ଚୋରି ମୋବାଇଲ ଠାବ ପାଇଁ ଜେମ୍‌ସ୍‌ ବଣ୍ଡ ସାଜିଲେ ଛାତ୍ର

ଭୁବନେଶ୍ୱର: ନିଜ ମୋବାଇଲ ଠାବ ପାଇଁ ଜେମ୍‌ସ୍‌ ବଣ୍ଡ ସାଜିଲେ ଜଣେ ପିଏଚ୍‌ଡି ଛାତ୍ର। ଛାତ୍ର ଜଣକ ଭୁବନେଶ୍ୱର ଆଇଆଇଟିର ପିଏଚ୍‌ଡି କରୁଛନ୍ତି। ତାଙ୍କ ନା ହେଉଛି ଆଶୁତୋଷ ଆଚାର୍ଯ୍ୟ। ପୋଲିସଠାରୁ ନିରାଶ ହୋଇ ଆଶୁତୋଷ ଜ୍ଞାନକୌଶଳରେ ନିଜ ମୋବାଇଲ ପାଇବାରେ ସକ୍ଷମ ହୋଇଛନ୍ତି। ଜୁନ୍‌ ୧୬ ତାରିଖରେ ଆଶୁତୋଷ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହୁଥିବା ତାଙ୍କର ସଙ୍ଗ ପାଖକୁ ଯାଇଥିଲେ। ସେଠାରେ ତାଙ୍କ ମୋବାଇଲ ଚୋରି ହୋଇଥିଲା। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। […]

IIT-Bhubaneswar-student1-750x430

Rakesh Mallick
  • Published: Wednesday, 19 July 2017
  • , Updated: 19 July 2017, 11:18 PM IST

ଭୁବନେଶ୍ୱର: ନିଜ ମୋବାଇଲ ଠାବ ପାଇଁ ଜେମ୍‌ସ୍‌ ବଣ୍ଡ ସାଜିଲେ ଜଣେ ପିଏଚ୍‌ଡି ଛାତ୍ର। ଛାତ୍ର ଜଣକ ଭୁବନେଶ୍ୱର ଆଇଆଇଟିର ପିଏଚ୍‌ଡି କରୁଛନ୍ତି। ତାଙ୍କ ନା ହେଉଛି ଆଶୁତୋଷ ଆଚାର୍ଯ୍ୟ। ପୋଲିସଠାରୁ ନିରାଶ ହୋଇ ଆଶୁତୋଷ ଜ୍ଞାନକୌଶଳରେ ନିଜ ମୋବାଇଲ ପାଇବାରେ ସକ୍ଷମ ହୋଇଛନ୍ତି।

ଜୁନ୍‌ ୧୬ ତାରିଖରେ ଆଶୁତୋଷ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହୁଥିବା ତାଙ୍କର ସଙ୍ଗ ପାଖକୁ ଯାଇଥିଲେ। ସେଠାରେ ତାଙ୍କ ମୋବାଇଲ ଚୋରି ହୋଇଥିଲା। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୋଲିସ ଘଟଣାର ଠିକ୍‌ ଭାବେ ତଦନ୍ତ କରୁ ନ ଥିଲା। ବାରମ୍ୱାର ଆଶୁତୋଷ ଥାନାକୁ ଯାଇ ନିରାଶ ହୋଇ ଫେରୁଥିଲେ। ହେଲେ ପୋଲିସଠାରୁ ମୋବାଇଲ ପାଇବା ପାଇଁ ପ୍ରତିଶ୍ରୁତି ପାଉନଥିଲେ। ତେବେ ପୋଲିସଠାରୁ ନିରାଶ ହୋଇ ଆଶୁତୋଷ ନିଜ ଫୋନ୍‌ ପାଇବା ପାଇଁ ନିଜେ ଉଦ୍ୟମ କରିଥିଲେ।

ଆଶୁତୋଷଙ୍କ ମୋବାଇରେ ଏମ୍‌ଆଇ କ୍ଲାଉଡ୍‌ ଆପ୍‌ ଇନ୍‌ଷ୍ଟଲ ହୋଇଥିଲା। ଏହି ମୋବାଇଲରେ ସିମ୍‌ ପଡ଼ିଲେ ସ୍ୱୟଂଚାଳିତ ଭାବେ ଇ-ମେଲ୍‌ ଓ ହ୍ୱାଟ୍‌ଅପ୍‌କୁ ମେସେଜ୍‌ ଚାଲିଯିବ। ଠିକ୍‌ ସେମିତି କିଛି ପରିସ୍ଥିତି ସୃଷ୍ଟି ହୋଇଥିଲା ଆଶୁତୋଷଙ୍କ କ୍ଷେତ୍ରରେ। ଚୋର ମୋବାଇଲ ଖୋଲି ନ ପାରିବାରୁ ଏକ ଦୋକାନରେ ଦେଖାଇଥିଲା। ଦୋକାନୀ ମୋବାଇଲରେ ସିମ୍‌ ଭର୍ତ୍ତି କରିବା ପରେ ଆଶୁତୋଷଙ୍କ ଇ-ମେଲ ଓ ହ୍ୱାଟ୍‌ଅପ୍‌କୁ ମେସେଜ୍‌ ଯାଇଥିଲା। ତେବେ ମୋବାଇଲଟି କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ରହିଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ଆଶୁତୋଷ ଜାଣିପାରି ମୋବାଇଲ ମରାମତି କରୁଥିବା ବ୍ୟକ୍ତିଙ୍କ ସହିତ ଫେସ୍‌ବୁକ୍‌ରେ ବନ୍ଧୁତା କରିଥିଲେ। ପରେ ପୋଲିସ ଅଫିସରର ପରିଚୟ ଦେଇ ତଥ୍ୟ ସଂଗ୍ରହ କରିଥିଲେ।  ଦୁଇ ଦିନ ପରେ ସେ ଏ ସମ୍ପର୍କରେ ଜଣିବା ପାଇଁ ଥାନାକୁ ଯାଇଥିଲେ। କିନ୍ତୁ ପୋଲିସ କୌଣସି ପଦେକ୍ଷେପ ନେଇ ନଥିବା ଜାଣିବାକୁ ପାଇଛନ୍ତି। ଛାତ୍ର ଜଣକ ନିଜ ମୋବାଇଲ ଠାବ କରିଥିବା ବେଳେ ମୋବାଇଲ କିନ୍ତୁ ପାଇ ନାହାନ୍ତି। ଏଥିରେ ପୋଲିସ ସହଯୋଗ କରୁ ନଥିବା ସେ କହିଛନ୍ତି।

Related story