ବିନା କୋଚିଂରେ ଓଜେଏସ୍‌ ପରୀକ୍ଷାରେ ଟପ୍ପର ହେଲେ ଅନୁଗୋଳ ଝିଅ ଇପ୍‌ସିତା

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଓଡ଼ିଶା ଜୁଡିସିଆଲ୍‌ ସର୍ଭିସ୍‌ (OJS) ପରୀକ୍ଷାରେ ଟପ୍ପର ହୋଇଥିବା ଅନୁଗୋଳର ଝିଅ ଇପ୍‌ସିତା ଅଭିନନ୍ଦିତା ମିଶ୍ରଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟୁଛି। ସେ ପ୍ରଥମ ପ୍ରୟାସରେ ହିଁ ଓପିଏସ୍‌ସି ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଅନୁଗୋଳ ସହର ଉପକଣ୍ଠ ସୁସୁଡ଼ା ନିବାସୀ  ଆଇନଜୀବୀ ଧ୍ରୁବଚରଣ ମିଶ୍ର ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହିଲ୍ଲୋଳିନୀ ମିଶ୍ରଙ୍କ ଝିଅ ହେଛନ୍ତି ଇପ୍‌ସିତା ଅଭିନନ୍ଦିତା। ସେ ଅନୁଗୋଳ ସ୍ଥିତ ରୋଟାରୀ ପବ୍ଲିକ୍‌ […]

angul

angul

Jyoshna Pradhan
  • Published: Sunday, 28 July 2019
  • Updated: 28 July 2019, 11:38 AM IST

Sports

Latest News

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଓଡ଼ିଶା ଜୁଡିସିଆଲ୍‌ ସର୍ଭିସ୍‌ (OJS) ପରୀକ୍ଷାରେ ଟପ୍ପର ହୋଇଥିବା ଅନୁଗୋଳର ଝିଅ ଇପ୍‌ସିତା ଅଭିନନ୍ଦିତା ମିଶ୍ରଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟୁଛି। ସେ ପ୍ରଥମ ପ୍ରୟାସରେ ହିଁ ଓପିଏସ୍‌ସି ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। angul

ଅନୁଗୋଳ ସହର ଉପକଣ୍ଠ ସୁସୁଡ଼ା ନିବାସୀ  ଆଇନଜୀବୀ ଧ୍ରୁବଚରଣ ମିଶ୍ର ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହିଲ୍ଲୋଳିନୀ ମିଶ୍ରଙ୍କ ଝିଅ ହେଛନ୍ତି ଇପ୍‌ସିତା ଅଭିନନ୍ଦିତା। ସେ ଅନୁଗୋଳ ସ୍ଥିତ ରୋଟାରୀ ପବ୍ଲିକ୍‌ ସ୍କୁଲ୍‌ରେ ଦଶମ ଶ୍ରେଣୀରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସେ ତାଳଚେର କଳିଙ୍ଗ ଏରିଆ ଡିଏଭିରୁ ଯୁକ୍ତ ଦୁଇରେ ୮୩.୬ ପ୍ରତିଶତ ନମ୍ୱର ରଖି ପାସ୍‌ କରିଥିଲେ। ଏହାପରେ ନିଜ ଇଚ୍ଛା ନଥିଲେ ମଧ୍ୟ ପରିବାର ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ୟୁନିଭରସିର୍ଟି ଲ’ କଲେଜରେ ପଢ଼ିଥିଲେ। ଆଉ ସେଠାରୁ ମଧ୍ୟ ସଫଳତାର ସହିତ କୃତକାର୍ଯ୍ୟ ହୋଇଥିଲେ।angul

ଗତ ଜାନୁଆରୀରେ ଅନୁଷ୍ଠିତ ହୋଇଥିବା OJS ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୧୩ ଜଣ ପରୀକ୍ଷାର୍ଥୀ ଏପ୍ରିଲ ମାସରେ ମୁଖ୍ୟ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬୧ ଜଣ ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିବା ବେଳେ ୪୧ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ଇପ୍‌ସିତା।

ସବୁଠାରୁ ବଡ଼ କଥା ହେଉଛି ସେ ବିନା କୋଚିଂରେ ଓଜେଏସ୍ ପାଇଛନ୍ତି। କଠିନ ପରିଶ୍ରମ ହିଁ ତାଙ୍କୁ ଏ ସଫଳତା ଦେଇଛି ବୋଲି ସେ କହିଛନ୍ତି। ବର୍ଷ ବର୍ଷ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର କିଭଳି ଖୁବ୍‌ଶୀଘ୍ର ଶୁଣାଣି କରି ଫଇସଲା କରାଯାଇ ପାରିବ, ତା’ ଉପରେ ଗୁରୁତ୍ୱ ଦେବେ ବୋଲି ଇପ୍‌ସିତା କହିଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos