ପାର୍ବଣ ଆଣିବ କି କରୋନାର ତୃତୀୟ ଲହର?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହର ମାରାତ୍ମକ ରୂପ ନେବା ପରେ ଏବେ ତୃତୀୟ ଲହର କୋକୁଆ ଭୟ ସୃଷ୍ଟି କରିଛି। କାରଣ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର ଆହୁରି ଭୟଙ୍କର ହେବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି। ଆଗକୁ ପୁଣି ଅଛି ପାର୍ବଣ ଋତୁ। ଆଉ ପାର୍ବଣ ଋତୁରେ ଜନଗହଳି ହେବା ସ୍ୱାଭାବିକ। ଏହି ଜନଗହଳିରେ ତୃତୀୟ ଲହର ବଡ଼ ବିପଦକୁ ଡାକିବ। ଓନାମ୍ ପର୍ବ ପରେ କେରଳରେ ଦୈନିକ ସଂକ୍ରମଣ ୩୦ […]

corona-third

corona-third

Ranjit Kumar Jena
  • Published: Friday, 27 August 2021
  • Updated: 27 August 2021, 09:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହର ମାରାତ୍ମକ ରୂପ ନେବା ପରେ ଏବେ ତୃତୀୟ ଲହର କୋକୁଆ ଭୟ ସୃଷ୍ଟି କରିଛି। କାରଣ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର ଆହୁରି ଭୟଙ୍କର ହେବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି। ଆଗକୁ ପୁଣି ଅଛି ପାର୍ବଣ ଋତୁ। ଆଉ ପାର୍ବଣ ଋତୁରେ ଜନଗହଳି ହେବା ସ୍ୱାଭାବିକ। ଏହି ଜନଗହଳିରେ ତୃତୀୟ ଲହର ବଡ଼ ବିପଦକୁ ଡାକିବ। ଓନାମ୍ ପର୍ବ ପରେ କେରଳରେ ଦୈନିକ ସଂକ୍ରମଣ ୩୦ ହଜାର ଟପିଛି। ତେଣୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସେପ୍ଟେମ୍ବର ଓ ଅକ୍ଚୋବର ମାସରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛି।

ଓଡ଼ିଶାରେ ଆଗକୁ ଆସୁଛି ଗଣେଶ ପୂଜା। ଏହା ପରେ ଆସିବ ଦୁର୍ଗାପୂଜା ଓ କାଳୀପୂଜା। ପୂଜା ସମୟରେ ମାର୍କେଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳେ। ତାସହିତ ପର୍ବପର୍ବାଣୀରେ ଘରକୁ ଅତିଥିଙ୍କ ଆଗମନ ମଧ୍ୟ ହୋଇଥାଏ। ଆଉ ଏହା ହେଲେ କରୋନା ପ୍ରୋଟୋକଲର ଉଲ୍ଲଙ୍ଘନ ହେବା ସହ ବିପଦକୁ ଡାକିବା ଭଳି ସ୍ଥିତି ଉପୁଜିବ। ତେଣୁ କେନ୍ଦ୍ର ସରକାର ସବୁ ରାଜ୍ୟମାନଙ୍କୁ କଟକଣା ଭିତରେ ପର୍ବପର୍ବାଣୀ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ପର୍ବପର୍ବାଣୀରେ ଭିଡ଼କୁ ଦୃଷ୍ଟିରେ ରଖି ଏସଆରସି କଟକଣା ଲଗାଇ ସାରିଛନ୍ତି। ଏଥର ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା କେବଳ ବିଧି ରକ୍ଷା ପାଇଁ ପାଳନ ହେବ, କିନ୍ତୁ ଜନସମାଗମକୁ ଅନୁମତି ଦିଆଯାଇ ନାହିଁ।

ରାଜ୍ୟରେ ଦୈନିକ ସଂକ୍ରମଣ ଦିନକୁ ଦିନ କମୁଛି। କିନ୍ତୁ ଚିନ୍ତାର କାରଣ ପାଲଟିଛନ୍ତି ୧୮ ବର୍ଷରୁ କମ୍ ବୟସ୍କ କିଶୋର ଓ ଶିଶୁ। କାରଣ ଏମାନଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅଡିଟ୍ ରିପୋର୍ଟ ମୁତାବକ ଆଉ ୬୯ ଜଣ କୋଡିଭରେ ମୃତ୍ୟୁବରଣ କରିଛନ୍ତି। ତେବେ ବଡ଼ କଥା ହେଉଛି ଏଥିରେ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ଯେହେତୁ ଶିଶୁମାନେ ଟିକା ନେଇନାହାନ୍ତି, ତେଣୁ ଏମାନେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏକ୍ପପର୍ଟ ଗ୍ରୁପର ନିଷ୍ପତ୍ତି ପରେ ଶିଶୁଙ୍କ ଟିକା ନେଇ ଗାଇଡ୍ ଲାଇନ୍ ଆସିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ।

ସେପଟେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ସଂକ୍ରମଣ କମିଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ସ୍ଥିତିରେ ସୁଧାର ଆସି ନାହିଁ। ଜିଲ୍ଲାରେ ଏବେ ବି ୩ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି। ସେଥିମଧ୍ୟରୁ ସିଂହଭାଗ କେସ୍ ରାଜଧାନୀ ଭୁବନେଶ୍ୱରରୁ ଆସୁଛି। ତେଣୁ ସେମ୍ବର ଗାଇଡଲାଇନରେ ଭୁବନେଶ୍ୱର ପାଇଁ କିଛି କଟକଣା ରହିପାରେ। ନାଇଟ୍ କର୍ଫ୍ୟୁ ରହିବା ଆବଶ୍ୟକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେବେ ଆକ୍ଟିଭ କେସ୍, ଟିକାକରଣ ଓ ହସ୍ପିଟାଲରେ କେସ୍ ଲୋଡ୍ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଲୋକଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ପ୍ରାୟ ୧୬ଲକ୍ଷ ଲୋକ ଧାର୍ଯ୍ୟ ସମୟ ମଧ୍ୟରେ ନିଜର ଦ୍ୱିତୀୟ ଡୋଜ୍ ଟିକା ନେଇପାରିନାହାନ୍ତି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୪୬ ପ୍ରତିଶତ, ନବରଙ୍ଗପୁରରେ ୪୩ ପ୍ରତିଶତ ବୌଦରେ ୪୦ ପ୍ରତିଶତ ଲୋକ ନିଜର ଦ୍ୱିତୀୟ ଡୋଜ୍ ମିସ୍ କରିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୮ ପ୍ରତିଶତ ଲୋକ ଧାର୍ଯ୍ୟ ସମୟ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେଇପାରି ନଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଏହି ଲୋକମାନେ ନିଜର ଦ୍ୱିତୀୟ ଡୋଜ୍ ମିସ୍ କରିଛନ୍ତି ତାହା ଜଣାପଡ଼ିନଥିଲେ ମଧ୍ୟ କେନ୍ଦ୍ର ସରକାର ଦ୍ୱିତୀୟ ଡୋଜ୍ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ୧୧.୧୬ଲକ୍ଷ ଡୋଜ୍ ଟିକା ଚଳିତମାସରେ ଆବଣ୍ଟନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story