ବଲ୍‌ ଖେଳିଲାଣି ଜଗା

ଭୁବନେଶ୍ୱର: ଦିଲ୍ଲୀ ଏମସରେ ଅପରେସନ ପରେ ଜଗା ଧୀରେ ଧୀରେ ସୁସ୍ଥ ହେଉଛି। ତରଳ ଖାଦ୍ୟ ଗ୍ରହଣ କରିବା ସହ ମଧ୍ୟାହ୍ନରେ ଭାତ ଓ ଅଣ୍ଡା ଖାଉଛି। ଏହାସହ ସେ ହାତରେ ବଲ୍ ଧରି ଖେଳୁଛି। ବାପା ମା’ ମଧ୍ୟ ତାକୁ କୋଳରେ ଧରି ବୁଲୁଛନ୍ତି।

କାଳିଆର ସ୍ୱାସ୍ଥ୍ୟାବସ୍ଥା ଜଗା ତୁଳନାରେ ସାମାନ୍ୟ ଖରାପ ରହିଛି। ତା’ର ଗଳାରେ ଏକ ଟ୍ୟୁବ୍ ଲାଗିଛି। ଏହି ଟ୍ୟୁବ୍ ସାହାଯ୍ୟରେ ସେ ଶ୍ୱାସକ୍ରିୟା ନେଉଛି।  ସୋମବାର ଏମ୍ସର ନ୍ୟୁରୋ ଆଇସିୟୁରୁ ସ୍ୱତନ୍ତ୍ର ଓ୍ୱାର୍ଡକୁ ଆସିଥିଲା କାଳିଆ। କାଳିଆକୁ ଟ୍ରାକିଓଟୋମି କରାଯିବା ପରେ ତାକୁ ତରଳ ଖାଦ୍ୟ ଦିଆଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଦିଲ୍ଲୀ ଏମ୍ସରେ କନ୍ଧମାଳ ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା,କାଳିଆଙ୍କ ବିରଳ ଅସ୍ତ୍ରୋପଚାର କରାଯାଇଥିଲା।

ଜଗା,କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଦେଖି ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଗତ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିଲା।

Ordigital Desk
• Published: Wednesday, 15 November 2017
• Updated: 15 November 2017, 01:09 PM IST

Sports

Latest News

ଭୁବନେଶ୍ୱର: ଦିଲ୍ଲୀ ଏମସରେ ଅପରେସନ ପରେ ଜଗା ଧୀରେ ଧୀରେ ସୁସ୍ଥ ହେଉଛି। ତରଳ ଖାଦ୍ୟ ଗ୍ରହଣ କରିବା ସହ ମଧ୍ୟାହ୍ନରେ ଭାତ ଓ ଅଣ୍ଡା ଖାଉଛି। ଏହାସହ ସେ ହାତରେ ବଲ୍ ଧରି ଖେଳୁଛି। ବାପା ମା’ ମଧ୍ୟ ତାକୁ କୋଳରେ ଧରି ବୁଲୁଛନ୍ତି।

କାଳିଆର ସ୍ୱାସ୍ଥ୍ୟାବସ୍ଥା ଜଗା ତୁଳନାରେ ସାମାନ୍ୟ ଖରାପ ରହିଛି। ତା’ର ଗଳାରେ ଏକ ଟ୍ୟୁବ୍ ଲାଗିଛି। ଏହି ଟ୍ୟୁବ୍ ସାହାଯ୍ୟରେ ସେ ଶ୍ୱାସକ୍ରିୟା ନେଉଛି।  ସୋମବାର ଏମ୍ସର ନ୍ୟୁରୋ ଆଇସିୟୁରୁ ସ୍ୱତନ୍ତ୍ର ଓ୍ୱାର୍ଡକୁ ଆସିଥିଲା କାଳିଆ। କାଳିଆକୁ ଟ୍ରାକିଓଟୋମି କରାଯିବା ପରେ ତାକୁ ତରଳ ଖାଦ୍ୟ ଦିଆଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଦିଲ୍ଲୀ ଏମ୍ସରେ କନ୍ଧମାଳ ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା,କାଳିଆଙ୍କ ବିରଳ ଅସ୍ତ୍ରୋପଚାର କରାଯାଇଥିଲା।

ଜଗା,କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଦେଖି ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଗତ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos