ପୃଥକ ଦୁର୍ଘଟଣାରେ ୪ ମୃତ, ୩ ଗୁରୁତର

ଯାଜପୁର/ରାଉରକେଲା/ଭଦ୍ରକ: ଆଜି ଯାଜପୁର, ରାଉରକେଲ ଓ ଭଦ୍ରକରେ ଘଟିଥିବା ତିନିଟି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା କୁମ୍ଭାରିଆ ଗାଁର ଅଜୟ ସେଠୀ ଆଜି ଶାଶୂ ଜଞ୍ଜାଳି ସେଠୀଙ୍କୁ ବାଇକରେ ତାଙ୍କ ଘରକୁ ଛାଡ଼ିବାକୁ ଯାଉଥିଲେ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଛକରେ ତାଙ୍କ ବାଇକକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜ୍ୱାଇଁ ଓ ଶାଶୂଙ୍କର ମୃତ୍ୟୁ ଘଟିଥିଲା। […]

jajpur accident

Rakesh Mallick
  • Published: Tuesday, 28 February 2017
  • , Updated: 28 February 2017, 07:27 PM IST

ଯାଜପୁର/ରାଉରକେଲା/ଭଦ୍ରକ: ଆଜି ଯାଜପୁର, ରାଉରକେଲ ଓ ଭଦ୍ରକରେ ଘଟିଥିବା ତିନିଟି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା କୁମ୍ଭାରିଆ ଗାଁର ଅଜୟ ସେଠୀ ଆଜି ଶାଶୂ ଜଞ୍ଜାଳି ସେଠୀଙ୍କୁ ବାଇକରେ ତାଙ୍କ ଘରକୁ ଛାଡ଼ିବାକୁ ଯାଉଥିଲେ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଛକରେ ତାଙ୍କ ବାଇକକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜ୍ୱାଇଁ ଓ ଶାଶୂଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଧକ୍କା ଦେଇଥିବା ଟ୍ରକକୁ ଜବତ କରିଛି।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଡାଲମିଆ କଲେଜରୁ ୩ ଜଣ ଛାତ୍ର ବାହାରି ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ଏକ ଟ୍ରକ୍‌ ସେମାନଙ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ। ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖ ରାସ୍ତାରୋକ କରିଥିଲେ।

ସେହିପରି ଭଦ୍ରକ ଜିଲ୍ଲା ଛତାବର-ଯାଜପୁର ରାସ୍ତାର ମଞ୍ଜୁରୀ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଏନ୍‌ଏଚ୍‌-୫ର ଛତାବର ନିକଟରେ ରାସ୍ତା ରୋକ କରିଥିଲେ।

Related story