ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣା; କଳା ତାଲିକାଭୁକ୍ତ ହେଲା ଠିକା ସଂସ୍ଥା

ବଲାଙ୍ଗିର( ଓଡ଼ିଶା ରିପୋର୍ଟର):  ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ ଠିକା ସଂସ୍ଥା ରାମ କୁମାର ଅଗ୍ରୱାଲ ଇଞ୍ଜିନିଅର୍ସ ପ୍ରାଇଭେଟ୍ ଲିମିଟେଡକୁ କଳା ତାଲିକାଭୁକ୍ତ କରାଯାଇଛି। ଠିକା କମ୍ପାନୀର ମାଲିକ ସଞ୍ଜୟ ଅଗ୍ରୱାଲ  ଫେରାର ଥିବା ଜଣାଯାଇଛି। ଏପ୍ରିଲ୍‌ ୨୯ ତାରିଖରେ ଏହି ପୋଲ ଭୁଶୁଡ଼ିବା ଯୋଗୁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ନିମ୍ନମାନର କାମ ଯୋଗୁଁ ପୋଲ ଭାଙ୍ଗି ଯାଇଥିବା ଅଭିଯୋଗ ହେବା ପରେ ପୁଲିସ୍‌ ଓ ବିଭାଗୀୟ […]

bridge-1

bridge-1

Niharika Rout
  • Published: Friday, 15 May 2020
  • Updated: 15 May 2020, 07:41 AM IST

Sports

Latest News

ବଲାଙ୍ଗିର( ଓଡ଼ିଶା ରିପୋର୍ଟର):  ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ ଠିକା ସଂସ୍ଥା ରାମ କୁମାର ଅଗ୍ରୱାଲ ଇଞ୍ଜିନିଅର୍ସ ପ୍ରାଇଭେଟ୍ ଲିମିଟେଡକୁ କଳା ତାଲିକାଭୁକ୍ତ କରାଯାଇଛି। ଠିକା କମ୍ପାନୀର ମାଲିକ ସଞ୍ଜୟ ଅଗ୍ରୱାଲ  ଫେରାର ଥିବା ଜଣାଯାଇଛି।

ଏପ୍ରିଲ୍‌ ୨୯ ତାରିଖରେ ଏହି ପୋଲ ଭୁଶୁଡ଼ିବା ଯୋଗୁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ନିମ୍ନମାନର କାମ ଯୋଗୁଁ ପୋଲ ଭାଙ୍ଗି ଯାଇଥିବା ଅଭିଯୋଗ ହେବା ପରେ ପୁଲିସ୍‌ ଓ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା । ଏହି ଘଟଣାର  ପୂର୍ବରୁ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଏବେ ସମ୍ପୃକ୍ତ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଛି। ପାଟଣାଗଡ଼ ପୁଲିସ୍‌ ଠିକା କମ୍ପାନୀର ଜଣେ କର୍ମଚାରୀଙ୍କୁ ପୂର୍ବରୁ ଗିରଫ କରି  କୋର୍ଟଚାଲାଣ କରିଥିବା ବେଳେ ସେ ଏବେ ଜାମିନ୍‌ରେ ଅଛନ୍ତି ।

ସୂଚନାଯୋଗ୍ୟ, ପାଟଣାଗଡ଼ ବ୍ଲକର ତମିଆଁରୁ ମୁଦଲସରକୁ ସଂଯୋଗ କରୁଥିବା ୧୮୨ ମିଟର ଦୀର୍ଘ ବିଶିଷ୍ଟ ଏହି ବ୍ରିଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ୨୦୧୪ ମସିହା ଜାନୁଆରୀ ମାସରେ ହୋଇଥିଲା। ମାତ୍ର ୧ ବର୍ଷ ୪ ମାସ ମଧ୍ୟରେ ଏହି ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏଥିନିମନ୍ତେ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।  ଧାର୍ଯ୍ୟ ସମୟ ପୂର୍ବରୁ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଶେଷ ଏବଂ ଏହାର ଗୁଣବତ୍ତା ଯୋଗୁ ଠିକା ସଂସ୍ଥାକୁ ପୁରସ୍କୃତ କରାଯାଇଥିଲା। ହେଲେ ଏହାର ଗୋଟିଏ ପିଲର ଦବି ଯାଇଥିଲା।

ଗତ ୨୯ ତାରିଖରେ ମରାମତି କାମ ଚାଲିଥିବା‌ ବ୍ରିଜଟି ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଉତ୍ତରାଞ୍ଚଳ ଡି.ଆଇ.ଜି ହିମାଂଶୁ ଲାଲ, ଗ୍ରାମ୍ୟ ନିର୍ମାଣ ବିଭାଗର ମୁଖ୍ୟ  ଯନ୍ତ୍ରୀ ପ୍ରମୁଖ ପହଞ୍ଚି ତଦନ୍ତ କରିଥିଲେ । ଉକ୍ତ ସମୟରେ ଠିକା ସଂସ୍ଥାର ଜଣେ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ପାଟଣାଗଡ ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story