ଜଗତସିଂହପୁର: ସାରଥି ଭୋଜନାଳାୟ ଓ ମେଡିସିନ ଷ୍ଟୋରରେ ପଡିଲା ତାଲା

ଜଗତସିଂପୁର: ନିଜକୁ ଭଗବାନ ବୋଲି କହୁଥିବା ସାରଥିଙ୍କ ଭକ୍ତ ତାଙ୍କ ନାଁରେ ଖୋଲିଥିଲେ ହୋଟେଲ, ଦୋକାନ, ମେଡିସିନ ଷ୍ଟୋର ଓ ବିଭିନ୍ନ ଅନୁଷ୍ଠାନ । ସାରଥି ବିବାଦ ପଦାକୁ ଆସିବା ପରେ ଏବେ ସେମାନେ ପଡିଯାଇଛନ୍ତି ଅଡୁଆରେ । କେହି କେହି ନିଜେ ଏହାକୁ ବନ୍ଦ କରିଦେଉଥିବା ବେଳେ ଆଉ କିଛି ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇ ସେମାନଙ୍କ ଅନୁଷ୍ଠାନକୁ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ଜଗତସିଂହପୁରରେ ଖୋଲିଥିବା ଏପରି କିଛି ଦୋକାନ ଓ […]

jsm

jsm

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 10:53 AM IST

Sports

Latest News

ଜଗତସିଂପୁର: ନିଜକୁ ଭଗବାନ ବୋଲି କହୁଥିବା ସାରଥିଙ୍କ ଭକ୍ତ ତାଙ୍କ ନାଁରେ ଖୋଲିଥିଲେ ହୋଟେଲ, ଦୋକାନ, ମେଡିସିନ ଷ୍ଟୋର ଓ ବିଭିନ୍ନ ଅନୁଷ୍ଠାନ । ସାରଥି ବିବାଦ ପଦାକୁ ଆସିବା ପରେ ଏବେ ସେମାନେ ପଡିଯାଇଛନ୍ତି ଅଡୁଆରେ । କେହି କେହି ନିଜେ ଏହାକୁ ବନ୍ଦ କରିଦେଉଥିବା ବେଳେ ଆଉ କିଛି ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇ ସେମାନଙ୍କ ଅନୁଷ୍ଠାନକୁ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ଜଗତସିଂହପୁରରେ ଖୋଲିଥିବା ଏପରି କିଛି ଦୋକାନ ଓ ମେଡିସିନ ଷ୍ଟୋର ଏବେ ବନ୍ଦ ହୋଇଯାଇଛି ।

ଜଗତସିଂହପୁର ସାନବଜାରସ୍ଥିତ ଦେଉଳି ଗ୍ରାମେଶ୍ୱରଠାରେ ଶ୍ରୀମଦ‌ ଶ୍ରୀ ସାରଥି ଦେବଙ୍କ କାର୍ଯ୍ୟାଳୟ, ଜୟପୁର-ପାରାଦ୍ୱୀପ ରାସ୍ତାର ସାନବଜାରଠାରେ ସାରଥି ଭୋଜନାଳୟ ଓ ଜଗତସିଂହପୁର-କନ୍ଦରପୁର ରାସ୍ତାର ବଡବଜାରଠାରେ ସାରଥି ମେଡିସିନ ଷ୍ଟୋର ଖୋଲାଯାଇଥିଲା। ସାରଥିଙ୍କ ବିବାଦ ପଦାକୁ ଆସିବା ପରେ ଏବେ ଏଗୁଡିକ ବନ୍ଦ ହୋଇଯାଇଛି । ସେହିପରି ଏହି ଅଞ୍ଚଳର ସାରଥିଙ୍କର ବହୁ ଭକ୍ତ ଥିଲେ । ବାରିମୂଳ ଆଶ୍ରମରେ ସାରଥି ଦେଉଥିବା ପ୍ରବଚନ ଶୁଣିବାକୁ ଯିବା ସବୁବେଳେ ସମ୍ଭବ ହେଉ ନ ଥିବାରୁ ଜଗତସିଂହପୁର ସ୍ଥିତ ଦେଉଳି ଗ୍ରାମେଶ୍ୱର ଗାଁରେ ସାରଥି କାର୍ଯ୍ୟାଳୟ ଖୋଲାଯାଇଥିଲା । ଏଠାରେ ପ୍ରତି ଗୁରୁବାର ସତସଙ୍ଗ କରାଯାଉଥିଲା । ଏବେ ଏହା ମଧ୍ୟ ବନ୍ଦ ହୋଇଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos