ବିପଦ ସଙ୍କେତ ଟପିଲା ଜଳକା, ବନ୍ୟା ଆଶଙ୍କା

ଜଳେଶ୍ୱର (ଅଜିତ ଦାସ): ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ  ବିପଦ ସଙ୍କେତ ଟପିଛି। ମଥାନିଠାରେ ଏହାର ବିପଦ ସଙ୍କେତ ୫. ୫ ମିଟର ରହିଥିବା ବେଳେ ବର୍ତ୍ତମାନ ୬. ୪୫ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଯଦି ନଦୀର ଜଳସ୍ତର ବିପଦ ସଙ୍କେତ ୬. ୭୫ ମିଟର ଛୁଏଁ, ତା’ହେଲେ ବସ୍ତା ଓ ସଦର ବ୍ଲକ୍‌ରେ ବନ୍ୟା ହେବାର ଆଶଙ୍କା ରହିଛି। ବସ୍ତା ବ୍ଲକର ପତ୍ରଝର, ଦୁଧହୋଂଶ […]

jalaka000

Tapaswini Nayak
  • Published: Monday, 19 August 2019
  • , Updated: 19 August 2019, 09:13 AM IST

ଜଳେଶ୍ୱର (ଅଜିତ ଦାସ): ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ  ବିପଦ ସଙ୍କେତ ଟପିଛି। ମଥାନିଠାରେ ଏହାର ବିପଦ ସଙ୍କେତ ୫. ୫ ମିଟର ରହିଥିବା ବେଳେ ବର୍ତ୍ତମାନ ୬. ୪୫ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି।

ଯଦି ନଦୀର ଜଳସ୍ତର ବିପଦ ସଙ୍କେତ ୬. ୭୫ ମିଟର ଛୁଏଁ, ତା’ହେଲେ ବସ୍ତା ଓ ସଦର ବ୍ଲକ୍‌ରେ ବନ୍ୟା ହେବାର ଆଶଙ୍କା ରହିଛି। ବସ୍ତା ବ୍ଲକର ପତ୍ରଝର, ଦୁଧହୋଂଶ ଓ କୁଡ଼ିଆ ପଞ୍ଚାୟତ ପ୍ରଭାବିତ ହେବାକୁ ଥିବାବେଳେ ସଦର ବ୍ଲକ୍‌ର ରସୁଲପୁର ଓ ଶ୍ରୀରାମପୁର ପଞ୍ଚାୟତ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ବସ୍ତା ବ୍ଲକ୍‌ର  ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା ଓ ଚିତ୍ରଡା ଅଞ୍ଚଳରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ହୋଇଛି। ଫଳରେ ଜଳକା ସମେତ ପ୍ରମୁଖ ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି ପାଇଛି।

 

Related story