ଡମ୍ପର ଧକ୍କାରେ ଛାତ୍ରୀ ମୃତ

ଯାଜପୁର: ଯାଜପୁର ରୋଡ୍ ମିଲିଟାରୀ ଛକରେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଛାତ୍ରୀ ଜଣଙ୍କ ନିଜ ବାପାଙ୍କ ସହ ବାଇକ୍‌ରେ ସ୍କୁଲକୁ ଯାଉଥିବା ବେଳେ ହଠାତ୍ ପଛପଟୁ ଏକ ଡମ୍ପର ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଲୋକେ ଯାଜପୁର ରୋଡ୍-କଳିଙ୍ଗନଗର ରାସ୍ତା ଅବରୋଧ କରିଛନ୍ତି। ପୋଲିସ୍ ଘଟଣାର ତଦନ୍ତ କରୁଛି।