଅନ୍ୟମାନଙ୍କ ପରି ମିଶୁଥିଲେ। ରବର୍ଟଙ୍କ ଶାନ୍ତଶିଷ୍ଟ ଓ ଅମାୟିକ ସ୍ୱଭାବ ପ୍ରିୟଙ୍କାଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଧିରେ ଧିରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଲା। ଉଭୟ ପରସ୍ପରର ଭଲ ବନ୍ଧୁ ହେବା ପରେ ତାହା ପ୍ରେମରେ ପରିଣତ ହେଲା।

ଏକ ପ୍ରତିଷ୍ଠିତ ପିତ୍ତଳ ବ୍ୟବସାୟ ପରିବାରରୁ ଆସିଥିବା ରବର୍ଟଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନଥିଲା। ହେଲେ ଏହା ସେମାନଙ୍କ ପ୍ରେମରେ ପ୍ରତିବନ୍ଧକ ସାଜି ପାରିଲା ନାହିଁ।

[caption id="attachment_370963" align="alignnone" width="817"] ସ୍ୱାମୀଙ୍କ ସହ ପ୍ରିୟଙ୍କା[/caption]

ରବର୍ଟଙ୍କ ପରିବାରର ପିତଳ  ଓ ଆର୍ଟିଫିସିଆଲ ଜୁଏଲାରୀର ବ୍ୟବସାୟ ଥିବାରୁ ରବର୍ଟ ପ୍ରିୟଙ୍କାଙ୍କୁ  ଖାସ୍‌ ଡିଜାଇନ ହୋଇଥିବା ଜୁଏଲାରି ଉପହାର ସ୍ୱରୂପ ଦେଉଥିଲେ। ଏହା ପ୍ରିୟଙ୍କାଙ୍କୁ ଖୁବ୍‌ ପସନ୍ଦ ଆସୁଥିଲା। ରବର୍ଟ ଅଳ୍ପ ଦିନ ମଧ୍ୟରେ ପ୍ରିୟଙ୍କାଙ୍କ ଭାଇ ରାହୁଲଙ୍କର ମଧ୍ୟ ଭଲ ସାଙ୍ଗ ପାଲଟି ଯାଇଥିଲେ। ଇତି ମଧ୍ୟରେ ପ୍ରିୟଙ୍କାଙ୍କ ବାପା ତଥା ରାଜୀବ ଗାନ୍ଧୀଙ୍କ  ଆକସ୍ମିକ  ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ପ୍ରିୟଙ୍କାଙ୍କ ପାଖେ ପାଖେ ଛିଡ଼ା ହୋଇଥିଲେ ରବର୍ଟ। ଏଥିଯୋଗୁ ଉଭୟଙ୍କ ସମ୍ପର୍କ  ଆହୁରି ଦୃଢ ହେବାରେ ଲାଗିଲା।

[caption id="attachment_371031" align="alignnone" width="809"] ନିଜ ମା’ଙ୍କ ସହ ରବର୍ଟ ଭଦ୍ରା[/caption]

ଉଭୟଙ୍କ ପ୍ରେମ ସମ୍ପର୍କ ଲୋକଲୋଚନକୁ ଆସୁ ବୋଲି ରବର୍ଟ ପ୍ରଥମେ ଚାହୁଁ ନ ଥିଲେ। ସେଥିପାଇଁ ଯଥାସମ୍ଭବ ଉଭୟ ଏହାକୁ ଲୁଚାଇ ରଖିଥିଲେ। ହେଲେ ପ୍ରିୟଙ୍କା ବିନା କୌଣସି ସୂଚନାରେ ଥରେ ରବର୍ଟଙ୍କୁ ସାକ୍ଷାତ କରିବାକୁ ମୁରାଦାବାଦ ଯାଇଥିଲେ। ସେବେଠୁ ଉଭୟଙ୍କ ପ୍ରେମ ଚର୍ଚ୍ଚାକୁ ଆସିଥିଲା। ଏହାପରେ ଉଭୟ ପ୍ରେମୀ ଯୁଗଳ ଏ ସମ୍ପର୍କରେ ନିଜ ନିଜ ପରିବାର ସଦସ୍ୟଙ୍କୁ ଅବଗତ କରିଥିଲେ। ଗାନ୍ଧୀ ପରିବାରର ଝିଅ ତାଙ୍କ ଘରକୁ ବୋହୂ ହୋଇ ଆସୁ ବୋଲି ରବର୍ଟଙ୍କ ବାପା ପ୍ରଥମେ ରାଜି ନଥିଲେ।

[caption id="attachment_370965" align="aligncenter" width="802"] ନିଜ ପିଲାଙ୍କ ସହ ଏକ ଖୁସି ମୁହୂର୍ତ୍ତରେ ପ୍ରିୟଙ୍କା[/caption]

ହେଲେ ଉଭୟ ନିଜ ଜିଦ୍‌ରେ ଅଟଳ ରହିବାରୁ ୧୮ ଫେବୃୟାରୀ ୧୯୯୭ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସୋନିଆ ଗାନ୍ଧିଙ୍କ ସରକାରୀ ବାସଭବନ ୧୦ ଜନପଥରେ ଏହି ବିବାହ ନିରାଡମ୍ବର ଭାବେ ସମ୍ପନ୍ନ ହୋଇଥିଲା।  ଇତି ମଧ୍ୟରେ ୨୦ ବର୍ଷ ବୈବାହିକ ଜୀବନ ଅତିକ୍ରାନ୍ତ କରି ସାରିଥିବା ପ୍ରିୟଙ୍କାଙ୍କର ପୁଅଝିଅକୁ ନେଇ ହସଖୁସିର ସଂସାର ଚାଲିଛି।

Related story