ବାରିପଦା (ମାଣିକଲାଲ ପାଣି): ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୪ଟି ଜାଗାକୁ ଚଢ଼ଉ ନିମନ୍ତେ ଟିମ୍ ପଠାଯାଇଛି। ସେଥିମଧ୍ୟରେ ବାରିପଦାସ୍ଥିତ ମୁର୍ଗାବା଼ଡ଼ିରେ ଦୁର୍ଗାମାଧବଙ୍କ ରହୁଥିବା ଭଡ଼ାଘର, ବାରିପଦାସ୍ଥିତ ତାଙ୍କ ଅଫିସ୍, ଭୁବନେଶ୍ୱରରେ ଥିବା ତାଙ୍କର ଏକ ଫ୍ଲାଟ ଓ ନୟାଗଡ଼ସ୍ଥିତ ପୈତୃକ ଘର ସାମିଲ ଅଛି।
ଭିଜିଲାନ୍ସ ଚଢ଼ଉ ସମ୍ପର୍କରେ ଜାଣିପାରି ଗତରାତିରେ ଦୁର୍ଗାମାଧବ ଭଡ଼ା ଘରେ ତାଲା ପକାଇ କେଉଁଆଡେ ପଳାଇଥିବା ଜଣାପଡ଼ିଛି। ଫଳରେ ଭିଜିଲାନ୍ସ ଟିମ୍ ଅଧିକାରୀ ତାଙ୍କ ଘର ଆଗରେ ଜଗି ରହିଛନ୍ତି। ତାଙ୍କ ଉପସ୍ଥିତିରେ ହିଁ ଘର ତାଲା ଭଙ୍ଗାଯିବ ବୋଲି ଜଣାଯାଇଛି।
ଅପରପକ୍ଷେ ଦିନ ୧୦ଟାରେ କାର୍ଯ୍ୟାଳୟ ଖୋଲିବା ପରେ ବାରିପଦାସ୍ଥିତ ତାଙ୍କ ଅଫିସରେ କାଗଜପତ୍ର ଯାଞ୍ଚ କରାଯିବ। ବାଲେଶ୍ୱର ଭିଜିଲାନ୍ସ ବିଭାଗ ତତ୍ତ୍ୱାବଧାନରେ ଏହି ଚଢ଼ଉ ଜାରି ରହିଛି । ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଦୁର୍ଗାମାଧବଙ୍କ ସନ୍ଧାନ ପାଇଲେ ତାଙ୍କୁ ଆଣି ବାରିପଦା ଆସିବେ ବୋଲି ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଝଲସିବ ହୀରାକୁଦ, ସାତକୋଶିଆ ଓ ବୌଦ୍ଧ ସର୍କିଟ
ରାଜ୍ୟ ପର୍ଯ୍ୟଟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଅଧିକ ପର୍ଯ୍ୟଟନସ୍ଥଳୀକୁ ବିଶ୍ୱର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବା ପାଇଁ ପଦକ୍ଷେପ ନେବାକୁ ମୋହନ ମାଝୀ ସରକାର ନିଷ୍ପତ୍ତି ନେଇଛନ୍ତି ।
Jobs
ନିଯୁକ୍ତି ଆୟୋଗ ଅଧ୍ୟକ୍ଷମାନଙ୍କ ସହ ବୈଠକ: ସରକାରଙ୍କ ଟାର୍ଗେଟ୍ ୫ ବର୍ଷରେ ଦେଢ଼ଲକ୍ଷ ପଦବୀ ପୂରଣ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେବା ସହ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗଗୁଡ଼ିକ ଯଥା- ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ ପାଇଁ ପରାମର୍ଶ ଦେଇଛନ୍ତି।
Miscellaneous
୧୫ ସୁଦ୍ଧା ସରିବ ରାସନକାର୍ଡ ଇ-କେୱାଇସି ଯାଂଚ: ରାଜ୍ୟ ବାହାରକୁ ଯାଉଛନ୍ତି ସରକାରୀ କର୍ମଚାରୀ
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାସନକାର୍ଡ ଇ-କେୱାଇସି ଯାଂଚ ପ୍ରକ୍ରିୟା ୮୫ ପ୍ରତିଶତ ଶେଷ ହୋଇସାରିଲାଣି । ଏପର୍ଯ୍ୟନ୍ତ ଆଉ ପ୍ରାୟ ୫୦ଲକ୍ଷ ବ୍ୟକ୍ତିଙ୍କ ଇ-କେୱାଇସି ଯାଂଚ ବାକି ରହିଛି ।
Health
ଆୟୁଷ୍ମାନ ଭାରତରେ କାହାକୁ କେତେ ଟଙ୍କାର ବୀମା ମିଳିବ?
ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଭାରତ ମିଶ୍ରଣରେ ଏହି ସୁବିଧା ମିଳିବ। ୩୦ ହଜାର ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବ
Miscellaneous
‘ଯମୁନା’ ରହୁଥିବା ଏନ୍କ୍ଲୋଜରରେ ଗାଧୋଇଲା ‘ଜିନ୍ନତ’
ଏନ୍କ୍ଲୋଜର ଭିତରକୁ ଗଲା ପରେ ‘ଜିନ୍ନତ’ ପ୍ରଥମେ ଦୌଡ଼ାଦୌଡ଼ି କରିଥିଲା। ତା’ପରେ ଏନ୍କ୍ଲୋଜର ଭିତରେ ଥିବା ପାଣି କୁଣ୍ଡରେ ଗାଧୋଇଥିଲା। ଦୀର୍ଘ ସମୟ ଧରି ସେ ପାଣି କୁଣ୍ଡରେ ପହଁରିଥିବା ଦେଖିବାକୁ ମିଳିଥିଲା।