କଟକ(ଓଡ଼ିଶା ରିପୋର୍ଟର):ସମୟ ବଦଳିବା ସହିତ ବଦଳିଛି କମେଡି ଟ୍ରେଣ୍ଡ। ବଡ଼ ପରଦା ହେଉ କି ଛୋଟ ପରଦା ଅଥବା ସୋଶାୟଲ ମିଡ଼ିଆ । ସବୁଠି ପ୍ରତିଭା ମାନେ ନିଜ କମେଡି ମାଧ୍ୟମରେ ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରିବା ପାଇଁ କରୁଛନ୍ତି ଉଦ୍ୟମ। ତେବେ ସେମାନଙ୍କ ମଧ୍ୟରୁ ଏକ ଭିନ୍ନ ପ୍ରତିଭା ହେଉଛନ୍ତି କଟକ ଚହଟା ଅଞ୍ଚଳର ଇତିକା ପ୍ରିୟଦର୍ଶିନୀ ପତି। ଇତିକା ଭିନ୍ନ ଧରଣର କମେଡି କରିବା ପାଇଁ କରିଛନ୍ତି ଏକ୍ସପେରିମେଣ୍ଟ୍।
ସେ ମୋବାଇଲ ଫୋନକୁ ବ୍ୟବହାର କରି ସୁନ୍ଦର୍ ସୁନ୍ଦର୍ ଭିଡିଓ ମାଧ୍ୟମରେ ପିଲାଙ୍କ ଠାରୁ ବୟସ୍କ ସମସ୍ତଙ୍କୁ ଢେର୍ ହସେଇବାରେ ସଫଳ ହୋଇପାରିଛନ୍ତି। ତେବେ ତାଙ୍କ କମେଡି ଗୁଡ଼ିକ ସୋଶାଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହା ତାଙ୍କୁ ଆଣିଦେଇଛି ଏକ ନୂଆ ପରିଚୟ ‘ମି ପୁଚ ପୁଚ୍’ ।