ପରିବେଶ ପରିଷ୍କାର ରହିଲେ ଗାଁ ଲୋକେ ସୁସ୍ଥ ରହିବ

<p>ଯାଜପୁର(ଓଡ଼ିଶା ରିପୋର୍ଟର): ଗ୍ରାମୀଣ ପରିବେଶ ସ୍ୱଚ୍ଛ ରହିଲେ ଜୀବନ ଧାରଣ ପ୍ରକ୍ରିୟାରେ ଉନ୍ନତି ଘଟିବ। ଏଥିରେ ଗାଁ ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏଥିପାଇଁ କେନ୍ଦ୍ର ସରକାର ବହୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଗୁଡ଼ିକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ବ୍ରାହ୍ମଣବାଡ ଗାଁର ଯୁବକମାନେ ଅଣ୍ଟା ଭିଡ଼ିଛନ୍ତି।</p> <p>କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟରେ ଅନ୍ୟତମ ହେଉଛି &lsquo;ସ୍ୱଚ୍ଛ ଭାରତ&rsquo; ଓ &lsquo;ବେଟି ବଢ଼ାଓ, ବେଟି ବଚାଓ&rsquo;। ଏହି ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବ୍ରାହ୍ମଣବାଡ ଗ୍ରାମର ଶତାଧିକ ଯୁବକ। ଯୁବକମାନେ ଏକାଠି ହୋଇ &lsquo;ବେଟି ବଢାଓ, ବେଟି ବଚାଓ&rsquo; ନାରା ଦେଇ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ। ଏଥିସହ ରାସ୍ତାରେ ପଡିଥିବା ଅଳିଆ ଆବର୍ଜନାକୁ ସଫା କରିବା ପାଇଁ ପରାମର୍ଶ ଦେଇଥିଲେ। ଗାଁ ପରିବେଶ ପରିଷ୍କାର ରହିଲେ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ମାରାତ୍ମକ ରୋଗରୁ ଲୋକେ ବର୍ତ୍ତି ପାଇବେ। ଏହି କାର୍ଯ୍ୟକ୍ରମରେ ଯୁବକମାନଙ୍କ ସହ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ।</p>

Ordigital Desk
  • Published: Tuesday, 05 September 2017
  • Updated: 05 September 2017, 07:08 PM IST

Sports

Latest News

<p>ଯାଜପୁର(ଓଡ଼ିଶା ରିପୋର୍ଟର): ଗ୍ରାମୀଣ ପରିବେଶ ସ୍ୱଚ୍ଛ ରହିଲେ ଜୀବନ ଧାରଣ ପ୍ରକ୍ରିୟାରେ ଉନ୍ନତି ଘଟିବ। ଏଥିରେ ଗାଁ ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏଥିପାଇଁ କେନ୍ଦ୍ର ସରକାର ବହୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଗୁଡ଼ିକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ବ୍ରାହ୍ମଣବାଡ ଗାଁର ଯୁବକମାନେ ଅଣ୍ଟା ଭିଡ଼ିଛନ୍ତି।</p><p>କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟରେ ଅନ୍ୟତମ ହେଉଛି &lsquo;ସ୍ୱଚ୍ଛ ଭାରତ&rsquo; ଓ &lsquo;ବେଟି ବଢ଼ାଓ, ବେଟି ବଚାଓ&rsquo;। ଏହି ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବ୍ରାହ୍ମଣବାଡ ଗ୍ରାମର ଶତାଧିକ ଯୁବକ। ଯୁବକମାନେ ଏକାଠି ହୋଇ &lsquo;ବେଟି ବଢାଓ, ବେଟି ବଚାଓ&rsquo; ନାରା ଦେଇ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ। ଏଥିସହ ରାସ୍ତାରେ ପଡିଥିବା ଅଳିଆ ଆବର୍ଜନାକୁ ସଫା କରିବା ପାଇଁ ପରାମର୍ଶ ଦେଇଥିଲେ। ଗାଁ ପରିବେଶ ପରିଷ୍କାର ରହିଲେ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ମାରାତ୍ମକ ରୋଗରୁ ଲୋକେ ବର୍ତ୍ତି ପାଇବେ। ଏହି କାର୍ଯ୍ୟକ୍ରମରେ ଯୁବକମାନଙ୍କ ସହ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos