ମାସ୍କ ପିନ୍ଧିନଥିବା ୩ ଅମାନିଆଙ୍କୁ ଧରିବାକୁ ଯାଇ ତହସିଲଦାର, ବିଡିଓ ଝାଳନାଳ

ଯାଜପୁର(ଗୁଲାମ୍‌ ଗସ୍‌): ‘କରୋନା’ ପାଇଁ ମାକ୍ସ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ଏହାର ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ ୩ ଅମାନିଆ ବିନା ମାକ୍ସରେ ପଲ୍‌ସର ବାଇକ୍‌ରେ ଯାଉଥିବା ବେଳେ ତହସିଲଦାର ଓ ବିଡିଓ ଅଟକାଇବାକୁ ଚେଷ୍ଟା କରିଥିଲେ। ପରେ ଉଭୟେ ସେମାନଙ୍କୁ ପିଛା କରିବାକୁ ଯାଇ ଝାଳନାଳ ହୋଇଛନ୍ତି। ପୂରା ଘଟଣା ଏମିତି। ଆଜି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ବିଡିଓ ଉମାକାନ୍ତ ପରିଡ଼ା ଓ […]

jajpur

jajpur

Manoranjan Sial
  • Published: Saturday, 18 April 2020
  • Updated: 18 April 2020, 04:09 PM IST

Sports

Latest News

ଯାଜପୁର(ଗୁଲାମ୍‌ ଗସ୍‌): ‘କରୋନା’ ପାଇଁ ମାକ୍ସ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ଏହାର ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ ୩ ଅମାନିଆ ବିନା ମାକ୍ସରେ ପଲ୍‌ସର ବାଇକ୍‌ରେ ଯାଉଥିବା ବେଳେ ତହସିଲଦାର ଓ ବିଡିଓ ଅଟକାଇବାକୁ ଚେଷ୍ଟା କରିଥିଲେ। ପରେ ଉଭୟେ ସେମାନଙ୍କୁ ପିଛା କରିବାକୁ ଯାଇ ଝାଳନାଳ ହୋଇଛନ୍ତି।

ପୂରା ଘଟଣା ଏମିତି। ଆଜି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ବିଡିଓ ଉମାକାନ୍ତ ପରିଡ଼ା ଓ ତହସିଲଦାର ମଧୁବନ ମେଡିକାଲ୍‌ରେ ଥିବା ଆଇସୋଲେସନ୍‌ କ୍ୟାମ୍ପ ଦେଖିବାକୁ ଯାଇଥିଲେ। ସେଠାରୁ ସେମାନେ ଫେରୁଥିବା ବେଳେ ବାରବାଟିଆ ନିକଟରେ ୩ ଜଣ ଯୁବକ ବିନା ମାକ୍ସରେ ଏକ ପଲ୍‌ସର ବାଇକରେ ଯାଉଥିଲେ। ଏହା ଦେଖି ବିଡିଓ ଓ ତହସିଲଦାର ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେମାନେ ଦ୍ରୁତ ଗତିରେ ଚାଲି ଯାଇଥିଲେ।

ବିଡିଓ ଓ ତହସିଲଦାର ସେମାନଙ୍କୁ ପିଛା କରି ଗୋପୀନାଥପୁରରେ ପହଞ୍ଚିଥିଲେ। ସେଠାରୁ ଜଣେ ବାଇକ୍‌ ଚାଳକକୁ ଧରିଥିଲେ। ଏକଥା ପ୍ରଚାରିତ ହେବା ପରେ ଗାଁରେ ୪୦ରୁ ୫୦ ଲୋକ ଉଭୟ ବିଡିଓ ଓ ତହସିଲଦାରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବର ପାଇଁ ଯାଜପୁର ଏସ୍‌ପି ଫୋର୍ସ ଧରି ଗାଁରେ ପହଞ୍ଚିଥିଲେ। ଫୋର୍ସ ଦେଖି ଉତ୍ତ୍ୟକ୍ତ ଲୋକମାନେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଗୋପୀନାଥପୁରରୁ ୩ ଜଣଙ୍କୁ ଆଣି ଥାନାରେ ଅଟକ ରଖିଛି। ସୁରକ୍ଷା ଦୃଷ୍ଟିରୁ ଏବେ ଗାଁରେ ପୁଲିସ ଫୋର୍ସ ମୁତୟନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos