ଯାଜପୁର, ବାଲେଶ୍ୱର ଜିଲ୍ଲାରେ ଏବେ ବି ବନ୍ୟା ପରିସ୍ଥିତି ଗମ୍ଭୀର

ଭୁବନେଶ୍ୱର: ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ଆଜି ବି ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ତେବେ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତିରେ କିଛି ସୁଧାର ଆସିଛି । ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ବୈତରଣୀ ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଆସି ୧୦୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ପ୍ରାୟ ୧୦ ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଛି। ଯାଜପୁର ଓ ଦଶରଥପୁର ବ୍ଲକରେ ଦୁଇଟି ଘାଇ ସୃଷ୍ଟି ହୋଇଥିବାରୁ ହଜାର […]

jaj

Rakesh Mallick
  • Published: Friday, 31 July 2015
  • , Updated: 31 July 2015, 06:57 AM IST

ଭୁବନେଶ୍ୱର: ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ଆଜି ବି ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ତେବେ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତିରେ କିଛି ସୁଧାର ଆସିଛି । ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ବୈତରଣୀ ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଆସି ୧୦୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ପ୍ରାୟ ୧୦ ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଛି। ଯାଜପୁର ଓ ଦଶରଥପୁର ବ୍ଲକରେ ଦୁଇଟି ଘାଇ ସୃଷ୍ଟି ହୋଇଥିବାରୁ ହଜାର ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି। ଶିମୁଳିଆ ପଞ୍ଜ।ୟତର ସଠିଆ ଟିକିରି ଗାଁ ୪ ଦିନ ହେଲାଣି ପାଣି ଘେରରେ ରହିଛି। ପଞ୍ଚାୟତକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଉପରେ ପାଣି ଚାଲୁଥିବାରୁ ଏହା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଶିମୁଳିଆ ପଞ୍ଚାୟତର ପ୍ରାୟ ୪ ହଜାରରୁ ଅଧିକ ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଛନ୍ତି। ଯାଜପୁର ଓ ଦଶରଥପୁର ବ୍ଲକରେ ସୃଷ୍ଟି ହୋଇଥିବା ଦୁଇଟି ଘାଇର ମରାମତି କାମ ଜୋରସୋରରେ ଚାଲିଛି।

ବାଲେଶ୍ୱର ଜିଲ୍ଲାରେ ବି ବନ୍ୟାରେ ୧୦୦ରୁ ଅଧିକ ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି। ହଜାର ହଜାର ହେକ୍ଟର ଚାଷଜମିରେ ମାଡ଼ିଯାଇଛି ବନ୍ୟାପାଣି। ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍ ୧୧୫ରୁ ଅଧିକ ଗାଁ ବିଶେଷ ଭାବେ ପ୍ରଭାବିତ ହୋଇଛି। ୩୨ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଜିଲ୍ଲାର ପ୍ରାୟ ୬୦ଟି ଗାଁ ଏବେ ବି ପାଣିଘେରରେ ରହିଛି। ଭଦ୍ରକରେ ଦେଖାଦେଇଥିବା ବନ୍ୟାରେ ୧୫୦ଟି ଗାଁରେ ଲୋକେ ପ୍ରଭାବିତ ହୋଇଛନ୍ତି। ଚାନ୍ଦବାଲି ବ୍ଲକର ଦୋହରାରେ ୨୦ ଫୁଟର ଘାଇ ହୋଇଥିବାରୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି।

ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। କିନ୍ତୁ ବନ୍ୟା ଦୁର୍ଗତଙ୍କ ଦୁର୍ଦ୍ଦଶା କମିନି। ବାରିପଦା ସହର ନିକଟ ବସ୍ତିଆ ପୋଲର ତଳି ଅଞ୍ଚଳରେ ପାଣି ପଶି ଯାଇଥିବାରୁ ଶତାଧିକ ଲୋକଙ୍କ ଜୀବନ ଏବେ ଖୋଲା ଆକାଶ ତଳେ ବିତୁଛି। ସେପଟେ ମଝିରେ ମଝିରେ ବର୍ଷା ସ୍ଥିତିକୁ ଅଧିକ ଗମ୍ଭୀର କରିଛି। ସେହିଭଳି ଜିଲ୍ଲାର ବଡସାହି, ବେତନଟି, ସାରସକଣା, ବିଶୋଇ ଆଦି ଅଞ୍ଚଳର ଶହ ଶହ ଏକର ଚାଷଜମିରେ ବନ୍ୟାପାଣି ମାଡିଯାଇଛି।

Related story