ରାତି ଅଧରେ ଜେଲ କର୍ମଚାରୀଙ୍କର ଇଏ କି କାଣ୍ଡ!

ନୟାଗଡ଼ (ଓଡ଼ିଶା ରିପୋର୍ଟର): ସବୁ ସୀମା ପାର ହୋଇଗଲେ ଜଣେ ସରକାରୀ କର୍ମଚାରୀ। ଶେଷରେ ଜଣେ ଅସହାୟ ମହିଳା ରୋଗୀଙ୍କୁ ବି ଛାଡ଼ିଲେ ନାହିଁ। ନିଜର ମନ୍ଦ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ଇଜ୍ଜତ ସହ ଖେଳିଲେ। ମେଡ଼ିକାଲ ବେଡ୍‌ରେ ଚିକିତ୍ସିତ ହେଉଥିବା ଜଣେ ମହିଳା ରୋଗୀଙ୍କ ଦେହରେ ହାତ ମାରିଲେ। ଏପରି ଘଟଣା ନୟାଗଡ଼ ମେଡ଼ିକାଲରେ ଘଟିଛି। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। […]

jail employ missbehab Patient in nayagardh medical

Rakesh Mallick
  • Published: Tuesday, 02 January 2018
  • , Updated: 02 January 2018, 06:02 PM IST

ନୟାଗଡ଼ (ଓଡ଼ିଶା ରିପୋର୍ଟର): ସବୁ ସୀମା ପାର ହୋଇଗଲେ ଜଣେ ସରକାରୀ କର୍ମଚାରୀ। ଶେଷରେ ଜଣେ ଅସହାୟ ମହିଳା ରୋଗୀଙ୍କୁ ବି ଛାଡ଼ିଲେ ନାହିଁ। ନିଜର ମନ୍ଦ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ଇଜ୍ଜତ ସହ ଖେଳିଲେ। ମେଡ଼ିକାଲ ବେଡ୍‌ରେ ଚିକିତ୍ସିତ ହେଉଥିବା ଜଣେ ମହିଳା ରୋଗୀଙ୍କ ଦେହରେ ହାତ ମାରିଲେ। ଏପରି ଘଟଣା ନୟାଗଡ଼ ମେଡ଼ିକାଲରେ ଘଟିଛି। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ଲେଙ୍କୁଡିପଡ଼ା ଗାଁର ଜନୈକ ମହିଳା ନୟାଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ରାତିରେ ନୟାଗଡ ଉପ-କାରାଗାରର ଜଣେ କର୍ମଚାରୀ ଓ ତାଙ୍କ ସାଥୀ ମେଡ଼ିକାଲ ଆସି ସମ୍ପୃକ୍ତ ମହିଳାଙ୍କ ବେଡ୍‌ରେ ବସିଥିଲେ। ପରେ ମହିଳାଙ୍କ ମୁହଁ ଓ ଦେହରେ ହାତ ମାରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ବେକରୁ ଏକ ସୁନା ଚେନ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମେଡ଼ିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲେ। ଉତ୍ତ୍ୟକ୍ତ ଲୋକ ସମ୍ପୃକ୍ତ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଅନ୍ଧାରର ସୁଯୋଗ ନେଇ ଉଭୟ ପଳାଇ ଯାଇଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ପସମିତ ହୋଇଥିଲା। ମାତ୍ର ଆଜି ସୁଦ୍ଧା ପୋଲିସ ଅଭିଯୁକ୍ତକୁ ଧରିନଥିବାରୁ ସଦସାଚରଣରେ ଶିକାର ହୋଇଥିବା ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ନୟାଗଡ ଟାଉନ ଥାନା ଆଇଆଇସି ରଶ୍ମୀ ରଞ୍ଜନ ପଟ୍ଟନାୟକ କହିଛନ୍ତି-“ଆମ ଜେଲ୍‌ ୱାଡ଼ର ଗତକାଲି ଜଣେ ଆସାମୀଙ୍କୁ ମେଡ଼ିକାଲ ନେଇ ଯାଇଥିଲେ। ସେ ସେଠାରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି।

Related story